ଚାଷୀଙ୍କ ଧାନକ୍ଷେତରୁ ଉଦ୍ଧାର ହେଲା ବଜ୍ରକାପ୍ତା, ମହାବିରୋଡ ରେଞ୍ଜରେ ରଖିଛି ବନବିଭାଗ
କାମାକ୍ଷାନଗର ୧୩/୭: ଜାଲରୁ ବିରଳ ବଜ୍ରକାପ୍ତା ଉଦ୍ଧାର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବିରୋଡ ରେଞ୍ଜ ଦଦରାଘାଟି ସେକ୍ସନ ବସୁଲେଇ ଗାଁର ସନାତନ ଜେନାଙ୍କ ଧାନକ୍ଷେତରୁ ବଜ୍ରାକାପ୍ତାକୁ ଉଦ୍ଧାର କରାଯାଇଛି । ସନାତନ ତାଙ୍କ ଧାନକ୍ଷେତ ସୁରକ୍ଷା ପାଇଁ ଜାଲ ଘେରାଉ କରି ରଖିଥିଲେ । ସେହି ଜାଲରେ ବଜ୍ରକାପ୍ତାଟି ଫସିଯାଇଥିଲା । ବଜ୍ରକାପ୍ତାକୁ ଜାଲରୁ କାଟି ଉଦ୍ଧାର କରିଛି ବନବିଭାଗ । ଏବେ ମହାବିରୋଡ ରେଞ୍ଜରେ ବଜ୍ରକାପ୍ତାକୁ ରଖାଯାଇଛି ।