ବାୟୁସେନାରେ ବାହାରିଲା ଚାକିରୀ, ୩୦୪ ପଦରେ ହେବ ଭର୍ତ୍ତି
ନୂଆଦିଲ୍ଲୀ, ୩।୬: ଇଣ୍ଡିଆନ୍ ଏୟାର ଫୋର୍ସ ବା ଭାରତୀୟ ବାୟୁସେନାରେ ଟେକ୍ନିକାଲ ଏବଂ ନନ୍-ଟେକ୍ନିକାଲ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିପାରିବେ। ବାୟୁସେନାର ଏହି ବିଜ୍ଞପ୍ତିରେ ତିନି ବ୍ରାଞ୍ଚ- ଫ୍ଲାଇଂ, ଗ୍ରାଉଣ୍ଡ୍ ଡ୍ୟୁଟି (ଟେକ୍ନିକାଲ୍), ଗ୍ରାଉଣ୍ଡ ଡ୍ୟୁଟି (ନନ୍ ଟେକ୍ନିକାଲ)ରେ ଖାଲି ଥିବା ପଦ ପାଇଁ ଭର୍ତ୍ତି ହେବ। ଏଥିପାଇଁ ମେ ୩୦ ତାରଖରୁ ଆବେଦନ ଆରମ୍ଭ ହୋଇଥିବା ବେଳେ ଆଶାୟୀ […] The post ବାୟୁସେନାରେ ବାହାରିଲା ଚାକିରୀ, ୩୦୪ ପଦରେ ହେବ ଭର୍ତ୍ତି appeared first on Dharitri Odia News.
ନୂଆଦିଲ୍ଲୀ, ୩।୬: ଇଣ୍ଡିଆନ୍ ଏୟାର ଫୋର୍ସ ବା ଭାରତୀୟ ବାୟୁସେନାରେ ଟେକ୍ନିକାଲ ଏବଂ ନନ୍-ଟେକ୍ନିକାଲ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିପାରିବେ। ବାୟୁସେନାର ଏହି ବିଜ୍ଞପ୍ତିରେ ତିନି ବ୍ରାଞ୍ଚ- ଫ୍ଲାଇଂ, ଗ୍ରାଉଣ୍ଡ୍ ଡ୍ୟୁଟି (ଟେକ୍ନିକାଲ୍), ଗ୍ରାଉଣ୍ଡ ଡ୍ୟୁଟି (ନନ୍ ଟେକ୍ନିକାଲ)ରେ ଖାଲି ଥିବା ପଦ ପାଇଁ ଭର୍ତ୍ତି ହେବ। ଏଥିପାଇଁ ମେ ୩୦ ତାରଖରୁ ଆବେଦନ ଆରମ୍ଭ ହୋଇଥିବା ବେଳେ ଆଶାୟୀ ଜୁନ୍ ୨୮ ତାରିଖ ମଧ୍ୟରେ ଫର୍ମ ପକାଇ ପାରିବେ। ବାୟୁସେନାର ଏହି ଭର୍ତ୍ତି ପାଇଁ ୩୦୪ ଜଣଙ୍କୁ ଚୟନ କରାଯିବ।
ଖାଲି ପଦବୀ:
ଟେକ୍ନିକାଲ୍ :
ଏଏଫ୍ସିଏଟି(ଫ୍ଲାଇଂ)-୨୯ ପୋଷ୍ଟ
ଏଏଫ୍ସିଏଟି ଗ୍ରାଉଣ୍ଡ୍ ଡ୍ୟୁଟି ଟେକ୍ନିକାଲ-୧୫୬ ପୋଷ୍ଟ
ଏରୋନେଟିକାଲ ଇଞ୍ଜିନିୟରିଂ ଇଲେକ୍ଟ୍ରିକାଲ୍ସ (ଏଲ)-୧୧୧ ପଦ
ଏରୋନେଟିକାଲ ଇଞ୍ଜିନିୟରିଂ ଇଲେକ୍ଟ୍ରିକାଲ୍ସ (ଏମ୍)-୪୫ ପଦ
ନନ୍ ଟେକ୍ନିକାଲ :
ପ୍ରଶାସନିକ ପଦ-୫୪
ଲଜିଷ୍ଟିକ୍ ପଦ -୧୭
ଆକାଉଣ୍ଟ୍-୧୨ ପୋଷ୍ଟ
ଗ୍ରାଉଣ୍ଡ୍ ଡ୍ୟୁଟି ଟେକ୍ନିକାଲ ୯ ପୋଷ୍ଟ
ଗ୍ରାଉଣ୍ଡ ଡ୍ୟୁଟି ନନ୍ ଟେକ୍ନିକାଲ-୧୭ ପୋଷ୍ଟ
ମେଟ୍ରୋଲୋଜି- ୧୦ ପୋଷ୍ଟ
ଶିକ୍ଷାଗତ ଯୋଗ୍ୟତା:
ଫ୍ଲାଇଙ୍ଗ୍ –
ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ସର୍ବନିମ୍ନ ୫୦% ମାର୍କ ସହିତ ଦ୍ୱାଦଶ ପାଶ
ଏହା ବ୍ୟତୀତ, ସର୍ବନିମ୍ନ ୬୦% ମାର୍କ ସହିତ ସ୍ନାତକ ଡିଗ୍ରୀ
ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ୍) –
ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ସର୍ବନିମ୍ନ ୫୦% ମାର୍କ ସହିତ ଦ୍ୱାଦଶ ପାଶ
ଏହା ବ୍ୟତୀତ, ସେମାନେ AICTE ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନଗୁଡ଼ିକରୁ ସର୍ବନିମ୍ନ ୬୦% ମାର୍କ ସହିତ ସ୍ନାତକ (B.Tech) ଡିଗ୍ରୀ
ଗ୍ରାଉଣ୍ଡ ଡ୍ୟୁଟି (ନନ୍ ଟେକ୍ନିକାଲ୍) –
UGC ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ୬୦% ମାର୍କ ସହିତ ସ୍ନାତକ ଡିଗ୍ରୀ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
ସର୍ବନିମ୍ନ ବୟସ – ୨୦ ବର୍ଷ
ସର୍ବାଧିକ ବୟସ – ୨୪/୨୬ ବର୍ଷ
ଚୟନ ପ୍ରକ୍ରିୟା:
ମେଡିକାଲ୍ ଟେଷ୍ଟ୍
ଡକ୍ୟୁମେଣ୍ଟ୍ ଯାଞ୍ଚ
ଲିଖିତ ପରୀକ୍ଷା
ସାକ୍ଷାତକାର
ଆବେଦନ ଶୁଳ୍କ:
ସମସ୍ତ ବର୍ଗ – ୫୫୦
ଏନ୍ସିସି ବର୍ଗ – ଦେୟ ମୁକ୍ତ
ଅନ୍ଲାଇନ୍ ଆବେଦନ ଆରମ୍ଭ – ୩୦ ମେ ୨୦୨୪
ଅନ୍ଲାଇନ୍ ଆବେଦନ ଶେଷ – ୨୮ ଜୁନ୍ ୨୦୨୪
ଅନ୍ଲାଇନ୍ ପରୀକ୍ଷା – ୦୯, ୧୦, ୧୧ ଅଗଷ୍ଟ ୨୦୨୪
The post ବାୟୁସେନାରେ ବାହାରିଲା ଚାକିରୀ, ୩୦୪ ପଦରେ ହେବ ଭର୍ତ୍ତି appeared first on Dharitri Odia News.