ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ: ସରକାରୀ କାର୍ଯ୍ୟ ପାଇଁ ଲାଞ୍ଚ ନେବା ଅଭିଯୋଗରେ ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜନୈକ ରାଜସ୍ବ ନୀରିକ୍ଷକଙ୍କୁ ୩ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥି ସହିତ ୫ ହଜାର ଟଙ୍କାର ଜରିମାନା ପାଇଁ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ତିିନିମାସ ଜେଲଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ପଞ୍ଚାୟତର ତତ୍କାଳୀନ ଆର ଆଇ ସୁନୀଲ ଦିଗାଲ। ସୂଚନା ଅନୁଯାୟୀ, ତୁଡ଼ିପାଜୁ ଅଞ୍ଚଳର ପ୍ରକାଶ ଚନ୍ଦ୍ର […]

ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ: ସରକାରୀ କାର୍ଯ୍ୟ ପାଇଁ ଲାଞ୍ଚ ନେବା ଅଭିଯୋଗରେ ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜନୈକ ରାଜସ୍ବ ନୀରିକ୍ଷକଙ୍କୁ ୩ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥି ସହିତ ୫ ହଜାର ଟଙ୍କାର ଜରିମାନା ପାଇଁ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ତିିନିମାସ ଜେଲଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ପଞ୍ଚାୟତର ତତ୍କାଳୀନ ଆର ଆଇ ସୁନୀଲ ଦିଗାଲ।

ସୂଚନା ଅନୁଯାୟୀ, ତୁଡ଼ିପାଜୁ ଅଞ୍ଚଳର ପ୍ରକାଶ ଚନ୍ଦ୍ର ଦେହୁରୀଙ୍କ ଜମିର କାଗଜପତ୍ର ସରଜମିନ ଯାଞ୍ଚ ପାଇଁ ସୁନୀଲ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଏ ନେଇ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ୨୦୨୧, ଜୁଲାଇ ୨୬ ତାରିଖ ଦିନ ଆର ଆଇ ସୁନୀଲ ତାଙ୍କ କାର୍ଯ୍ୟାଳୟରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୨/୨୧ କ୍ରମେ ଏକ ମାମଲା ରୁଜୁ କରାଯାଇ ସୁନୀଲଙ୍କୁ ଗିରଫ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି କରି ବିଚାରପତି ୧୧ ଜଣଙ୍କର ସାକ୍ଷ୍ୟ ପ୍ରମାଣ ଆଧାରରେ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।