ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର : ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ I ରବିବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ତଥା ଅନେକ ଜିଲାର ଆରକ୍ଷୀ ଅଧ୍ୟକ୍ଷ(ଏସ୍‌ପି) ଙ୍କୁ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୫୪ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ହୋଇଛି। ଏଥିରେ କଟକ-ଭୁବନେଶ୍ୱର ପୁଲିସ କମିସନର ମଧ୍ୟ ସାମିଲ ଅଛନ୍ତି। ଟ୍ୱିନ […]

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର : ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ I ରବିବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ତଥା ଅନେକ ଜିଲାର ଆରକ୍ଷୀ ଅଧ୍ୟକ୍ଷ(ଏସ୍‌ପି) ଙ୍କୁ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୫୪ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ହୋଇଛି। ଏଥିରେ କଟକ-ଭୁବନେଶ୍ୱର ପୁଲିସ କମିସନର ମଧ୍ୟ ସାମିଲ ଅଛନ୍ତି।

ଟ୍ୱିନ ସିଟି ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଏବଂ ବିପିଏସପିଏ ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।ତାଙ୍କ ସ୍ଥାନରେ କଟକ-ଭୁବନେଶ୍ବର ପୁଲିସ କମିଶନର ଭାବେ ସୁରେଶ ଦେବଦତ୍ତ ସିଂ ନିଯୁକ୍ତି ଦିଆଯାଇଛି।

ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ତାଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ୱ ମିଳିଥିବା ବେଳେ ତାଙ୍କ ସ୍ଥାନରେ ଆର୍‌ପି କୋଚେଙ୍କୁ ଅବସ୍ଥାପିତ କରାଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଏସ୍‌ସିଆରବି ଏସ୍‌ଏଫ୍‌ଏସ୍‌ଏଲ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ଗୃହ ବିଭାଗ ଓଏସ୍‌ଡି ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କୁ ରେଳବାଇ ଓ ତଟ ସୁରକ୍ଷା ଏଡିଜିପି ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଏସ୍‌ସିଆରବିର ନିର୍ଦ୍ଦେଶକ ବିନୟ ତୋଷ ମିଶ୍ର କ୍ରାଇମବ୍ରାଞ୍ଚ ଏଡିଜି ହୋଇଛନ୍ତି । ଅନ୍ୟପଟେ କଟକ-ଭୁବନେଶ୍ବରରେ ଅଭିଜ୍ଞତା ହାସଲ କରିଥିବା ଉମାଶଙ୍କର ଦାଶଙ୍କୁ ପୁଣି ରାଜଧାନୀକୁ ଅଣାଯାଇଛି।

ରାଜ୍ୟ ସରକାର ଏହି କ୍ରମରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ବଦଳି କରିଛନ୍ତି। ପ୍ରତୀକଙ୍କୁ କଟକ ଆରକ୍ଷୀ ଅଧୀକ୍ଷକ (ଗ୍ରାମାଞ୍ଚଳ) ଭାବେ ବଦଳି କରିଛନ୍ତି। ଶ୍ରୀ ସିଂହଙ୍କ ତାଙ୍କ ସ୍ଥାନରେ ପୁରୀ ଏସ୍‌ପି ପିନାକ ମିଶ୍ରଙ୍କୁ ଅବସ୍ଥାପିତ ହୋଇଛନ୍ତି। ଗଂଜାମ ଏସ୍‌ପି ଜଗନମୋହନ ମୀନାଙ୍କୁ କଟକ ଡିସିପି ଭାବେ ବଦଳି ହୋଇଛି।

ନିକଟରେ ଭଦ୍ରକ ଜିଲାରେ ଦେଖା ଦେଇଥିବା ହିଂସା ପରେ ବରୁଣ ଗୁଣ୍ଠୁପଲ୍ଲୀଙ୍କୁ ମୟୁରଭଞ୍ଜ ଏସପି ଭାବେ ବଦଳି କରାଯାଇଥିବା ବେଳେ ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକର ନୂତନ ଏସପି ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ରାହୁଲ ଜୈନଙ୍କୁ ଅନୁଗୋଳ ଏସପି, ସରବଣା ବିବେକଙ୍କୁ ବ୍ରହ୍ମପୁର ଏସପି, ବିନୀତ ଅଗ୍ରୱାଲଙ୍କୁ ପୁରୀ ଏସପି, ସାଗରିକ ନାଥଙ୍କୁ ଖୋର୍ଦ୍ଧା ଏସପି, ସ୍ଵାତି ଏସ କୁମାରଙ୍କୁ ରାୟଗଡା ଏସପି, ଏସ ସୁଶ୍ରୀଙ୍କୁ ନୟାଗଡ଼ ଏସପି, ନୀତେଶ ୱାଧୱାନୀଙ୍କୁ ରାଉରକେଲା ଏସପି, ରାଜ ପ୍ରସାଦଙ୍କୁ ବାଲେଶ୍ୱର ଏସପି, ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସପି ନିଯୁକ୍ତ କରାଯାଇଛି।

ସେହିଭଳି ଭବାନୀ ଶଙ୍କର ଉଦ୍‌ଗାତା ଜଗତସିଂହପୁର ଏସ୍‌ପି, ମିହିର ପଣ୍ଡା ନବରଙ୍ଗପୁର ଏସ୍‌ପି, ଯତୀନ୍ଦ୍ର ପଣ୍ଡା ଗଜପତି ଏସ୍‌ପି, ଶୁଭେନ୍ଦୁ ପତ୍ରଙ୍କୁ ଗଞ୍ଜାମ ଏସପି, ଅଭିନବ ସୋନକରଙ୍କୁ ଢେଙ୍କାନାଳ ଏସପି, ରୋହିତ ବର୍ମାଙ୍କୁ କୋରାପୁଟ, ଯଶପ୍ରତାପ ଶ୍ରୀମଲ ଯାଜପୁର ଏସ୍‌ପି, ହରିଶ ବିଶି କନ୍ଧମାଳ ଏସ୍‌ପି, ହରିଶ ବିଶି କନ୍ଧମାଳ ଏସ୍‌ପି, ରାମପ୍ରସାଦ ସାହୁ ସୋନପୁର ଏସ୍‌ପି ନିଯୁକ୍ତ କରାଯାଇଛି।