ଚାମ୍ପିଅନ୍ସ ଟ୍ରଫି ଓ ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷିତ, ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ଵ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରେ  ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ(ଇସିବି) ନିଜର ଘୋଷଣା କରିଛି। ଏହା ସହିତ ଭାରତ ଗସ୍ତ ପାଇଁ ମଧ୍ୟ ବୋର୍ଡ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ଭାରତ ବିପକ୍ଷ ସିରିଜ୍ ଓ ଚାମ୍ପିଅନ୍ସ ଟ୍ରଫି ପାଇଁ ଇଂଲଣ୍ଡ ଦଳର ଅଧିନାୟକ ଦାୟିତ୍ଵ ଜୋସ୍ ବଟଲରଙ୍କୁ ଦିଆଯାଇଛି। ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଦୁଇ ଦଳରେ ସ୍ଥାନ ମିଳିଛି। ତାଙ୍କ ବ୍ୟତୀତ ଦଳରେ  ହ୍ୟାରି ବ୍ରୁକ, ଲିୟାମ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ, ଜୋ ରୁଟ୍, ଫିଲ ସଲ୍ଟ ଓ ମାର୍କ ଉଡଙ୍କ ପରି ତାରକା ଖେଳାଳିଙ୍କୁ ଆଶାନୁରୂପ ଦଳରେ ସ୍ଥାନ ମିଳିଛି।ଜୋସ୍ ବଟଲରଙ୍କ ନେତୃତ୍ଵାଧୀନ ଇଂଲଣ୍ଡ ଟିମ୍  ଭାରତ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। ଏହାପରେ ଇଂଲଣ୍ଡ ଟିମ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ମଇଦାନକୁ ଓହ୍ଲାଇବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜ୍ ଜାନୁଆରୀ ୨୨ରୁ ଆରମ୍ଭ  ହୋଇ ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।Also read: ଟିମ୍ ଇଣ୍ଡିଆକୁ ବଡ଼ ଝଟକା ! ଅଭ୍ୟାସ ବେଳେ ଦୁଇ ସିନିୟର ଖେଳାଳି ଆହତ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଦଳରେ ସାମିଲ କରାଯାଇନି। ନ୍ୟୁଜିଲାଣ୍ଡ ଗସ୍ତରେ ଆହତ ହେବା କାରଣରୁ ଚୟନକର୍ତ୍ତା ବେନ ଷ୍ଟୋକ୍ସଙ୍କ ନାଁକୁ ବିଚାରକୁ ନେଇ ନାହାନ୍ତି। ଷ୍ଟୋକ୍ସ ନିକଟରେ  ହାମିଲଟନରେ

ଚାମ୍ପିଅନ୍ସ ଟ୍ରଫି ଓ ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷିତ, ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ଵ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରେ  ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ(ଇସିବି) ନିଜର ଘୋଷଣା କରିଛି। ଏହା ସହିତ ଭାରତ ଗସ୍ତ ପାଇଁ ମଧ୍ୟ ବୋର୍ଡ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ଭାରତ ବିପକ୍ଷ ସିରିଜ୍ ଓ ଚାମ୍ପିଅନ୍ସ ଟ୍ରଫି ପାଇଁ ଇଂଲଣ୍ଡ ଦଳର ଅଧିନାୟକ ଦାୟିତ୍ଵ ଜୋସ୍ ବଟଲରଙ୍କୁ ଦିଆଯାଇଛି। ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଦୁଇ ଦଳରେ ସ୍ଥାନ ମିଳିଛି। ତାଙ୍କ ବ୍ୟତୀତ ଦଳରେ  ହ୍ୟାରି ବ୍ରୁକ, ଲିୟାମ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ, ଜୋ ରୁଟ୍, ଫିଲ ସଲ୍ଟ ଓ ମାର୍କ ଉଡଙ୍କ ପରି ତାରକା ଖେଳାଳିଙ୍କୁ ଆଶାନୁରୂପ ଦଳରେ ସ୍ଥାନ ମିଳିଛି।

ଜୋସ୍ ବଟଲରଙ୍କ ନେତୃତ୍ଵାଧୀନ ଇଂଲଣ୍ଡ ଟିମ୍  ଭାରତ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। ଏହାପରେ ଇଂଲଣ୍ଡ ଟିମ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ମଇଦାନକୁ ଓହ୍ଲାଇବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜ୍ ଜାନୁଆରୀ ୨୨ରୁ ଆରମ୍ଭ  ହୋଇ ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Also read: ଟିମ୍ ଇଣ୍ଡିଆକୁ ବଡ଼ ଝଟକା ! ଅଭ୍ୟାସ ବେଳେ ଦୁଇ ସିନିୟର ଖେଳାଳି ଆହତ 

ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଦଳରେ ସାମିଲ କରାଯାଇନି। ନ୍ୟୁଜିଲାଣ୍ଡ ଗସ୍ତରେ ଆହତ ହେବା କାରଣରୁ ଚୟନକର୍ତ୍ତା ବେନ ଷ୍ଟୋକ୍ସଙ୍କ ନାଁକୁ ବିଚାରକୁ ନେଇ ନାହାନ୍ତି। ଷ୍ଟୋକ୍ସ ନିକଟରେ  ହାମିଲଟନରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଆହତ ହୋଇଥିଲେ। ଫଳରେ ମ୍ୟାଚ୍‌ର ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରି ନ ଥିଲେ। ଇଂଲଣ୍ଡକୁ ୨୦୨୫-୨୬ ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍ ସିରିଜ  ପୂର୍ବରୁ  ଜୁନରେ ଭାରତ ବିପକ୍ଷରେ ଭାରତ ମାଟିରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ତେଣୁ ଦଳ ପ୍ରବନ୍ଧକ ଚାମ୍ପିଅନ୍ସ ଟ୍ରଫି ପାଇଁ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସଙ୍କୁ ଦିନିକିଆ ଦଳରେ ସାମିଲ କରିନି।

ଭାରତ ଗସ୍ତ ଓ ଚାମ୍ପିଅନ୍ସ ଟ୍ରଫି ପାଇଁ ଇଂଲଣ୍ଡର ଦିନିକିଆ ଦଳ

ଜୋଫ୍ରା ଆର୍ଚର, ଗସ୍ ଏଟିଙ୍କସନ, ଜ୍ୟାକବ ବେଥେଲ, ହ୍ୟାରି ବ୍ରୁକ, ବ୍ରାଏଡନ କାର୍ସେ ବେନ ଡକେଟ୍ ଜେମି ଓଭରଟନ, ଜେମି ସ୍ମିଥ, ଲିୟାନ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ,  ଜୋ ରୁଟ୍, ଶାକିବ ମେହମୁଦ, ଫିଲ୍ ସଲ୍ଟ, ମାର୍କ ଉଡୱ

ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡର ଟି-୨୦ ଦଳ

ଜୋଲସ୍ ବଟଲର(ଅଧିନାୟକ), ରେହାମ ଅହମ୍ମଦ,  ଜୋଫ୍ରା ଆର୍ଚର, ଗସ ଏଟିଙ୍ଗସନ, ଜ୍ୟାକବ ବେଥେଲ, ହ୍ୟାରି ବ୍ରୁକ, ବ୍ରାୟଡନ କାର୍ସେ, ବେନ ଡକେଟ୍, ଜେମି ଓଭରଟନ, ଜେମି ସ୍ମିଥ, ଲିୟାନ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ, ସାକିବ ମେହମୁଦ, ଫିଲ ସଲ୍ଟ, ମାର୍କ ଉଡ।