ଚାଲିଗଲା ଲାଇଟ୍ ମୈଦାନରେ ହେଲା ଫାଇଟ୍: ରୋହିତଙ୍କ ବାରବାଟୀ ଶତକ ପଛରେ ପାକିସ୍ତାନ ହାତ!

କନକ ବ୍ୟୁରୋ: ଚାରିଆଡେ ଏବେ ଚର୍ଚ୍ଚାରେ ରୋହିତ ଶର୍ମା । କାରଣ ଦୀର୍ଘଦିନ ପରେ ଫର୍ମକୁ ଫେରିଛନ୍ତି ହିଟ୍ ମ୍ୟାନ । ସେ ପୁଣି କଟକର ବାରବାଟୀ ଷ୍ଟାଡିୟମରେ । ଖବର କାଗଜଠାରୁ ଆରମ୍ଭ କରି ଟିଭି ସବୁ ଆଡେ ରୋହିତଙ୍କ ଶତକର ହେଡଲାଇନ୍ । ଅଧା ମ୍ୟାଚରେ ଲାଇଟ କଟିଯିବା ବି ବର୍ତ୍ତମାନ ଚର୍ଚ୍ଚା ସୃଷ୍ଟି କରିଛି । ଲାଇଟ କଟିବା ପୂର୍ବରୁ ରୋହିତ ଲୟରେ ଦେଖାଯାଉଥିଲେ ସତ କିନ୍ତୁ ବ୍ୟାଟିଂ ଧିମା ହୋଇଯାଇଥିଲା । ହେଲେ ଲାଇଟ ଫେରିବା ପରେ ରୋହିତଙ୍କ ଦୁର୍ଦ୍ଦଶ ରୂପ ଦେଖିବାକୁ ମିଳିଥିଲା । ହଠାତ ରୋହିତ କାହିଁକି ଏତେ ବିସ୍ଫୋଟକ ହୋଇଗଲେ ତାହା ଏବେ ଚର୍ଚ୍ଚା ।  ବାରବାଟୀରେ ଲାଇଟ କଟିବା ଏବେ ସବୁଠାରୁ ବଡ ପ୍ରସଙ୍ଗ । ଯେତେବେଳେ ଲାଇଟ କଟିଥିଲା ଧ୍ୟାନ ସମସ୍ତଙ୍କର ଏହାରି ଉପରେ ରହିଥିଲା । ହେଲେ ସେହି ସମୟର ଫଟୋ ଦେଖୁ ଦେଖୁ ହଠାତ ନଜର ପଡିଗଲା ଗୋଟେ ଫଟୋ ଉପରେ ଯେଉଁଠି ପାକିସ୍ତାନ ମୂଳର ଜଣେ ଇଂଲଣ୍ଡ ଖେଳାଳି ରୋହିତଙ୍କୁ ଉସକାଉଥିବାର ନଜର ଆସିଥିଲେ । ଆଉ ଲାଇଟ ଆସିବା ପରେ ରୋହିତଙ୍କ ସେ ଅବତାର ପ୍ରଶଂସକ ଦେଖିଥିଲେ ଯାହା ସେମାନେ ଦେଖିବାକୁ ଚାହୁଁଥିଲେ । ଘଟଣା ୭ ନମ୍ୱର ଓଭରର ଯେତେବେଳେ ବାରବାଟୀରେ ଲାଇଟ କଟିଗଲା ସେତେବେଳେ ରୋହିତ ୨୯ ରନରେ ବ୍ୟାଟିଂ କରୁଥାନ୍ତି । ଲାଇଟ କଟିବା ପରେ ରୋହିତ ଗିଲ୍ ଫିଲ୍ଡରେ କଥା ହଉଥାନ୍ତି । ଆଉ ସେତିକି ବେଳେ ଇଂଲଣ୍ଡ ଖେଳାଳି ସାକିବ ମସୁଦ ଡ୍ରିଙ୍କ ନେଇ ଷ୍ଟାଡିୟମକୁ ଆସିଥିଲେ । ରୋହିତ ଶର୍

ଚାଲିଗଲା ଲାଇଟ୍ ମୈଦାନରେ ହେଲା ଫାଇଟ୍: ରୋହିତଙ୍କ ବାରବାଟୀ ଶତକ ପଛରେ ପାକିସ୍ତାନ ହାତ!

