ଚାଷରେ ଜୈବ ପୋଷକର ବ୍ୟବହାରକୁ ଗୁରୁତ୍ୱ

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ପାତ୍ରପାଲିଠାରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଓ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ଜୈବ ଉର୍ବରକ ମଡ଼େଲର ତାଲିମ ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଚାଷକ୍ଷେତ୍ରରେ ବିଭିନ୍ନ ପ୍ରକାର ରାସାୟନିକ କୀଟନାଶକ, ସାରର ବହୁଳ ବ୍ୟବହାର ହେଉଥିବା ଯୋଗୁ ତାକୁ ଦୃଷ୍ଟିରେ ରଖି ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ଏବଂ ଜୈବ ପୋଷକର ବ୍ୟବହାର ଦ୍ୱାରା ଏହା ସମ୍ଭବ ହୋଇ ପାରିବ ବୋଲି […] The post ଚାଷରେ ଜୈବ ପୋଷକର ବ୍ୟବହାରକୁ ଗୁରୁତ୍ୱ appeared first on Dharitri Odia News.

ଚାଷରେ ଜୈବ ପୋଷକର ବ୍ୟବହାରକୁ ଗୁରୁତ୍ୱ

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ପାତ୍ରପାଲିଠାରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଓ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ଜୈବ ଉର୍ବରକ ମଡ଼େଲର ତାଲିମ ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଚାଷକ୍ଷେତ୍ରରେ ବିଭିନ୍ନ ପ୍ରକାର ରାସାୟନିକ କୀଟନାଶକ, ସାରର ବହୁଳ ବ୍ୟବହାର ହେଉଥିବା ଯୋଗୁ ତାକୁ ଦୃଷ୍ଟିରେ ରଖି ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ଏବଂ ଜୈବ ପୋଷକର ବ୍ୟବହାର ଦ୍ୱାରା ଏହା ସମ୍ଭବ ହୋଇ ପାରିବ ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା। ମାଟିର ଉର୍ବରତାକୁ ବଜାୟ ରଖିବା ଏବଂ ବିହନ ବିଶୋଧନ ପ୍ରକ୍ରିୟାରେ ତାକୁ ବ୍ୟବହାର କରାଯାଇ ଫସଲକୁ ୧୫ରୁ ୨୦ପ୍ରତିଶତ ବୃଦ୍ଧି କରାଯାଇ ପାରିବ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ କୃଷି ବୈଜ୍ଞାନିକ, ଅଧିକାରୀବୃନ୍ଦ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ଡଃ ନୃସିଂହ ଚରଣ ବାରିକ, କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର ବୈଜ୍ଞାନିକ ପି. ପନିରସେଲଭମ୍‌, ଅରୁପ କୁମାର ମୁଖାର୍ଜୀ, ଜିଲା କୃଷି ଅଧିକାରୀ ବିରେନ୍ଦ୍ର ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ। ଡଃ ସାଇକ୍ରିଷ୍ଣା ରିପାଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପାତ୍ରପାଲି ଗ୍ରାମର ଉଦ୍ୟୋଗୀ ଚାଷୀ ଜୟନାରାୟଣ ସାହୁ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

The post ଚାଷରେ ଜୈବ ପୋଷକର ବ୍ୟବହାରକୁ ଗୁରୁତ୍ୱ appeared first on Dharitri Odia News.