ଚାରିଆଡୁ ନଈ ପେଟ ଖାଲି କରୁଛନ୍ତି ମାଫିଆ: କନକ ନ୍ୟୁଜରେ ଖବର ପ୍ରସାରଣ ପରେ, ଚେତିଲା ଖଣି ବିଭାଗ
କନକ ବ୍ୟୁରୋ: ସାରା ରାଜ୍ୟରୁ ଆସିଛି ବାଲି ଚୋରିର ସାଂଘାତିକ ଖବର । ଉପକୂଳ ଓଡ଼ିଶା କୁହନ୍ତୁ କି ପଶ୍ଚିମ ଓଡ଼ିଶା। ଉତ୍ତର ହେଉ କି ଦକ୍ଷିଣ ଓଡ଼ିଶା ସବୁଠି ବେଧଡ଼କ ବାଲି ଚୋରା ଚାଲାଣ ଚାଲିଛି । ଗତକାଲି ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ସୁନ୍ଦରଗଡ଼ରେ ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ । ସୁନ୍ଦରଗଡ଼ ଇବ୍ ନଦୀର ଏହି ସୁନାବାଲି ଉପରେ ପଡ଼ିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି। ନଈର ପେଟ କାଟି ବାଲି ଖୋଳୁଛି ଜେସିବି, ପୋକଲିନ ମେସିନ। ନଦୀ ପଠାରେ ଧାଡ଼ିରେ ଆସୁଛି ବାଲି ବୋଝେଇ ହାଇୱା। ଇବ୍ନଦୀ ପଠାରୁ ନଦୀ ମଝି ପର୍ୟ୍ୟନ୍ତ ପ୍ରତି ୫୦୦ ମିଟରରେ ଗୋଟିଏ ଗୋଟିଏ ବାଲି ଘାଟ କରିଛନ୍ତି ଅଚଂଳର ମାଫିଆ । ଟ୍ରାକ୍ଟର, ହାଇୱାରେ ବିଭିନ୍ନ ଜିଲ୍ଲା ତଥା ବାହାର ରାଜ୍ୟକୁ ବାଲି ଚୋରାଚାଲାଣ କରାଯାଉଛି । ବଡ଼ କଥା ହେଉଛି, ବାଲି ଚୋରି ହେଉଛି, ସମସ୍ତେ ଜାଣୁଛନ୍ତି । କିନ୍ତୁ କେହି କିଛି କରିପାରୁ ନାହାନ୍ତି। ଖଣି ବିଭାଗ ଟେଣ୍ଡର ଡାକିନଥିବା ସୁଯୋଗରେ ମାଫିଆ ମନଇଛା ବାଲିଘାଟ କରି ବାଲି ଲୁଟ୍ କରୁଛନ୍ତି । ବାଲିଶଙ୍କରା ତେଲିଯୋରଠୁ ଆରମ୍ଭ କରି ଝାରସୁଗୁଡା ପର୍ୟ୍ୟନ୍ତ ସବୁଠି ଏବେ ବାଲି ମାଫିଆଙ୍କ ଦୌରାତ୍ମ୍ୟ। ଅନ୍ୟପଟେ ରାଜସ୍ୱ ବିଭାଗ ଅଧୀନରେ ବାଲିଘାଟ ନଥିବାରୁ ତହସିଲଦାର, ଆରଆଇ ଜାଣିଲେ ମଧ୍ୟ କିଛି କରିପାରୁନାହାନ୍ତି । ବାଲି ଚୋରିକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ଖଣି ମନ୍ତ୍ରୀ ବିଭୂ

କନକ ବ୍ୟୁରୋ: ସାରା ରାଜ୍ୟରୁ ଆସିଛି ବାଲି ଚୋରିର ସାଂଘାତିକ ଖବର । ଉପକୂଳ ଓଡ଼ିଶା କୁହନ୍ତୁ କି ପଶ୍ଚିମ ଓଡ଼ିଶା। ଉତ୍ତର ହେଉ କି ଦକ୍ଷିଣ ଓଡ଼ିଶା ସବୁଠି ବେଧଡ଼କ ବାଲି ଚୋରା ଚାଲାଣ ଚାଲିଛି । ଗତକାଲି ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ସୁନ୍ଦରଗଡ଼ରେ ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ ।