କନକ ବ୍ୟୁରୋ: ଚାରିଆଡେ ଏବେ ଚର୍ଚ୍ଚାରେ ରୋହିତ ଶର୍ମା । କାରଣ ଦୀର୍ଘଦିନ ପରେ ଫର୍ମକୁ ଫେରିଛନ୍ତି ହିଟ୍ ମ୍ୟାନ । ସେ ପୁଣି କଟକର ବାରବାଟୀ ଷ୍ଟାଡିୟମରେ । ଖବର କାଗଜଠାରୁ ଆରମ୍ଭ କରି ଟିଭି ସବୁ ଆଡେ ରୋହିତଙ୍କ ଶତକର ହେଡଲାଇନ୍ । ଅଧା ମ୍ୟାଚରେ ଲାଇଟ କଟିଯିବା ବି ବର୍ତ୍ତମାନ ଚର୍ଚ୍ଚା ସୃଷ୍ଟି କରିଛି । ଲାଇଟ କଟିବା ପୂର୍ବରୁ ରୋହିତ ଲୟରେ ଦେଖାଯାଉଥିଲେ ସତ କିନ୍ତୁ ବ୍ୟାଟିଂ ଧିମା ହୋଇଯାଇଥିଲା । ହେଲେ ଲାଇଟ ଫେରିବା ପରେ ରୋହିତଙ୍କ ଦୁର୍ଦ୍ଦଶ ରୂପ ଦେଖିବାକୁ ମିଳିଥିଲା । ହଠାତ ରୋହିତ କାହିଁକି ଏତେ ବିସ୍ଫୋଟକ ହୋଇଗଲେ ତାହା ଏବେ ଚର୍ଚ୍ଚା । 

ବାରବାଟୀରେ ଲାଇଟ କଟିବା ଏବେ ସବୁଠାରୁ ବଡ ପ୍ରସଙ୍ଗ । ଯେତେବେଳେ ଲାଇଟ କଟିଥିଲା ଧ୍ୟାନ ସମସ୍ତଙ୍କର ଏହାରି ଉପରେ ରହିଥିଲା । ହେଲେ ସେହି ସମୟର ଫଟୋ ଦେଖୁ ଦେଖୁ ହଠାତ ନଜର ପଡିଗଲା ଗୋଟେ ଫଟୋ ଉପରେ ଯେଉଁଠି ପାକିସ୍ତାନ ମୂଳର ଜଣେ ଇଂଲଣ୍ଡ ଖେଳାଳି ରୋହିତଙ୍କୁ ଉସକାଉଥିବାର ନଜର ଆସିଥିଲେ । ଆଉ ଲାଇଟ ଆସିବା ପରେ ରୋହିତଙ୍କ ସେ ଅବତାର ପ୍ରଶଂସକ ଦେଖିଥିଲେ ଯାହା ସେମାନେ ଦେଖିବାକୁ ଚାହୁଁଥିଲେ ।

