ଚାମ୍ପିୟନ ଟ୍ରଫି ପୂର୍ବରୁ ଆଉ ଏକ ସିରିଜ୍ ଘୋଷଣା, ୪ଟି T-20 ଖେଳିବା ପାଇଁ ଦ.ଆଫ୍ରିକା ଯିବ ଭାରତ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବର୍ତ୍ତମାନ ସମୟରେ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଖେଳୁଛି । ରୋହିତ ବାହିନୀ ଟ୍ରଫି ଜିତିବା ପାଇଁ ବେଶ କସରତ କରୁଛି । ଯଦି ଭାରତୀୟ ଟିମ୍ ଫାଇନାଲ ଖେଳେ, ତେବେ ଜୁନ୍ ୨୯ରେ ହେବାକୁ ଥିବା ଏହି ମୁକାବିଲା ପରେ ଟିମ୍ ଦେଶକୁ ଫେରିବ । ତେବେ ଏହା ପରେ ବି ଖେଳାଳିଙ୍କ ଲମ୍ୱା ସିଡ୍ୟୁଲ୍ ରହିଛି । ଭାରତୀୟ ଟିମ୍ ଗୋଟିଏ ପରେ ଗୋଟିଏ ଅନେକ ସିରିଜ୍ ଖେଳିବ । ନିକଟରେ ବିସିସିଆଇ ଚାମ୍ପିୟନ ଟ୍ରଫି ଠିକ୍ ପୂର୍ବରୁ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ହୋମ୍ ସିରିଜ୍ ଘୋଷଣା କରିଥିଲା । ଏବେ ଏଥିରେ ଏବେ ଆଉ ଏକ ସିରିଜ୍ ଯୋଡ଼ି ହୋଇଛି, ଯେଉଁଥି ପାଇଁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ।ଭାରତୀୟ କ୍ରିକେଟ୍ ଟିମ୍ ନଭେମ୍ୱରରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ସିରିଜରେ ଦୁଇଟି ଟିମ୍ ମଧ୍ୟରେ ୪ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳାଯିବ । କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସଏ) ଏହି ସିଡ୍ୟୁଲ୍ ଜାରି କରିଛି । ନଭେମ୍ୱର ୮ରୁ ଏହି ଶୃଙ୍ଖଳା ଆରମ୍ଭ ହୋଇ ନଭେମ୍ୱର ୧୫ରେ ଶେଷ ମ୍ୟାଚ୍ ଖେଳାଯିବ ।CSA AND BCCI ANNOUNCE UPCOMING SERIESCricket South Africa (CSA) and the Board of Control for Cricket in India (BCCI) are delighted to confirm the scheduling of yet another thrilling KFC T20 International (T20I) series, which will see India
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବର୍ତ୍ତମାନ ସମୟରେ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଖେଳୁଛି । ରୋହିତ ବାହିନୀ ଟ୍ରଫି ଜିତିବା ପାଇଁ ବେଶ କସରତ କରୁଛି । ଯଦି ଭାରତୀୟ ଟିମ୍ ଫାଇନାଲ ଖେଳେ, ତେବେ ଜୁନ୍ ୨୯ରେ ହେବାକୁ ଥିବା ଏହି ମୁକାବିଲା ପରେ ଟିମ୍ ଦେଶକୁ ଫେରିବ । ତେବେ ଏହା ପରେ ବି ଖେଳାଳିଙ୍କ ଲମ୍ୱା ସିଡ୍ୟୁଲ୍ ରହିଛି । ଭାରତୀୟ ଟିମ୍ ଗୋଟିଏ ପରେ ଗୋଟିଏ ଅନେକ ସିରିଜ୍ ଖେଳିବ । ନିକଟରେ ବିସିସିଆଇ ଚାମ୍ପିୟନ ଟ୍ରଫି ଠିକ୍ ପୂର୍ବରୁ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ହୋମ୍ ସିରିଜ୍ ଘୋଷଣା କରିଥିଲା । ଏବେ ଏଥିରେ ଏବେ ଆଉ ଏକ ସିରିଜ୍ ଯୋଡ଼ି ହୋଇଛି, ଯେଉଁଥି ପାଇଁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ।
ଭାରତୀୟ କ୍ରିକେଟ୍ ଟିମ୍ ନଭେମ୍ୱରରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ସିରିଜରେ ଦୁଇଟି ଟିମ୍ ମଧ୍ୟରେ ୪ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳାଯିବ । କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସଏ) ଏହି ସିଡ୍ୟୁଲ୍ ଜାରି କରିଛି । ନଭେମ୍ୱର ୮ରୁ ଏହି ଶୃଙ୍ଖଳା ଆରମ୍ଭ ହୋଇ ନଭେମ୍ୱର ୧୫ରେ ଶେଷ ମ୍ୟାଚ୍ ଖେଳାଯିବ ।
CSA AND BCCI ANNOUNCE UPCOMING SERIES
Cricket South Africa (CSA) and the Board of Control for Cricket in India (BCCI) are delighted to confirm the scheduling of yet another thrilling KFC T20 International (T20I) series, which will see India traveling to South Africa in November… pic.twitter.com/6xn8AkpK51— Proteas Men (@ProteasMenCSA) June 21, 2024
ଟି-୨୦ ସିରିଜ ସିଡ୍ୟୁଲ୍
ପ୍ରଥମ ଟି-୨୦: ନଭେମ୍ୱର ୮, ଡରବନ
ଦ୍ୱିତୀୟ ଟି-୨୦: ନଭେମ୍ୱର ୧୦, ଗକେବରହା
ତୃତୀୟ ଟି-୨୦: ନଭେମ୍ୱର ୧୩, ସେଞ୍ଚୁରିୟନ
ଚତୁର୍ଥ ଟି-୨୦: ନଭେମ୍ୱର ୧୫, ଜୋହାନ୍ସବର୍ଗ
ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ଜିମ୍ୱାୱେ ଏବଂ ଶ୍ରୀଲଙ୍କା ବିପକ୍ଷରେ ସିରିଜ୍ ଖେଳିବ । ଏହାପରେ ବିସିସିଆଇର ଚଳିତ ସିଜିନ୍ ଶେଷ ହେବ । ଭାରତୀୟ ଟିମ୍ର ପରବର୍ତ୍ତୀ ସିଜିନ୍ ସେପ୍ଟେମ୍ୱରରୁ ଆରମ୍ଭ ହେବ ଏବଂ ଚାମ୍ପିୟନ ଟ୍ରଫି ପୂର୍ବରୁ ଟିମ୍ ମୋଟ ୫ଟି ସିରିଜ୍ ଖେଳିବାର ଅଛି ।