ମେଣ୍ଟ ଚର୍ଚ୍ଚାରେ ଲାଗିଲା ବିରାମ, ଯୁଦ୍ଧ ପାଇଁ ବିଜେପି-ବିଜେଡିର ଜୋରଦାର ପ୍ରସ୍ତୁତି
ଭୁବନେଶ୍ଵର: ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିବା ପରେ ଉଭୟ ଦଳ ନିଜ ନିଜ ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ କରିଦେଲେଣି ରଣନୀତି । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀ ଚୟନ କସରତକୁ ଜୋରଦାର୍ କରିଛନ୍ତି ଉଭୟ ଦଳ । ଆଜି ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସୁଛି । ଏଥି ପାଇଁ ଆଜି ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି । ଏହି ବୈଠକରେ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଚୁଡ଼ାନ୍ତ ହେବ ବୋଲି ଅନୁମାନ କରାଯାଉଛି।Also read: ଆଜିଠୁ ନିର୍ବାଚନୀ ମୈଦାନରେ ପ୍ରଚଣ୍ଡ ଲଢ଼େଇ: ଏକାକୀ ଲଢ଼ିବ ବିଜେପି, ଟକ୍କର ପାଇଁ ପ୍ରସ୍ତୁତ ବିଜେଡିଏଥର ଲଢ଼େଇ ହେବ ଆରପାର । ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେଣି ଯୋଦ୍ଧା । ମଇଦାନକୁ ଓହ୍ଲାଇଲେଣି ବିଜେପି ବ୍ରିଗେଡ୍ । ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିବା ପରେ ଉଭୟ ଦଳ ନିଜ ନିଜ ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ କରିଦେଲେଣି ରଣନୀତି । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀ ଚୟନ କସରତକୁ ଜୋରଦାର୍ କରିଛନ୍ତି ଉଭୟ ଦଳ । ଆଜି ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସୁଛି । ଏଥି ପାଇଁ ଆଜି ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି । ଏହି ବୈଠକରେ ଓଡ଼ିଶା ପାଇଁ ପ୍ରାର୍ଥୀ ତ
ଭୁବନେଶ୍ଵର: ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିବା ପରେ ଉଭୟ ଦଳ ନିଜ ନିଜ ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ କରିଦେଲେଣି ରଣନୀତି । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀ ଚୟନ କସରତକୁ ଜୋରଦାର୍ କରିଛନ୍ତି ଉଭୟ ଦଳ । ଆଜି ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସୁଛି । ଏଥି ପାଇଁ ଆଜି ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି । ଏହି ବୈଠକରେ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଚୁଡ଼ାନ୍ତ ହେବ ବୋଲି ଅନୁମାନ କରାଯାଉଛି।
Also read: ଆଜିଠୁ ନିର୍ବାଚନୀ ମୈଦାନରେ ପ୍ରଚଣ୍ଡ ଲଢ଼େଇ: ଏକାକୀ ଲଢ଼ିବ ବିଜେପି, ଟକ୍କର ପାଇଁ ପ୍ରସ୍ତୁତ ବିଜେଡି
ଏଥର ଲଢ଼େଇ ହେବ ଆରପାର । ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେଣି ଯୋଦ୍ଧା । ମଇଦାନକୁ ଓହ୍ଲାଇଲେଣି ବିଜେପି ବ୍ରିଗେଡ୍ । ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିବା ପରେ ଉଭୟ ଦଳ ନିଜ ନିଜ ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ କରିଦେଲେଣି ରଣନୀତି । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀ ଚୟନ କସରତକୁ ଜୋରଦାର୍ କରିଛନ୍ତି ଉଭୟ ଦଳ । ଆଜି ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସୁଛି । ଏଥି ପାଇଁ ଆଜି ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ।
ଏହି ବୈଠକରେ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଚୁଡ଼ାନ୍ତ ହେବ ବୋଲି ଅନୁମାନ କରାଯାଉଛି । ତେବେ ଦିଲ୍ଲୀ ଯିବା ପୂର୍ବରୁ ମନମୋହନ କହିଛନ୍ତି, ନିର୍ବାଚନ ନେଇ କର୍ମୀମାନେ ସମସ୍ତେ କାମରେ ଲାଗି ପଡ଼ିଲେଣି । କର୍ମୀଙ୍କ ମଧ୍ୟ ଉଦ୍ଦୀପନା ୧୦ଗୁଣା ବଢ଼ି ଯାଇଛି । ନିର୍ବାଚନ ପାଇଁ ଆଉ ୨ମାସ ସମୟ ଅଛି । କର୍ମୀ ଆହୁରି ପରିଶ୍ରମ କରିବେ ବୋଲି କହିଛନ୍ତି ମନମୋହନ । ସେହିଭଳି ବିଜେପି ନେତା କହିଛନ୍ତି ଏଥର ୪ଶହ ପାର୍ ମିଶନକୁ ନେଇ ଲଢ଼େଇ ହେବ ଆରପାର୍ ।
ଗୋଟେପଟେ ଦିଲ୍ଲୀରେ ବିଜେପିର ପ୍ରାର୍ଥୀ ତାଲିକାକୁ ନେଇ କସରତ ଜୋର୍ ଧରିଥିବା ବେଳେ ଓଡ଼ିଶାରେ ମଇଦାନକୁ ଓହ୍ଲାଇଲେଣି ବିଜେପି ବ୍ରିଗେଡ୍ । ଏମିତି ଦୃଶ୍ୟ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି । ଯେଉଁଠି ବିଭିନ୍ନ ରାଜନୈତିକ ଦଳର ୫ଶହରୁ ଅଧିକ ନେତା କର୍ମୀ ବିଶାଳ ବାଇକ ରାଲି କରି ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାୟକ ଏବଂ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ଯୋଗ ଦେଇଛନ୍ତି । ଏହା ଦ୍ବାରା ଝାରସୁଗୁଡ଼ାରେ ବିଜେପିର ଶକ୍ତି ବୃଦ୍ଧି ହେବ ବୋଲି କହିଛନ୍ତି ଟଙ୍କଧର ତ୍ରିପାଠୀ । ମେଣ୍ଟ ଦ୍ବନ୍ଦ୍ବ ଦୂର ହେବା ପରେ ଏଥର ମିଶନ ଓଡ଼ିଶା ପାଇଁ ରଣନୀତିକୁ ତେଜ୍ କରିଛନ୍ତି ରାଜ୍ୟ ବିଜେପି ନେତା । କେବଳ ଅପେକ୍ଷା ଦିଲ୍ଲୀରୁ ଟିକେଟ୍ ଘୋଷଣାକୁ । ଏହା ପରେ ଜମିବ ଲଢ଼େଇ ।