ଚାନ୍ଦି ଭଣ୍ଡାରରେ ‘କଲରସ୍ପ୍ଲାସ୍‌’ କଲେକ୍ସନ

ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ହୋଲି ଅବସରରେ ରୁପା ଗହଣାର ଏକ୍ସକ୍ଲୁସିଭ ଷ୍ଟୋର ଚାନ୍ଦି ଭଣ୍ଡାର ପକ୍ଷରୁ ଗ୍ରାହକଙ୍କ ପାଇଁ ‘କଲରସ୍ପ୍ଲାସ୍‌’ କଲେକ୍ସନ ଉପଲବ୍ଧ ହୋଇଛି। ‘କଲରସ୍ପ୍ଲାସ୍‌’ କଲେକ୍ସନରେ ଏନାମେଲ୍‌ ଏବଂ ରଙ୍ଗିନ କ୍ୟୁବିକ ଜିର୍‌କୋନିଆର ପ୍ରସ୍ତୁତ ସ୍ବତନ୍ତ୍ର ଗହଣା ରହିଛି। ହୋଲିରେ ଯେକୌଣସି ପୋଷାକ ସହ ଆକର୍ଷଣୀୟ ଦିଶିବା ପାଇଁ ଏହି କଲେକ୍ସନ୍‌ ସର୍ବୋକ୍‌ତ୍ୃଷ୍ଟ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ଏ ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ କହିଛନ୍ତି, ଆମେ ଯାହା ପିନ୍ଧୁଛୁ ତାହାକୁ କେବଳ […] The post ଚାନ୍ଦି ଭଣ୍ଡାରରେ ‘କଲରସ୍ପ୍ଲାସ୍‌’ କଲେକ୍ସନ appeared first on Dharitri Odia News.

ଚାନ୍ଦି ଭଣ୍ଡାରରେ ‘କଲରସ୍ପ୍ଲାସ୍‌’ କଲେକ୍ସନ

ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ହୋଲି ଅବସରରେ ରୁପା ଗହଣାର ଏକ୍ସକ୍ଲୁସିଭ ଷ୍ଟୋର ଚାନ୍ଦି ଭଣ୍ଡାର ପକ୍ଷରୁ ଗ୍ରାହକଙ୍କ ପାଇଁ ‘କଲରସ୍ପ୍ଲାସ୍‌’ କଲେକ୍ସନ ଉପଲବ୍ଧ ହୋଇଛି। ‘କଲରସ୍ପ୍ଲାସ୍‌’ କଲେକ୍ସନରେ ଏନାମେଲ୍‌ ଏବଂ ରଙ୍ଗିନ କ୍ୟୁବିକ ଜିର୍‌କୋନିଆର ପ୍ରସ୍ତୁତ ସ୍ବତନ୍ତ୍ର ଗହଣା ରହିଛି। ହୋଲିରେ ଯେକୌଣସି ପୋଷାକ ସହ ଆକର୍ଷଣୀୟ ଦିଶିବା ପାଇଁ ଏହି କଲେକ୍ସନ୍‌ ସର୍ବୋକ୍‌ତ୍ୃଷ୍ଟ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ଏ ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ କହିଛନ୍ତି, ଆମେ ଯାହା ପିନ୍ଧୁଛୁ ତାହାକୁ କେବଳ ଫ୍ୟାଶନ କୁହାଯିବନାହିଁ, ଆମେ କିଭଳି ନିଜକୁ ପରିପ୍ରକାଶ କରୁଛୁ ତାହା ପ୍ରକୃତ ଫ୍ୟାଶନ । ଆମର ‘କଲରସ୍ପ୍ଲାସ୍‌’ କଲେକ୍ସନ ସହ ଆମେ ଆମ ଗ୍ରାହକଙ୍କୁ ସେମାନଙ୍କ ବ୍ୟକ୍ତିଗତତାକୁ ଗ୍ରହଣ କରିବାକୁ ଏବଂ ଏ କେବଳ ହୋଲି ନୁହେଁ ବରଂ ପ୍ରତିଦିନ ସେମାନଙ୍କ ଜୀବନରେ ରଙ୍ଗର ଏକ ଛାପ ଯୋଡ଼ିବାକୁ ଚାହୁଁଥିବା ସେ କହିଛନ୍ତି।
ଉତ୍ସବକୁ ଅଧିକ ଆକର୍ଷଣୀୟ କରିବାକୁ ଯାଇ ଚାନ୍ଦି ଭଣ୍ଡାର ଏକ ସ୍ବତନ୍ତ୍ର ଅଫର ଆଣିଛି। ଏହା ପକ୍ଷରୁ ଗଢ଼ା ମଜୁରି ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବାର ଯୋଜନା ରହିଛି। ଅଫର ମାର୍ଚ୍ଚ ୨୫ରୁ ଏପ୍ରିଲ ୭ ଯାଏ ଚାଲିବ। ଚାନ୍ଦି ଭଣ୍ଡାରର ଯେକୌଣସି ଷ୍ଟୋରରେ ଗ୍ରାହକ ହୋଲିର ଆନନ୍ଦ ନେଇପାରିବେ ବୋଲି କୁହାଯାଇଛି।

The post ଚାନ୍ଦି ଭଣ୍ଡାରରେ ‘କଲରସ୍ପ୍ଲାସ୍‌’ କଲେକ୍ସନ appeared first on Dharitri Odia News.