ଘଟଣା ୭ ନମ୍ୱର ଓଭରର ଯେତେବେଳେ ବାରବାଟୀରେ ଲାଇଟ କଟିଗଲା ସେତେବେଳେ ରୋହିତ ୨୯ ରନରେ ବ୍ୟାଟିଂ କରୁଥାନ୍ତି । ଲାଇଟ କଟିବା ପରେ ରୋହିତ ଗିଲ୍ ଫିଲ୍ଡରେ କଥା ହଉଥାନ୍ତି । ଆଉ ସେତିକି ବେଳେ ଇଂଲଣ୍ଡ ଖେଳାଳି ସାକିବ ମସୁଦ ଡ୍ରିଙ୍କ ନେଇ ଷ୍ଟାଡିୟମକୁ ଆସିଥିଲେ । ରୋହିତ ଶର୍ମା ଇଂଲଣ୍ଡ ଖେଳାଳିଙ୍କୁ ପାଭିଲିୟନ ଫେରିଯିବା ବିଷୟରେ ଆଲୋଚନା କରୁଥିଲେ ଆଉ ସେହି ସମୟରେ ଷ୍ଟାଡିୟମରେ ଫ୍ୟାନ୍ସ ରୋହିତ ରୋହିତର ନାରା ଦେଉଥିଲେ । ଏହା ଶୁଣି ସାକିବ ରୋହିତଙ୍କୁ କହିଥିଲେ ଆପଣଙ୍କୁ ସବୁବେଳ ପରି ଏଥର ବି ଶୀଘ୍ର ଆଉଟ ହୋଇ ଫେରିଯିବାକୁ ପଡିବ । କାରଣ ପଡିଆ ବାହାରେ ଆପଣଙ୍କ ପ୍ରବଳ ଡିମାଣ୍ଡ ରହିଛି । 

ସାକିବଙ୍କ କହିବା ଶୈଳୀ ଏତେ ଖରାପ ଥିଲା ଯେ ଘଟଣା ଆଗକୁ ବଢିଯାଇଥାନ୍ତା । ହେଲେ ଇଂଲଣ୍ଡ ଅଧିନାୟକ ଭୁଲ ମାଗି ଘଟଣାକୁ ସେଠାରେ ଚାପି ଦେଇଥିଲେ । ହେଲେ ରୋହିତଙ୍କ ରାଗ କମିନଥିଲା । ଯେତେବେଳେ ଲାଇଟ ଆସିଥିଲା ସେ ନିଜ ରୂପ ଦେଖାଇଥିଲେ । ଇଂଲଣ୍ଡ ବୋଲରଙ୍କୁ ଗୋଡାଇତୋଡାଇ ମାଡ ମାରିଥିଲେ । ଫଳରେ ୯୦ ବଲରେ ୧୧୯ ରନ କରିଦେଇଥିଲେ । ଯେଉଁଥିରେ ସେ ୭ ଛକା ଓ ୧୨ ଚୌକା ମାରିଥିଲେ । ଏହି ଶତକ ପରେ ଷ୍ଟାଡିୟମ ସାରା ରୋହିତ ରୋହିତ ଚିତ୍କାର କରିଥିଲେ ଫ୍ୟାନ । ୨୯ ଓଭର ଖେଳୁଥିବା ସମୟରେ ରୋହିତ ଲିଭିଙ୍ଗ ଷ୍ଟୋନଙ୍କ ବଲରେ ଆଦିଲ ରସିଦଙ୍କ ହାତରେ କ୍ୟାଚ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ । 

ବାରବାଟୀ ମ୍ୟାଚ ଆରମ୍ଭରୁ ରୋହିତ ରାଗ ମୁଡରେ ନଜର ଆସିଥିଲେ । ରୋହିତଙ୍କ ରାଗର ପ୍ରଥମ ଶିକାର ହୋଇଥିଲେ ସାମି । ସପ୍ତମ ଓଭରରେ ତାଙ୍କ ଖରାପ ବୋଲିଂରେ ତାଙ୍କ ଉପରେ ଚିଲାଇଥିଲେ କ୍ୟାପଟେନ । ପୁଣି କେତେବେଳେ ଭୁଲ ଡିଆରଏସ ପାଇଁ ଅକ୍ଷର ପଟେଲଙ୍କୁ ଗାଳି ଶୁଣିବାକୁ ପଡିଥିଲା ତ କେତେବେଳେ ହର୍ଷିତ ରାଣାଙ୍କ ଓଭର ଥ୍ରୋ ପାଇଁ ହିଟ ମ୍ୟାନ ରାଗି ଯାଇଥିଲେ । 
ଆଉ ଏହି ସବୁ ରାଗର ପରିଣାମ ଦେଖିବାକୁ ମିଳିଥିଲା ବ୍ୟାଟିଂରେ । ଆଉ ବାରବାଟୀରେ ଗର୍ଜିଥିଲା ରୋହିତଙ୍କ ବ୍ୟାଟ୍ ।