ଚାନ୍ଦୁଆ ଉଦ୍ୟୋଗୀତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ପିପିଲି: ପିପିଲିର ଜୟ ଜଗନ୍ନାଥ ଆପ୍ଲିକ ପ୍ରଡ୍ୟୁସର କଂପାନୀ ଲିମିଟେଡ୍‌‌ ସହଯୋଗରେ ଭାରତ ସରକାରଙ୍କ ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ମଙ୍ଗଳପୁର ସ୍ଥିତ ସୋନାକ୍ଷୀ ରିସୋର୍ଟ ଠାରେ ଏକ ଦିନିକିଆ ଚାନ୍ଦୁଆ ଉଦ୍ୟୋଗୀତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଆପ୍ଲିକ ପ୍ରଡ୍ୟୁସର କଂପାନୀ ଲିମିଟେଡର ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗର ରାମାନୁଜ ବୈରିଗଞ୍ଜନ, ଡ଼ଃ ଅନିତା ସାବତ ଏବଂ […]

ଚାନ୍ଦୁଆ ଉଦ୍ୟୋଗୀତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ପିପିଲି: ପିପିଲିର ଜୟ ଜଗନ୍ନାଥ ଆପ୍ଲିକ ପ୍ରଡ୍ୟୁସର କଂପାନୀ ଲିମିଟେଡ୍‌‌ ସହଯୋଗରେ ଭାରତ ସରକାରଙ୍କ ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ମଙ୍ଗଳପୁର ସ୍ଥିତ ସୋନାକ୍ଷୀ ରିସୋର୍ଟ ଠାରେ ଏକ ଦିନିକିଆ ଚାନ୍ଦୁଆ ଉଦ୍ୟୋଗୀତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଆପ୍ଲିକ ପ୍ରଡ୍ୟୁସର କଂପାନୀ ଲିମିଟେଡର ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗର ରାମାନୁଜ ବୈରିଗଞ୍ଜନ, ଡ଼ଃ ଅନିତା ସାବତ ଏବଂ ଏସ୍‌‌ଓଏସ୍‌‌ କଂପାନୀର ପରିଚାଳନା ନିର୍ଦ୍ଦେଶକ ଦୀନବନ୍ଧୁ ବେହୁରା ପ୍ରମୁଖ ଯୋଗଦେଇ ନୂତନ ଚାନ୍ଦୁଆ ହସ୍ତଶିଳ୍ପ ଉଦ୍ୟୋଗୀ ଓ କାରିଗରଙ୍କୁ ବିଭିନ୍ନ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଏହି ଅବସରରେ ଯୋଗ ଦେଇଥିବା ଚାନ୍ଦୁଆ ହସ୍ତଶିଳ୍ପ କାରିଗରଙ୍କ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।