ଧାରଣାସ୍ଥଳରେ ଦୁଇ ବିରୋଧୀ ମୁହାଁମୁହିଁ: SDPO ଆହତ, ପୋଲିସର ଲାଠିଚାର୍ଜ
ମାହାଙ୍ଗା: ମାହାଙ୍ଗା ବ୍ଲକରେ ପୋଲିସ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ତୁମୁଳକାଣ୍ଡ। ଗତକାଲି ଠାରୁ ବ୍ଲକ ଅଧ୍ୟକ୍ଷା ଓ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧିମାନେ ବ୍ଲକରେ ନୂଆ ସରକାର ଆସିବା ଦିନ ଠାରୁ କାର୍ଯ୍ୟ ହେଉନାହିଁ ଅଭିଯୋଗ କରି ଧାରଣାରେ ବସିଥିଲେ। ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବ୍ଲକ ପାଖରେ ବିଧାୟକଙ୍କ କିଛି ସମର୍ଥକ ମଧ୍ୟ ଥିଲେ। ହେଲେ ହଠାତ ବିଧାୟକଙ୍କ କିଛି ସମର୍ଥକ ଧାରଣା ପାଖକୁ ପଶିଯିବା ଦେଖି ପୋଲିସ ତାଙ୍କୁ ପ୍ରତିରୋଧ କରିବା ସମୟରେ ପୋଲିସ ଓ ସେମାନଙ୍କ ଭିତରେ ପେଲା ଠେଲା ହୋଇଥିଲା। ଏହି ସମୟରେ କେହି ଜଣେ ପ୍ଲାଷ୍ଟିକ ଚେୟାର ଫୋପାଡିବାରୁ ସାଲେପୁର SDPO ବିରଞ୍ଚି ନାରାୟଣ ପତିଙ୍କ ନାକରେ ବାଜିବାରୁ ସେ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଏବେ ଜଣେ ଏବେ sp ଓ pd ଅଛନ୍ତି। ତେବେ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ଖୋଦ ଚେୟାରମ୍ୟାନ ନିଜ ଘରକୁ ନେଇଯାଇଥିବାରୁ ବିଲ ହୋଇପାରିନି ଏବଂ ସେମାନେ ଏଥିପାଇଁ ପିଡ଼ିଙ୍କୁ ଲିଖିତ ତଦନ୍ତ ପାଇଁ ଜଣାଇଛନ୍ତି ବୋଲି ବିଧାୟକଙ୍କ କିଛି ସମର୍ଥକ କହିଛନ୍ତି। ଅନ୍ୟପଟେ ଫାଇଲରେ ଅନିୟମିତତା ଥିବାରୁ ସେ ନେଇଥିଲେ ଓ ଫେରେଇ ଦେଇଛନ୍ତି ବୋଲି ବ୍ଲକ୍ ଅଧ୍ୟକ୍ଷା କହିଛନ୍ତି। ତେବେ କଣ ପାଇଁ କାମ ହେଉନି ପ୍ରଶାସନ ଉତ୍ତର ରଖୁ ବୋଲି ପାଲଟା ଅଭିଯୋଗ କରିଛନ୍ତି ବ୍ଲକ ଅଧ୍ୟକ୍ଷା। ଘଟଣାସ୍ଥଳରେ ଗଣ୍ଡଗୋଳ କରିଥିବା କିଛି ଲୋକଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିଲାଧାରଣା ସ୍ଥଳର
ମାହାଙ୍ଗା: ମାହାଙ୍ଗା ବ୍ଲକରେ ପୋଲିସ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ତୁମୁଳକାଣ୍ଡ। ଗତକାଲି ଠାରୁ ବ୍ଲକ ଅଧ୍ୟକ୍ଷା ଓ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧିମାନେ ବ୍ଲକରେ ନୂଆ ସରକାର ଆସିବା ଦିନ ଠାରୁ କାର୍ଯ୍ୟ ହେଉନାହିଁ ଅଭିଯୋଗ କରି ଧାରଣାରେ ବସିଥିଲେ। ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବ୍ଲକ ପାଖରେ ବିଧାୟକଙ୍କ କିଛି ସମର୍ଥକ ମଧ୍ୟ ଥିଲେ।
ହେଲେ ହଠାତ ବିଧାୟକଙ୍କ କିଛି ସମର୍ଥକ ଧାରଣା ପାଖକୁ ପଶିଯିବା ଦେଖି ପୋଲିସ ତାଙ୍କୁ ପ୍ରତିରୋଧ କରିବା ସମୟରେ ପୋଲିସ ଓ ସେମାନଙ୍କ ଭିତରେ ପେଲା ଠେଲା ହୋଇଥିଲା। ଏହି ସମୟରେ କେହି ଜଣେ ପ୍ଲାଷ୍ଟିକ ଚେୟାର ଫୋପାଡିବାରୁ ସାଲେପୁର SDPO ବିରଞ୍ଚି ନାରାୟଣ ପତିଙ୍କ ନାକରେ ବାଜିବାରୁ ସେ ଆହତ ହୋଇଛନ୍ତି।
