ଚାମ୍ପିଅନ୍ସ ଟ୍ରଫି ଟୁରର ନୂଆ ସିଡ୍ୟୁଲ ଜାରି, ICCର ନୂଆ କାର୍ଯ୍ୟସୂଚୀରେ POK ଟୁର ବାତିଲ
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ପିସିବି ଓ ବିସିସିଆଇ ମଧ୍ୟରେ ବିବାଦ ଭିତରେ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ପହଞ୍ଚି ଯାଇଛି। ବର୍ତ୍ତମାନ ଟ୍ରଫି ଆୟୋଜକ ପାକିସ୍ତାନ ସହ ଅଂଶଗ୍ରହଣକାରୀ ଦେଶର ବିଭିନ୍ନ ସହର ଭ୍ରମଣ କରିବ।ଟ୍ରଫିକୁ ପାକିସ୍ତାନ ସରକାର ପିଓକେରେ ବୁଲାଇବାକୁ ଯୋଜନା କରିଥିଲା। ହେଲେ ଭାରତର ଆପତ୍ତି ପରେ ଆଇସିସି ନୂତନ କାର୍ଯ୍ୟସୂଚୀ ଜାରି କରିଛି। ଏହା ଅନୁଯାୟୀ ଟ୍ରଫି ପିଓକେ ଯିବ ନାହିଁ। ଏଥିସହ ଟ୍ରଫି ୧୨ ଦିନିଆ ଟୁରରେ ଭାରତ ଆସିବ। ଟ୍ରଫି ନଭେମ୍ବର ୧୬ରୁ ଜାନୁଆରୀ ୨୬ ପର୍ଯ୍ୟନ୍ତ ଭ୍ରମଣ କରିବ। ଟ୍ରଫି ଜାନୁଆରୀ ୨୬ ଉପଲକ୍ଷେ ଭାରତରେ ରହିବ। କାରଣ ଏହି ଦିନ ଭାରତରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ଟ୍ରଫି ଜାନୁଆରୀ ୧୫ରେ ଭାରତକୁ ଆସିବ ଓ ଜାନୁଆରୀ ୨୬ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହର ଭ୍ରମଣ କରିବ। ଏଥିସହ ଟ୍ରଫି ନିର୍ଦ୍ଧାରିତ ତାରିଖରେ ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଯାତ୍ରା କରିବ। Also read: ସାମସନଙ୍କ ସଟ୍ରେ ଘାଇଲା ଦର୍ଶକ, ଗାଲରେ ବାଜିଲା ବଲ୍, ଭିଡିଓ ଭାଇରାଲ୍...ପାକିସ୍ତାନରେ ଟ୍ରଫି ନଭେମ୍ବର ୧୬ରୁ ନଭେମ୍ବର ୨୫ ପର୍ଯ୍ୟନ୍ତ ବୁଲିବା ପରେ ଆଫଗାନିସ୍ତାନ ଆସିବ। ଏଠାରେ ଟ୍ରଫି ନଭେମ୍ବର ୨୬ରୁ ୨୮ ଯାଏ ଭ୍ରମଣ କରିବ। ଆଫଗାନିସ୍ତାନ ପରେ ଟ୍ରଫି ବାଂଲାଦେଶରେ ଡିସେମ୍ବର ୧୦ରୁ ୧୩ ପର୍ଯ୍ୟନ୍ତ, ଡିସେମ୍ବର ୧୫ରୁ ୨୨ ପର୍ଯ୍ୟନ୍ତ ଦକ୍
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ପିସିବି ଓ ବିସିସିଆଇ ମଧ୍ୟରେ ବିବାଦ ଭିତରେ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ପହଞ୍ଚି ଯାଇଛି। ବର୍ତ୍ତମାନ ଟ୍ରଫି ଆୟୋଜକ ପାକିସ୍ତାନ ସହ ଅଂଶଗ୍ରହଣକାରୀ ଦେଶର ବିଭିନ୍ନ ସହର ଭ୍ରମଣ କରିବ।ଟ୍ରଫିକୁ ପାକିସ୍ତାନ ସରକାର ପିଓକେରେ ବୁଲାଇବାକୁ ଯୋଜନା କରିଥିଲା। ହେଲେ ଭାରତର ଆପତ୍ତି ପରେ ଆଇସିସି ନୂତନ କାର୍ଯ୍ୟସୂଚୀ ଜାରି କରିଛି। ଏହା ଅନୁଯାୟୀ ଟ୍ରଫି ପିଓକେ ଯିବ ନାହିଁ। ଏଥିସହ ଟ୍ରଫି ୧୨ ଦିନିଆ ଟୁରରେ ଭାରତ ଆସିବ।
ଟ୍ରଫି ନଭେମ୍ବର ୧୬ରୁ ଜାନୁଆରୀ ୨୬ ପର୍ଯ୍ୟନ୍ତ ଭ୍ରମଣ କରିବ। ଟ୍ରଫି ଜାନୁଆରୀ ୨୬ ଉପଲକ୍ଷେ ଭାରତରେ ରହିବ। କାରଣ ଏହି ଦିନ ଭାରତରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ଟ୍ରଫି ଜାନୁଆରୀ ୧୫ରେ ଭାରତକୁ ଆସିବ ଓ ଜାନୁଆରୀ ୨୬ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହର ଭ୍ରମଣ କରିବ। ଏଥିସହ ଟ୍ରଫି ନିର୍ଦ୍ଧାରିତ ତାରିଖରେ ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଯାତ୍ରା କରିବ।
Also read: ସାମସନଙ୍କ ସଟ୍ରେ ଘାଇଲା ଦର୍ଶକ, ଗାଲରେ ବାଜିଲା ବଲ୍, ଭିଡିଓ ଭାଇରାଲ୍...
