ଚାଷ ଜମିରେ ପାଣି ଦାବିରେ ତାତିଲେ ଲୋକେ, ୩ ପଞ୍ଚାୟତ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

କୋରାପୁଟ ୦୭/୦୩: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ବୋରିଗୁମ୍ମା ବ୍ଳକର ତିନି ପଞ୍ଚାୟତ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାଷ ଜମିକୁ ପାଣି ଯୋଗାଇବାକୁ ଦାବି କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ୟା ସମାଧାନ କରାନଗଲେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ପଞ୍ଚାୟତ ବାସିନ୍ଦା । ପଞ୍ଚାୟତ ନିକଟରେ ତେଲେଙ୍ଗିରି ଜଳ ଭଣ୍ଡାର ଥିବାବେଳେ ବିଭିନ୍ନ ଅଞ୍ଚଳକୁ ଜଳ ସେଚନ ହେଉଥିଲେ ମଧ୍ୟ ଜଳ ଭଣ୍ଡାର ନିକଟରେ ଥିବା ଗ୍ରାମର ଚାଷ ଜମିକୁ ପାଣି ଯୋଗାଇବାକୁ ବିଫଳ ହେଉଥିବାରୁ ପ୍ରତି ବର୍ଷ ଦୁଇ ହଜାର ହେକ୍ଟର ଜମି ମରୁଡି ପଡୁଛି । wp:embed {"url":"https://www.prameyanews7.com/reye-syndrome-condition-that-causes-swelling-in-the-liver-and-brain/","type":"wp-embed","providerNameSlug":"prameya-news-7"} https://www.prameyanews7.com/reye-syndrome-condition-that-causes-swelling-in-the-liver-and-brain/ /wp:embed ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଚାଷୀ । ତେବେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଭୋଟ ବର୍ଜନ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ଦେଇଛନ୍ତି ତିନି ଖଣ୍ଡ ପଞ୍ଚାୟତର ଶତାଧିକ ଚାଷୀ ।

ଚାଷ ଜମିରେ ପାଣି ଦାବିରେ ତାତିଲେ ଲୋକେ, ୩ ପଞ୍ଚାୟତ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

କୋରାପୁଟ ୦୭/୦୩: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ବୋରିଗୁମ୍ମା ବ୍ଳକର ତିନି ପଞ୍ଚାୟତ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାଷ ଜମିକୁ ପାଣି ଯୋଗାଇବାକୁ ଦାବି କରିଛନ୍ତି ।

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ୟା ସମାଧାନ କରାନଗଲେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ପଞ୍ଚାୟତ ବାସିନ୍ଦା । ପଞ୍ଚାୟତ ନିକଟରେ ତେଲେଙ୍ଗିରି ଜଳ ଭଣ୍ଡାର ଥିବାବେଳେ ବିଭିନ୍ନ ଅଞ୍ଚଳକୁ ଜଳ ସେଚନ ହେଉଥିଲେ ମଧ୍ୟ ଜଳ ଭଣ୍ଡାର ନିକଟରେ ଥିବା ଗ୍ରାମର ଚାଷ ଜମିକୁ ପାଣି ଯୋଗାଇବାକୁ ବିଫଳ ହେଉଥିବାରୁ ପ୍ରତି ବର୍ଷ ଦୁଇ ହଜାର ହେକ୍ଟର ଜମି ମରୁଡି ପଡୁଛି । wp:embed {"url":"https://www.prameyanews7.com/reye-syndrome-condition-that-causes-swelling-in-the-liver-and-brain/","type":"wp-embed","providerNameSlug":"prameya-news-7"}

https://www.prameyanews7.com/reye-syndrome-condition-that-causes-swelling-in-the-liver-and-brain/
/wp:embed

ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଚାଷୀ । ତେବେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଭୋଟ ବର୍ଜନ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ଦେଇଛନ୍ତି ତିନି ଖଣ୍ଡ ପଞ୍ଚାୟତର ଶତାଧିକ ଚାଷୀ ।