ଚାଲିଥିଲା ଫିଲ୍ମ ପ୍ରମୋସନ; ହଠାତ ପ୍ରଯୋଜକଙ୍କ ପାଦ ଧରିଲେ ଅମିତାଭ ବଚ୍ଚନ...ଭିଡିଓ ଭାଇରାଲ୍

ଅମିତାଭ ଫିଲ୍ମ ‘କଳକୀ’ ର ପ୍ରଯୋଜକ ଅଶ୍ୱିନ ଦତ୍ତଙ୍କ ପାଦ ଧରୁଥିବା ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଚାଲିଥିଲା ଫିଲ୍ମ ପ୍ରମୋସନ; ହଠାତ ପ୍ରଯୋଜକଙ୍କ ପାଦ ଧରିଲେ ଅମିତାଭ ବଚ୍ଚନ...ଭିଡିଓ ଭାଇରାଲ୍

ଫିଲ୍ମ ପ୍ରଯୋଜକଙ୍କ ପାଦ ଧରିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଅମିତାଭ ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ ର ପ୍ରଯୋଜକ ଅଶ୍ୱିନ ଦତ୍ତଙ୍କ ପାଦ ଧରୁଥିବା ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ଅଶ୍ୱିନ। ସେ ତୁରନ୍ତ ଅମିତାଭ୍‌ଙ୍କୁ ଏନେଇ ଅଟକାଇଥିଲେ। ଏନେଇ ସେ ଖୋଦ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି।

ଅଶ୍ୱିନ୍‌ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ‘ଅମିତାଭ ବଚ୍ଚନଙ୍କ ଆଗରେ କିଛି ବି ଜିନିଷ ବଡ଼ ନୁହେଁ। ଗତକାଲିର ଘଟଣା ବେଶ୍‌ ଆଶ୍ଚର୍ଯ୍ୟଜନକ ଥିଲା। ତାଙ୍କର ମୋ ପ୍ରତି ଥିବା ଭଲ ପାଇବା ମତେ ବେଶ୍‌ ପ୍ରେରଣା ଯୋଗାଏ। ଅମିତାଭଙ୍କ ବ୍ୟବହାର ଓ ଲୋକଙ୍କ ପ୍ରତି ଥିବା ମାନବିକତା ମୋ ଜୀବନକୁ ପ୍ରତିଫଳିତ କରେ। ସେ ଭାରତୀୟ ଫିଲ୍ମ ଜଗତରେ ହିମାଳୟ ଭଳି ସୁଉଚ୍ଚ’।

ଦତ୍ତ ଆହୁରି କହିଛନ୍ତି ଯେ, ‘ଜୀବନର କିଛି ମୁହୂର୍ତ୍ତ ଅନନ୍ତ ପବିତ୍ର ବନ୍ଧନର ପ୍ରତୀକ ଅଟେ। ଗତକାଲି ତାଙ୍କର ଏଭଳି କରିବା ନିଶ୍ଚିତ ଭାବେ ମତେ ଆଶ୍ଚର୍ଯ୍ୟ କରିଛି। ଏତେ ବଡ଼ ମହାନ ବ୍ୟକ୍ତିତ୍ୱ ମୋ ପାଦ ଧରିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସେ ଶତାବ୍ଦୀର ଜଣେ କିମ୍ବଦନ୍ତୀ।

ମୁମ୍ବାଇରେ ଗତ ବୁଧବାର ସିନେମାର ପ୍ରି-ରିଲିଜ କାର୍ଯ୍ୟକ୍ରମ ରଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ କମଲ ହାସନ ନଜର ଆସିଥିଲେ। ଅମିତାଭ ଫିଲ୍ମ କଳକୀର ପ୍ରଥମ ଦିନର ପ୍ରଥମ ଟିକେଟ୍‌ ମଧ୍ୟ କିଣିଛନ୍ତି।