ଚାଷୀଙ୍କ ଖାତାକୁ ଅଚାନକ ଆସିଲା ୯ ହଜାର କୋଟି, ବ୍ୟାଙ୍କ କର୍ମଚାରୀଙ୍କ ଉଡ଼ିଗଲା ହୋସ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟ ଏତେ ଟଙ୍କା ଆସିଛି ଯେ ତାକୁ ଗଣିବା କଷ୍ଟକର। ଏପରିକି ବ୍ୟାଙ୍କ କର୍ମଚାରୀମାନେ ଜଣେ ସାଧାରଣ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହୋଇଥିବା ଏତେ ବଡ଼ ପରିମାଣକୁ ବିଶ୍ୱାସ କରିପାରିଲେ ନାହିଁ। ଏହା ପଛର ରହସ୍ୟ ସତ ଯାଞ୍ଚ ପରେ ପଦାକୁ ଆସିଲା। ଏହି ଘଟଣାଟି ଘଟିଛି  ଉତ୍ତରପ୍ରଦେଶର ଭଦୋହିର ଅଞ୍ଚଳର। ସ୍ଥାନୀୟ ଜଣେ କୃଷକଙ୍କ ଆକାଉଣ୍ଟକୁ ୯,୯୦୦ କୋଟି ଟଙ୍କା ଆସିଛି। ଏତେ ପରିମାଣର ରାଶି ଦେଖି ଚାଷୀ ଜଣକ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ସେ ଆଶ୍ଚର୍ଯ୍ୟ ହୋଇ ବ୍ୟାଙ୍କରେ ପହଞ୍ଚି ବ୍ୟାଙ୍କ କର୍ମଚାରୀଙ୍କୁ ଜଣାଇଲେ।ଯେତେବେଳେ ବ୍ୟାଙ୍କ କର୍ମଚାରୀମାନେ କୃଷକଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ, ସେତେବେଳେ ତାଙ୍କ ଆକାଉଣ୍ଟରେ 99,99,94,95,999.99 ଟଙ୍କା (99 ବିଲିୟନ) ଆସିଥିବା ଜଣାପଡିଛି। ଏପରିକି ବ୍ୟାଙ୍କ କର୍ମଚାରୀମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ସେ ଏହାର ଯାଞ୍ଚ କରିଥିଲେ, ପୁରା କାହାଣୀ ସାମ୍ନାକୁ ଆସିଥିଲା।ଯାଞ୍ଚରୁ ଜଣାପଡିଛି ଯେ ଭାନୁ ପ୍ରକାଶ ନାମକ ଜଣେ କୃଷକଙ୍କ ଆକାଉଣ୍ଟ ହେଉଛି କିସାନ କ୍ରେଡିଟ କାର୍ଡ (କେସିସି) ଆକାଉଣ୍ଟ, ଯାହାକି ଏନପିଏ ହୋଇଯାଇଥିଲା। ସଫ୍ଟୱେୟାରରେ ଏକ ଛୋଟ ଭୁଲ ହେତୁ, ଏହି ଆକାଉଣ୍ଟରେ ଏହି ଏତେ ବଡ଼ ପରିମାଣର ଡିସପ୍ଲେ ହୋଇଥିଲା। ବ୍ୟାଙ୍କର ଶାଖା ପରିଚାଳକ କହିଛନ୍ତି ଯେ ସଫ୍ଟୱେୟାରରେ ତ୍ରୁଟି ଥିବାରୁ ଆକାଉଣ

ଚାଷୀଙ୍କ ଖାତାକୁ ଅଚାନକ ଆସିଲା ୯ ହଜାର କୋଟି, ବ୍ୟାଙ୍କ କର୍ମଚାରୀଙ୍କ ଉଡ଼ିଗଲା ହୋସ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟ ଏତେ ଟଙ୍କା ଆସିଛି ଯେ ତାକୁ ଗଣିବା କଷ୍ଟକର। ଏପରିକି ବ୍ୟାଙ୍କ କର୍ମଚାରୀମାନେ ଜଣେ ସାଧାରଣ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହୋଇଥିବା ଏତେ ବଡ଼ ପରିମାଣକୁ ବିଶ୍ୱାସ କରିପାରିଲେ ନାହିଁ। ଏହା ପଛର ରହସ୍ୟ ସତ ଯାଞ୍ଚ ପରେ ପଦାକୁ ଆସିଲା। 

ଏହି ଘଟଣାଟି ଘଟିଛି  ଉତ୍ତରପ୍ରଦେଶର ଭଦୋହିର ଅଞ୍ଚଳର। ସ୍ଥାନୀୟ ଜଣେ କୃଷକଙ୍କ ଆକାଉଣ୍ଟକୁ ୯,୯୦୦ କୋଟି ଟଙ୍କା ଆସିଛି। ଏତେ ପରିମାଣର ରାଶି ଦେଖି ଚାଷୀ ଜଣକ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ସେ ଆଶ୍ଚର୍ଯ୍ୟ ହୋଇ ବ୍ୟାଙ୍କରେ ପହଞ୍ଚି ବ୍ୟାଙ୍କ କର୍ମଚାରୀଙ୍କୁ ଜଣାଇଲେ।

ଯେତେବେଳେ ବ୍ୟାଙ୍କ କର୍ମଚାରୀମାନେ କୃଷକଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ, ସେତେବେଳେ ତାଙ୍କ ଆକାଉଣ୍ଟରେ 99,99,94,95,999.99 ଟଙ୍କା (99 ବିଲିୟନ) ଆସିଥିବା ଜଣାପଡିଛି। ଏପରିକି ବ୍ୟାଙ୍କ କର୍ମଚାରୀମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ସେ ଏହାର ଯାଞ୍ଚ କରିଥିଲେ, ପୁରା କାହାଣୀ ସାମ୍ନାକୁ ଆସିଥିଲା।

ଯାଞ୍ଚରୁ ଜଣାପଡିଛି ଯେ ଭାନୁ ପ୍ରକାଶ ନାମକ ଜଣେ କୃଷକଙ୍କ ଆକାଉଣ୍ଟ ହେଉଛି କିସାନ କ୍ରେଡିଟ କାର୍ଡ (କେସିସି) ଆକାଉଣ୍ଟ, ଯାହାକି ଏନପିଏ ହୋଇଯାଇଥିଲା। ସଫ୍ଟୱେୟାରରେ ଏକ ଛୋଟ ଭୁଲ ହେତୁ, ଏହି ଆକାଉଣ୍ଟରେ ଏହି ଏତେ ବଡ଼ ପରିମାଣର ଡିସପ୍ଲେ ହୋଇଥିଲା। 

ବ୍ୟାଙ୍କର ଶାଖା ପରିଚାଳକ କହିଛନ୍ତି ଯେ ସଫ୍ଟୱେୟାରରେ ତ୍ରୁଟି ଥିବାରୁ ଆକାଉଣ୍ଟରେ ଭୁଲ ପରିମାଣ ଦେଖାଯାଉଛି। ଭାନୁ ପ୍ରକାଶଙ୍କୁ କୁହାଯାଇଥିଲା ଯେ ଏହା ଏକ ସଫ୍ଟୱେର୍ ବଗ୍ ଦ୍ୱାରା ହୋଇଛି। ଏହାକୁ ସଂଶୋଧନ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଏବଂ ଅପବ୍ୟବହାରକୁ ରୋକିବା ପାଇଁ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି।