ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର
ସୋର : ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନଟାପଡ଼ା ପଞ୍ଚାୟତ ଚହଳିମା ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ l ଅଗ୍ନିକାଣ୍ଡରେ ରାଜେନ୍ଦ୍ର ଭଞ୍ଜଙ୍କର ୭ ବଖରା ଘର ପୋଡି ନଷ୍ଟ ହୋଇଯାଇଛି l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଦ୍ୟୁତ ସଟସର୍କିଟରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l ଦମକଳ ପହଞ୍ଚିବା ପରେ ନିଆଁ ଲିଭାଇବା କାର୍ଯ୍ୟ ଚାଲିଥିଲା l ଅଗ୍ନିଶମ ବାହିନୀକୁ ନିଆଁ ଲିଭାଇବା […] The post ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର appeared first on KNews Odisha.

ସୋର : ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନଟାପଡ଼ା ପଞ୍ଚାୟତ ଚହଳିମା ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ l ଅଗ୍ନିକାଣ୍ଡରେ ରାଜେନ୍ଦ୍ର ଭଞ୍ଜଙ୍କର ୭ ବଖରା ଘର ପୋଡି ନଷ୍ଟ ହୋଇଯାଇଛି l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଦ୍ୟୁତ ସଟସର୍କିଟରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l ଦମକଳ ପହଞ୍ଚିବା ପରେ ନିଆଁ ଲିଭାଇବା କାର୍ଯ୍ୟ ଚାଲିଥିଲା l ଅଗ୍ନିଶମ ବାହିନୀକୁ ନିଆଁ ଲିଭାଇବା ପାଇଁ ୨ ଘଣ୍ଟା ଲାଗିଥିଲା l ତୁରନ୍ତ ସରକାରୀ ସହାୟତା ପାଇଁ ଦାବି ହୋଇଛି ।
The post ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର appeared first on KNews Odisha.