ଘଟଣା ସ୍ଥଳରେ ଏବେ ଜଣେ ଏବେ sp ଓ pd ଅଛନ୍ତି। ତେବେ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ଖୋଦ ଚେୟାରମ୍ୟାନ ନିଜ ଘରକୁ ନେଇଯାଇଥିବାରୁ ବିଲ ହୋଇପାରିନି ଏବଂ ସେମାନେ ଏଥିପାଇଁ ପିଡ଼ିଙ୍କୁ ଲିଖିତ ତଦନ୍ତ ପାଇଁ ଜଣାଇଛନ୍ତି ବୋଲି ବିଧାୟକଙ୍କ କିଛି ସମର୍ଥକ କହିଛନ୍ତି।
ଅନ୍ୟପଟେ ଫାଇଲରେ ଅନିୟମିତତା ଥିବାରୁ ସେ ନେଇଥିଲେ ଓ ଫେରେଇ ଦେଇଛନ୍ତି ବୋଲି ବ୍ଲକ୍ ଅଧ୍ୟକ୍ଷା କହିଛନ୍ତି। ତେବେ କଣ ପାଇଁ କାମ ହେଉନି ପ୍ରଶାସନ ଉତ୍ତର ରଖୁ ବୋଲି ପାଲଟା ଅଭିଯୋଗ କରିଛନ୍ତି ବ୍ଲକ ଅଧ୍ୟକ୍ଷା। ଘଟଣାସ୍ଥଳରେ ଗଣ୍ଡଗୋଳ କରିଥିବା କିଛି ଲୋକଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିଲା
ଧାରଣା ସ୍ଥଳରେ ବିଜେଡିର ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପହଞ୍ଚିବା ଓ PDଙ୍କ ଲିଖିତ ପ୍ରତିଶ୍ରୁତି ପରେ ମାହାଙ୍ଗା ବ୍ଲକ ପରିସରରେ ଧାରଣାସ୍ଥଳରେ ବସିଥିବା ସରପଞ୍ଚ ଓ ସମିତି ସଭ୍ୟ ମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି। ୧୦ ଦିନ ଭିତରେ ସମସ୍ତ ଦାବି ପୁରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି PD। ସାଧାରଣ ନିର୍ବାଚନ ପୂର୍ବରୁ ମାହାଙ୍ଗା ବ୍ଲକର ୩୭ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ବିଲ୍ ବନ୍ଦ କରାଯାଇଥିଲା।
ନିର୍ବାଚନର ୮ ମାସ ପରେ ନୂତନ ସରକାର ଆସିବା ପରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇନାହିଁ। ଏହି ଦୁଇଟି ଦାବିକୁ ପୂରଣ କରିବା ପାଇଁ ଦୁଇ ଦିନ ଧରି ଧାରଣାରେ ବସିଥିଲେ ୩୭ ପଞ୍ଚାୟତର ଜନ ପ୍ରତିନିଧିମାନେ।
ଏହି ୬ ଜଣିଆ ଟିମ୍ ଭିତରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନା, ନୟାଗଡ଼ ବିଧାୟକ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା, ରାଜନଗର ବିଧାୟକ ଧ୍ରୁବ ସାହୁ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା।
ସେପଟେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ କହିଛନ୍ତି- ମାହାଙ୍ଗା ଅଶାନ୍ତ କରିବାକୁ ବିଜେଡ଼ି ଚେଷ୍ଟା କରୁଛି। ବଜେଟ ଆଲୋଚନା ଛାଡି ୪ ବିଜେଡ଼ି ବିଧାୟକ ମାହାଙ୍ଗା ଯାଇଛନ୍ତି କଣ ପାଇଁ ? ଚାପ ପ୍ରୟୋଗ କରି ମିଥ୍ୟା ବିଲ୍ କରେଇବାକୁ ଚାହୁଁଛନ୍ତି। ନିଜେ ବ୍ଲକ୍ ଅଧ୍ୟକ୍ଷା ଦୁଇଟି ଫାଇଲକୁ ନେଇଯାଇଛନ୍ତି । ଲୋକ ଯାହାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାଙ୍କର ଅଧିକାର କଣ ଅଛି ? SDPOଙ୍କ ଉପରେ ଯିଏ ବି ଆକ୍ରମଣ କରିଛି ତାହା ନୀନ୍ଦନୀୟ ।