ଚାଷୀଙ୍କ ଅଜାଣତରେ ଜମାଖାତାରୁ ଉଠିଲା ଦେଢ ଲକ୍ଷରୁ ଅଧିକ ଟଙ୍କା; ଥାନାରେ ଏତଲା

ଚାଷୀଙ୍କ ଅଜାଣତରେ ଜମାଖାତାରୁ ଉଠିଗଲା ୧ ଲକ୍ଷ ୫୯ ହଜାର ଟଙ୍କା। ସମ୍ପାଦକ ଓ ଶାଖା ପରିଚାଳକଙ୍କ ନାଁରେ ଥାନାରେ ଏତଲା। କେନ୍ଦ୍ରାପଡା ଜିଲ୍ଲା ରାଜକନିକା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ।

ଚାଷୀଙ୍କ ଅଜାଣତରେ ଜମାଖାତାରୁ ଉଠିଲା ଦେଢ ଲକ୍ଷରୁ ଅଧିକ ଟଙ୍କା; ଥାନାରେ ଏତଲା

ଚାଷୀଙ୍କ ଅଜାଣତରେ ଜମାଖାତାରୁ ଉଠିଗଲା ୧ ଲକ୍ଷ ୫୯ ହଜାର ଟଙ୍କା। ସମ୍ପାଦକ ଓ ଶାଖା ପରିଚାଳକଙ୍କ ନାଁରେ ଥାନାରେ ଏତଲା। କେନ୍ଦ୍ରାପଡା ଜିଲ୍ଲା ରାଜକନିକାର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ।

ବରୁଣା ପ୍ରାଥମିକ କୃଷି ସମବାୟ ସମିତି ଅଧୀନ ପାତୁଳି ଗାଁର ଚାଷୀ ଧରଣୀଧର ନାୟକଙ୍କ ଜମାଖାତାରୁ ଟଙ୍କା ଉଠାଯାଇଥିବାସେ ଅଭିଯୋଗ କରିଛନ୍ତି।ସେ କିଛି ଦିନ ତଳେ ବରୁଣା ପ୍ରାଥମିକ କୃଷି ସମବାୟ ସମିତିରୁ ୧ ଲକ୍ଷ ୫୯ ହଜାର ଟଙ୍କା ଋଣ କରିଥିଲେ। ଏହି ଟଙ୍କା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜକନିକା ଶାଖାରେ ଥିବା ତାଙ୍କ ଜମାଖାତାକୁ ଆସିଥିଲା।

କିନ୍ତୁ ସେ ବ୍ୟାଙ୍କକୁ ଟଙ୍କା ଉଠାଣ କରିବାକୁ ଯାଇଥିବା ବେଳେ ଜମାଖାତାରୁ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ତେବେ ଏନେଇ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ।ବରୁଣା କୃଷି ସମବାୟ ସମିତିର ସମ୍ପାଦକ ଓ ବ୍ୟାଙ୍କ ଶାଖା ପରିଚାଳକ ଚଞ୍ଚକତା କରି ଟଙ୍କା ଉଠାଇଥିବା ଚାଷୀ ଧରଣୀଧର ନାୟକ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।