ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଭାରତ ଗସ୍ତରେ ସାଉଦି ମନ୍ତ୍ରୀ

ନୂଆଦିଲ୍ଲୀ,୮।୫: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି। ଏଭଳିସ୍ଥିତିରେ ସାଉଦି ଆରବ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଆଦେଲ ଅଲଜୁବେଇର୍‌ ଗୁରୁବାର ଦିଲ୍ଲୀ ଆସି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ଅଲ୍‌ଜୁବେରଙ୍କ ସହ ଆଲୋଚନା ଭଲ ହୋଇଛି। ତେବେ ଆତଙ୍କବାଦକୁ ଦୃଢ଼ ପ୍ରତିହତ କରିବା ସମ୍ପର୍କିତ ଭାରତର ଯୋଜନା ସମ୍ପର୍କରେ ତାଙ୍କୁ […] The post ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଭାରତ ଗସ୍ତରେ ସାଉଦି ମନ୍ତ୍ରୀ appeared first on Dharitri Odia News.

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଭାରତ ଗସ୍ତରେ ସାଉଦି ମନ୍ତ୍ରୀ

ନୂଆଦିଲ୍ଲୀ,୮।୫: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି। ଏଭଳିସ୍ଥିତିରେ ସାଉଦି ଆରବ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଆଦେଲ ଅଲଜୁବେଇର୍‌ ଗୁରୁବାର ଦିଲ୍ଲୀ ଆସି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି।

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ଅଲ୍‌ଜୁବେରଙ୍କ ସହ ଆଲୋଚନା ଭଲ ହୋଇଛି। ତେବେ ଆତଙ୍କବାଦକୁ ଦୃଢ଼ ପ୍ରତିହତ କରିବା ସମ୍ପର୍କିତ ଭାରତର ଯୋଜନା ସମ୍ପର୍କରେ ତାଙ୍କୁ ଜଣାଇ ଦିଆଯାଇଥିବା ଜୟଶଙ୍କର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ବୁଧବାର ମଧ୍ୟରାତ୍ରରେ ଇରାନର ବହିର୍ବ୍ୟାପାର ମନ୍ତ୍ରୀ ଆବ୍ବାସ ଅରଘଚି ନୂଆଦିଲ୍ଲୀରେ ପହଞ୍ଚି ଜୟଶଙ୍କରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାଯାଇଛି। ଏପ୍ରିଲ ୨୨ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ଅପରାଧୀ ଓ ଯୋଜନାକାରୀମାନଙ୍କୁ ଆଇନର କାଠଗଡ଼ାକୁ ଆଣିବା ପାଇଁ ଭାରତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେଇଥିବା ବହିର୍ବ୍ୟାପାର ସଚିବ ବିକ୍ରମ ମିସ୍ରି କହିଛନ୍ତି।

 

The post ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଭାରତ ଗସ୍ତରେ ସାଉଦି ମନ୍ତ୍ରୀ appeared first on Dharitri Odia News.