ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ରାବଡ଼ି ଦେବି ଓ ଦୁଇ ଝିଅଙ୍କୁ ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବି ଓ ଲାଲୁ ଯାଦବଙ୍କ ଦୁଇ ଝିଅଙ୍କୁ ଆଶ୍ବସ୍ତି ମିଳିଛି। ଫେବ୍ରୁଆରୀ ୨୮ ତାରିଖ ଯାଏଁ କୋର୍ଟ ତିନିଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ଜଜ୍ ବିଶାଳ ଗୋଗ୍ନି ରାବିଡ଼ି ଦେବୀ, ମିସା ଭାରତୀ ଓ ହେମା ଯାଦବଙ୍କୁ ଫେବ୍ରୁଆରୀ ୨୮ ତାରିଖ, ଅର୍ଥାତ୍ ପରବର୍ତୀ ଶୁଣାଶି ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ପ୍ରତିପକ୍ଷ […]

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବି ଓ ଲାଲୁ ଯାଦବଙ୍କ ଦୁଇ ଝିଅଙ୍କୁ ଆଶ୍ବସ୍ତି ମିଳିଛି। ଫେବ୍ରୁଆରୀ ୨୮ ତାରିଖ ଯାଏଁ କୋର୍ଟ ତିନିଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ଜଜ୍ ବିଶାଳ ଗୋଗ୍ନି ରାବିଡ଼ି ଦେବୀ, ମିସା ଭାରତୀ ଓ ହେମା ଯାଦବଙ୍କୁ ଫେବ୍ରୁଆରୀ ୨୮ ତାରିଖ, ଅର୍ଥାତ୍ ପରବର୍ତୀ ଶୁଣାଶି ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ପ୍ରତିପକ୍ଷ ପ୍ରବର୍ତନ ନିର୍ଦ୍ଦେଶାଳୟ ଜାମିନ ଆବେଦନ ଉପରେ ନିଜର ଜବାବ ରଖିବାକୁ ସମୟ ମାଗିଥିବାରୁ କୋର୍ଟ ଏହି ସୁରକ୍ଷା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ପ୍ରବର୍ତନ ନିର୍ଦ୍ଦେଶାଳୟ ଗତ ସପ୍ତାହରେ ଅମିତ କାତ୍ୟାୟାଲ୍, ରାବିଡ଼ି ଦେବୀ, ହେମା ଯାଦବ, ମିସା ଭାରତୀ ଓ ହୃଦୟାନନ୍ଦ ଚୌଧୁରୀଙ୍କୁ ୯ ଫେବ୍ରୁଆରୀ ଅର୍ଥାତ୍ ଆଜି ହାଜର ହେବାକୁ ନୋଟିସ ଦେଇଥିଲେ।