ଚାନ୍ଦବାଲିରେ BJPର ମିଶ୍ରଣ ପର୍ବ, ପାଣ୍ଡିଆନଙ୍କ ବିରୋଧରେ ବିର୍ଷିଲେ BJD MLAଙ୍କ ମାମୁଁ

ସଭା ଆରମ୍ଭରୁ ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ ଅଜୟ ନାୟକ ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ। ତେବେ ଏନେଇ ବିଧାୟକ ବ୍ୟୋମକେଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏହି ମିଶ୍ରଣ ପର୍ବ ପରେ ବିଜେଡି ମହଲରେ ମୃଦୁ କମ୍ପନ ସୃଷ୍ଟି ହୋଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ଚାନ୍ଦବାଲିରେ BJPର ମିଶ୍ରଣ ପର୍ବ, ପାଣ୍ଡିଆନଙ୍କ ବିରୋଧରେ ବିର୍ଷିଲେ BJD MLAଙ୍କ ମାମୁଁ

ଶକ୍ତିଶାଳୀ ହେଉଛି ଚାନ୍ଦବାଲି ବିଜେପି। ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବଡ଼ ଓସ୍ତିଆର ଶତାଧିକ ବିଜେଡି କର୍ମୀ ପଦ୍ମ ଧରିଛନ୍ତି। ପଞ୍ଚାୟତରେ ବିଜେଡି ନେତା ଟୁଟୁଲି ରାୟ ବିଜେଡି ଦଳ ଛାଡିଥିବା ବେଳେ ତାଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ବିଜେପି ଉତ୍ତରୀୟ ପିନ୍ଧିଛନ୍ତି।

ସଭା ଆରମ୍ଭରୁ ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ ଅଜୟ ନାୟକ ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ। ତେବେ ଏନେଇ ବିଧାୟକ ବ୍ୟୋମକେଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏହି ମିଶ୍ରଣ ପର୍ବ ପରେ ବିଜେଡି ମହଲରେ ମୃଦୁ କମ୍ପନ ସୃଷ୍ଟି ହୋଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଓଡ଼ିଶାରେ ହେବାକୁ ଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ମାନେ ପଟୁଆରରେ ଆସି ନାମାଙ୍କନ ଦାଖଲ କରୁଛନ୍ତି । ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ନାମାଙ୍କନ ଦାଖଲ କରୁଛନ୍ତି ।

ବିରାଟ ରାଲି ଓ ଶୋଭାଯାତ୍ରାରେ ଆସି ସେ ଶକ୍ତି ପ୍ରଦର୍ଶନ କରିଛନ୍ତି । ତାଙ୍କ ସହିତ ଅଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ୨୦୧୪ ଓ ୨୦୧୯ ରେ ବିଜେପିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଛନ୍ତି ଜଗନ୍ନାଥ ପ୍ରଧାନ । ଏଥର ତାଙ୍କର ପ୍ରତିଦ୍ୱନ୍ଦୀ ଭାବେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅନନ୍ତ ନାରାୟଣ ଜେନା ।

ବିଜେପିର ବରଗଡ ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ସେଥିପାଇଁ ସେ ଆଜି ସକାଳୁ ପାଇକମାଳ ସ୍ଥିତ ନିଜ ଘରୁ ବାହାରି, ବରଗଡ ଅଭିମୁଖେ ଯାତ୍ରା କରିଛନ୍ତି । ସକାଳୁ ସେ ପ୍ରଥମେ ନିଜ ମା' ଙ୍କ ଆର୍ଶୀବାଦ ନେଇଛନ୍ତି । ପରେ ମନ୍ଦିରକୁ ଯାଇ ଦେବ ଦର୍ଶନ କରି ଘରୁ ବାହାରିଛନ୍ତି ।