ଚାଲିବାକୁ ଅକ୍ଷମ, କିନ୍ତୁ କ୍ରିକେଟ ଖେଳରେ ମାହିର, ଏବେ କେବଳ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା
ଆନନ୍ଦପୁର: ଚାଲିବାକୁ ଅକ୍ଷମ । କିନ୍ତୁ କ୍ରିକେଟ ଖେଳରେ ମାହିର । ରାଜ୍ୟ ଦିବ୍ୟାଙ୍ଗ କ୍ରିକେଟ ଟିମରେ ସାମିଲ ହୋଇ ସୃଷ୍ଟି କରି ପାରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆମେ କହୁଚୁ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁରର ଦିବ୍ୟାଙ୍ଗ ଯୁବକ ନିଳମଣୀ ଯେନାଙ୍କ ବିଷୟରେ । ପୂର୍ବରୁ ଅନେକ ଥର ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ କ୍ରିକେଟ ଟିମରେ ଖେଳି ସମସ୍ତଙ୍କ ଦୄଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ଏଇ ନିକଟରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ଜାତୀୟ ସ୍ତରର ଦିବ୍ୟାଙ୍ଗ […] The post ଚାଲିବାକୁ ଅକ୍ଷମ, କିନ୍ତୁ କ୍ରିକେଟ ଖେଳରେ ମାହିର, ଏବେ କେବଳ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା appeared first on KNews Odisha.

ଆନନ୍ଦପୁର: ଚାଲିବାକୁ ଅକ୍ଷମ । କିନ୍ତୁ କ୍ରିକେଟ ଖେଳରେ ମାହିର । ରାଜ୍ୟ ଦିବ୍ୟାଙ୍ଗ କ୍ରିକେଟ ଟିମରେ ସାମିଲ ହୋଇ ସୃଷ୍ଟି କରି ପାରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆମେ କହୁଚୁ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁରର ଦିବ୍ୟାଙ୍ଗ ଯୁବକ ନିଳମଣୀ ଯେନାଙ୍କ ବିଷୟରେ । ପୂର୍ବରୁ ଅନେକ ଥର ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ କ୍ରିକେଟ ଟିମରେ ଖେଳି ସମସ୍ତଙ୍କ ଦୄଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ଏଇ ନିକଟରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ଜାତୀୟ ସ୍ତରର ଦିବ୍ୟାଙ୍ଗ ହ୍ୱିଲ ଚେୟାର କ୍ରିକେଟ ଟିମରେ ଓଡିଶାର ଜଣେ ଅଲରାଉଣ୍ତର ଖେଳାଳୀ ଭାବେ ନିଜ ପ୍ରତିଭାର ବିକଶିତ କରିଛନ୍ତି ।
ନିହାତୀ ଗରିବ ପରିବାରରେ ଜନ୍ମ ନିଳମଣୀଙ୍କର । ସେ ବିବାହିତ । ଘରେ ତାଙ୍କ ପତ୍ନୀଙ୍କ ସହ ଦୁଇ ସନ୍ତାନ ଏବଂ ବୃଦ୍ଧ ପିତା ମାତା ଅଛନ୍ତି । ତେବେ ସେ ଜନ୍ମରୁ ଦିବ୍ୟାଙ୍ଗ ନଥିଲେ । ଆଜକୁ ୬ ବର୍ଷ ତଳେ ସ୍ଥାନୀୟ ବିଦ୍ୟୁତ୍ ବିଭାଗରେ ଜଣେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ ବିଦ୍ୟୁତ୍ ଟ୍ରାନ୍ସଫରମର ମରାମତି କରୁଥିବା ସମୟରେ ହଠାତ୍ ଉଚ୍ଚ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ୨୦ଫୁଟ୍ ତଳକୁ ଖସିପଡି ଗୁରୁତର ଆହାତ ହୋଇଥିଲେ ।
ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କର ଦୁଇ ଗୋଡ ସମ୍ପୂର୍ଣ୍ଣ ଅକାମି ହୋଇଗଲା । ଏତେ ବଡ ଦୁର୍ଘଟଣାରେ ଜୀବନ ସିନା ବଞ୍ଚିଗଲା ହେଲେ ସବୁଦିନ ପାଇଁ ପଙ୍ଗୁ ହୋଇଗଲେ ନିଳମଣୀ । ଛାତ୍ର ଜୀବନରେ ନିଳମଣୀ ଭଲ କ୍ରିକେଟ୍ ଖେଳୁଥିଲେ । ଦିବ୍ୟାଙ୍ଗ ପରେ ମଧ୍ୟ ନିଜ ଅଗଣାରେ ହୁଇଲ ଚେୟାରରେ ବସି ସାଥି ଖେଳାଳୀଙ୍କ ସହ କ୍ରିକେଟ୍ ଖେଳ ଅଭ୍ୟାସ ଜାରି ରଖି ଖୁବ୍ କମ୍ ଦିନରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ନିଜ ପ୍ରତିଭାର ବିକଶିତ କରିପାରିଲେ ।
ହେଲେ ଏସବୁ ଭିତରେ ପରିବାର ବୋଝ ସହ କ୍ରିକେଟ୍ ଖେଳର ଆନୁସଙ୍ଗିକ ସାମଗ୍ରୀ ପାଇଁ ଅର୍ଥ ସାଜିଛି ବାଧକ । ଖର୍ଚ୍ଚ ଅଧିକ ହେଲେ ରୋଜଗାର ନାହିଁ । ଯାହାକୁ ନେଇ ପରିବାର ଚଳାଇବା ସହ କ୍ରିକେଟ ଖେଳକୁ ଆଗକୁ ନେବା ନିଳମଣୀଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇପଡିଛି । ଜିଲ୍ଲା ପ୍ରଶାସନ ଏଭଳି ପ୍ରତିଭାକୁ ଅବହେଳା ନକରି ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳ ବାସି ଦାବି ରଖିଛନ୍ତି ।
ଅନ୍ୟପଟେ ଏଭଳି ପ୍ରତିଭାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ଆବଶ୍ୟକୀୟ ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ । ଶରୀର ସିନା ପଙ୍ଗୁ ହୋଇଗଲା ହେଲେ ଦୃଢ ମନବଳ ନୀଳମଣିଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ବେଳେ କେବଳ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି ।
Also read: ପୁଅ ଦିବ୍ୟାଙ୍ଗ, ହେଲେ ମାଆ କେବେ ଭାବି ନାହିଁ ଦିବ୍ୟାଙ୍ଗ ବୋଲି
The post ଚାଲିବାକୁ ଅକ୍ଷମ, କିନ୍ତୁ କ୍ରିକେଟ ଖେଳରେ ମାହିର, ଏବେ କେବଳ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା appeared first on KNews Odisha.