ସୁନ୍ଦରଗଡ଼ ଇବ୍ ନଦୀର ଏହି ସୁନାବାଲି ଉପରେ ପଡ଼ିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି। ନଈର ପେଟ କାଟି ବାଲି ଖୋଳୁଛି ଜେସିବି, ପୋକଲିନ ମେସିନ। ନଦୀ ପଠାରେ ଧାଡ଼ିରେ ଆସୁଛି ବାଲି ବୋଝେଇ ହାଇୱା। ଇବ୍ନଦୀ ପଠାରୁ ନଦୀ ମଝି ପର୍ୟ୍ୟନ୍ତ ପ୍ରତି ୫୦୦ ମିଟରରେ ଗୋଟିଏ ଗୋଟିଏ ବାଲି ଘାଟ କରିଛନ୍ତି ଅଚଂଳର ମାଫିଆ । ଟ୍ରାକ୍ଟର, ହାଇୱାରେ ବିଭିନ୍ନ ଜିଲ୍ଲା ତଥା ବାହାର ରାଜ୍ୟକୁ ବାଲି ଚୋରାଚାଲାଣ କରାଯାଉଛି । ବଡ଼ କଥା ହେଉଛି, ବାଲି ଚୋରି ହେଉଛି, ସମସ୍ତେ ଜାଣୁଛନ୍ତି । କିନ୍ତୁ କେହି କିଛି କରିପାରୁ ନାହାନ୍ତି।
ଖଣି ବିଭାଗ ଟେଣ୍ଡର ଡାକିନଥିବା ସୁଯୋଗରେ ମାଫିଆ ମନଇଛା ବାଲିଘାଟ କରି ବାଲି ଲୁଟ୍ କରୁଛନ୍ତି । ବାଲିଶଙ୍କରା ତେଲିଯୋରଠୁ ଆରମ୍ଭ କରି ଝାରସୁଗୁଡା ପର୍ୟ୍ୟନ୍ତ ସବୁଠି ଏବେ ବାଲି ମାଫିଆଙ୍କ ଦୌରାତ୍ମ୍ୟ।
ଅନ୍ୟପଟେ ରାଜସ୍ୱ ବିଭାଗ ଅଧୀନରେ ବାଲିଘାଟ ନଥିବାରୁ ତହସିଲଦାର, ଆରଆଇ ଜାଣିଲେ ମଧ୍ୟ କିଛି କରିପାରୁନାହାନ୍ତି । ବାଲି ଚୋରିକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। କହିଛନ୍ତି ଲଘୁ ଖଣିଜ ଚୋରାଚାଲାଣ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ। ପୂର୍ବରୁ କର୍ମଚାରୀଙ୍କ ଅଭାବ ଯୋଗୁଁ ବାଲି ଚୋରି ରୋକି ହେଉନଥିଲା, ଏବେ କାହାରିକୁ ଛଡ଼ାଯିବ ନାହିଁ। ଏଥିସହ ସେ କହିଛନ୍ତି ବାଲି ଚୋରି ରୋକିବାକୁ
ତ୍ରିସ୍ତରୀୟ ଟାସ୍କଫୋର୍ସ ଗଠନ ହେବ
ବାଲିଘାଟ ଜଗିବେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ
ବିଭାଗରେ ଖାଲିଥିବା ସମସ୍ତ ପଦବୀ ପୂରଣ କରାଯିବ
ବାଲି ଚୋରାଚାଲାଣ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର । ଅନ୍ୟପଟେ ନଦୀ ଗର୍ଭରୁ ବାଲି ଚୋରି ଯୋଗୁଁ ନଦୀର ଗତିପଥ ବଦଳିବାରେ ଲାଗିଛି। ଆଗକୁ ନଈକୂଳିଆ ଅଂଚଳରେ ପ୍ରତିକୂଳ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶଙ୍କା କରିଛନ୍ତି ପରିବେଶବିତ୍।