ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରେ ୨୫୦ ବିମାନ ବିଳମ୍ବିତ
ନୂଆଦିଲ୍ଲୀ: ଘନ କୁହୁଡ଼ି ଯୋଗୁଁ ବୁଧବାର ଦିନ ଦିଲ୍ଲୀ-ଏନସିଆରରେ ପ୍ରାୟ ୨୫୦ଟି ବିମାନ ଉଡ଼ାଣ ବିଳମ୍ବିତ ହୋଇଛି। ଏଥି ସହ ଅନେକ ଟ୍ରେନ୍ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀରେ ଶୀତ ଲହରି ଜାରି ରହିଛି। ଆଜି ସକାଳୁ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିବା ରେକର୍ଡ ହୋଇଛି। ଦିଲ୍ଲୀ-ଏନସିଆରର କିଛି ସ୍ଥାନରେ ଦୃଶ୍ୟମାନତା ଶୂନ୍ୟ ଥିବା ବେଳେ ଉତ୍ତର ଭାରତର କିଛି ସ୍ଥାନରେ ଘନ କୁହୁଡ଼ି ପରିସ୍ଥିତି ଯୋଗୁ ଅତି କମ୍ରେ ୨୬ଟି ଟ୍ରେନ୍ […]

ନୂଆଦିଲ୍ଲୀ: ଘନ କୁହୁଡ଼ି ଯୋଗୁଁ ବୁଧବାର ଦିନ ଦିଲ୍ଲୀ-ଏନସିଆରରେ ପ୍ରାୟ ୨୫୦ଟି ବିମାନ ଉଡ଼ାଣ ବିଳମ୍ବିତ ହୋଇଛି। ଏଥି ସହ ଅନେକ ଟ୍ରେନ୍ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀରେ ଶୀତ ଲହରି ଜାରି ରହିଛି। ଆଜି ସକାଳୁ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିବା ରେକର୍ଡ ହୋଇଛି। ଦିଲ୍ଲୀ-ଏନସିଆରର କିଛି ସ୍ଥାନରେ ଦୃଶ୍ୟମାନତା ଶୂନ୍ୟ ଥିବା ବେଳେ ଉତ୍ତର ଭାରତର କିଛି ସ୍ଥାନରେ ଘନ କୁହୁଡ଼ି ପରିସ୍ଥିତି ଯୋଗୁ ଅତି କମ୍ରେ ୨୬ଟି ଟ୍ରେନ୍ ବିଳମ୍ବିତ ହୋଇଛି। ସକାଳୁ ସକାଳୁ ଯାତ୍ରୀମାନେ ଘନ କୁହୁଡ଼ି ମଧ୍ୟରେ ଯାତ୍ରା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଭାରତ ପାଣିପାଗ ବିଭାଗ ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଅନେକ ଅଞ୍ଚଳରେ ଅତି ଘନ କୁହୁଡ଼ି ଥିବା ଜଣାପଡ଼ିଛି।ବୁଧବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ଆକାଶ ମେଘୁଆ ରହିବା ସହିତ ସନ୍ଧ୍ୟାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାର ସକାଳ ୬ଟାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୃଶ୍ୟମାନତା ୧୦୦ ମିଟର ରେକର୍ଡ କରାଯାଇଥିଲା।