ପାକିସ୍ତାନରେ ଟ୍ରଫି ନଭେମ୍ବର ୧୬ରୁ ନଭେମ୍ବର ୨୫ ପର୍ଯ୍ୟନ୍ତ ବୁଲିବା ପରେ ଆଫଗାନିସ୍ତାନ ଆସିବ। ଏଠାରେ ଟ୍ରଫି ନଭେମ୍ବର ୨୬ରୁ ୨୮ ଯାଏ ଭ୍ରମଣ କରିବ। ଆଫଗାନିସ୍ତାନ ପରେ ଟ୍ରଫି ବାଂଲାଦେଶରେ ଡିସେମ୍ବର ୧୦ରୁ ୧୩ ପର୍ଯ୍ୟନ୍ତ, ଡିସେମ୍ବର ୧୫ରୁ ୨୨ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ, ଡିସେମ୍ବର ୨୫ରୁ ଜାନୁଆରୀ ୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ, ଜାନୁଆରୀ ୬ରୁ ୧୧ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ, ଜାନୁଆରୀ ୧୨ରୁ ୧୪ ଯାଏଁ ଇଂଲଣ୍ଡରେ ଭ୍ରମଣ କରିବ। ଏହା ପରେ ଟ୍ରଫି ଭାରତ ଆସିବ।
କେଉଁ ଦେଶରେ କେତେ ଦିନ ଟ୍ରଫି ଯାତ୍ରା କରିବ
ନଭେମ୍ବର ୧୬- ଇସଲାମାବା, ପାକିସ୍ତାନ
ନଭେମ୍ବର ୧୭- ତକ୍ଷଶିଳା ଓ ଖାନପୁର, ପାକିସ୍ତାନ
ନଭେମ୍ବର ୧୮- ଏବଟାବାଦ, ପାକିସ୍ତାନ
ନଭେମ୍ବର ୧୯- ମୁରି, ପାକିସ୍ତାନ
ନଭେମ୍ବର ୨୯- ନଥିଆ ଗଲି, ପାକିସ୍ତାନ
ନଭେମ୍ବର ୨୨ରୁ ୨୫- କରାଚି, ପାକିସ୍ତାନ
ନଭେମ୍ବର ୨୬ରୁ ୨୮- ଆଫଗାନିସ୍ତାନ
ଡିସେମ୍ବର ୧୦ରୁ ୧୩- ବାଂଲାଦେଶ
ଡିସେମ୍ବର ୧୫ରୁ ୨୨- ଦକ୍ଷିଣ ଆଫ୍ରିକା
ଡିସେମ୍ବର ୨୫ରୁ ଜାନୁଆରୀ ୫- ଅଷ୍ଟ୍ରେଲିଆ
ଜାନୁଆରୀ ୬ରୁ ୧୧- ନ୍ୟୁଜିଲାଣ୍ଡ
ଜାନୁଆରୀ ୧୨ରୁ ୧୪- ଇଂଲଣ୍ଡ
ଜାନୁଆରୀ ୧୫ରୁ ୨୬- ଭାରତ
ଜାନୁଆରୀ ୨୭- ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସ୍ଥାନ, ପାକିସ୍ତାନ