ଚାତକ ଭଳି ଚାହିଁ ବସିଛନ୍ତି ଅଭିଭାବକ, କେବେ ଖୋଲିବ ଏକଲବ୍ୟ ବିଦ୍ୟାଳୟ ?

ଜି.ଉଦୟଗିରି : ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଜି.ଉଦୟଗିରି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଶିକ୍ଷାର ବ୍ୟବସ୍ଥା ନଥିବାରୁ ଅଭିଭାବକମାନେ ପିଲାଙ୍କୁ ନେଇ ବାହାର ଜିଲ୍ଲାରେ ପାଠ ପଢାଇବାକୁ ବାଧ୍ୟ ହେଉଛନ୍ତି। ଫଳରେ ଅଭିଭାବକ ମାନେ ଖର୍ଚ୍ଚାନ୍ତ ହେବା ସହ ସେ ଦିନର ଜୀବିକା ମଧ୍ୟ ହରାନ୍ତି। ଏହାକୁ ଢାଲ କରି ସରକାରୀ ଚାକିରିଆ ମଧ୍ୟ ଏଠାକୁ ବଦଳି ହୋଇ ଆସିବାକୁ ଅନିଛା ପ୍ରକାଶ କରୁଥିବା ଚର୍ଚ୍ଚା ହେଉଛି। ଏସବୁକୁ ଦୃଷ୍ଟିରେ ରଖି ପିଲାଙ୍କୁ ଗୁଣାତ୍ମକ […]

ଚାତକ ଭଳି ଚାହିଁ ବସିଛନ୍ତି ଅଭିଭାବକ, କେବେ ଖୋଲିବ ଏକଲବ୍ୟ ବିଦ୍ୟାଳୟ ?

ଜି.ଉଦୟଗିରି : ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଜି.ଉଦୟଗିରି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଶିକ୍ଷାର ବ୍ୟବସ୍ଥା ନଥିବାରୁ ଅଭିଭାବକମାନେ ପିଲାଙ୍କୁ ନେଇ ବାହାର ଜିଲ୍ଲାରେ ପାଠ ପଢାଇବାକୁ ବାଧ୍ୟ ହେଉଛନ୍ତି। ଫଳରେ ଅଭିଭାବକ ମାନେ ଖର୍ଚ୍ଚାନ୍ତ ହେବା ସହ ସେ ଦିନର ଜୀବିକା ମଧ୍ୟ ହରାନ୍ତି। ଏହାକୁ ଢାଲ କରି ସରକାରୀ ଚାକିରିଆ ମଧ୍ୟ ଏଠାକୁ ବଦଳି ହୋଇ ଆସିବାକୁ ଅନିଛା ପ୍ରକାଶ କରୁଥିବା ଚର୍ଚ୍ଚା ହେଉଛି। ଏସବୁକୁ ଦୃଷ୍ଟିରେ ରଖି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ୨୦୨୩ ମସିହା ମେ ୩୦ ତାରିଖ ଦିନ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ କୁର୍ମିଙ୍ଗିଆ ନିକଟରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ ତତ୍କାଳୀନ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ । ଏହା କେତେ ଶୀଘ୍ର ଖୋଲାଯିବ ତାକୁ ନେଇ କଳ୍ପନଜଳ୍ପନା ଲାଗି ରହିଛି। କେତେ ଶୀଘ୍ର ଏହା ଖୋଲା ଯାଉଛି ତାହା ଦେଖିବା ବାକି ରହିଲା।

ଶିକ୍ଷୟିତ୍ରୀଙ୍କ ସୁନାଚେନ୍‍ ଝାମ୍ପିନେଲେ ଲୁଟିଆ