ଚାଷୀଙ୍କ ନିଦ ହଜାଇଦେଲା ପ୍ରାକ ମୌସମୀ ବର୍ଷା, ଚିନ୍ତାରେ ଚାଷୀ

ଚିପିଲିମା, ବର୍ତ୍ତମାନ ପ୍ରାୟ ଦୁଇଦିନ ହେଲା ପ୍ରାକ ମୌସମୀ ବର୍ଷାରେ ବର୍ଷା ହେଉଥିବାବେଳେ, ଚାଷୀ ମୁଣ୍ଡରେ ଚଡକ ପଡିଛି l ବର୍ତ୍ତମାନ ଚାଷୀମାନେ ୬ମାସର କଷ୍ଟ ଉପାର୍ଜିତ ଅମଳପ୍ରାୟ ଧାନକୁ ଅମଳ କରୁଥିବାବେଳେ, ହଠାତ ବର୍ଷା ସେମାନଙ୍କ ନିଦ ହଜାଇଦେଇଛି l ଧାର କରଜ କରି ଚାଷୀ ଧାନ ଫସଲ କରଥିଲା l ଭାବିଥିଲା ଏବର୍ଷ ଭଲ ଧାନ ଆଦାୟ ହେବ, ବିକ୍ରିକରି ଧରକରଜ ପରିଶୋଧ କରିଦେବ l ହେଲେ ବିଡମ୍ବନା ଚାଷୀର ଅମଳପ୍ରାୟ ଧାନ କାହାର […] The post ଚାଷୀଙ୍କ ନିଦ ହଜାଇଦେଲା ପ୍ରାକ ମୌସମୀ ବର୍ଷା, ଚିନ୍ତାରେ ଚାଷୀ appeared first on Odisha.News.

ଚାଷୀଙ୍କ ନିଦ ହଜାଇଦେଲା ପ୍ରାକ ମୌସମୀ ବର୍ଷା, ଚିନ୍ତାରେ ଚାଷୀ

ଚିପିଲିମା, ବର୍ତ୍ତମାନ ପ୍ରାୟ ଦୁଇଦିନ ହେଲା ପ୍ରାକ ମୌସମୀ ବର୍ଷାରେ ବର୍ଷା ହେଉଥିବାବେଳେ, ଚାଷୀ ମୁଣ୍ଡରେ ଚଡକ ପଡିଛି l ବର୍ତ୍ତମାନ ଚାଷୀମାନେ ୬ମାସର କଷ୍ଟ ଉପାର୍ଜିତ ଅମଳପ୍ରାୟ ଧାନକୁ ଅମଳ କରୁଥିବାବେଳେ, ହଠାତ ବର୍ଷା ସେମାନଙ୍କ ନିଦ ହଜାଇଦେଇଛି l ଧାର କରଜ କରି ଚାଷୀ ଧାନ ଫସଲ କରଥିଲା l ଭାବିଥିଲା ଏବର୍ଷ ଭଲ ଧାନ ଆଦାୟ ହେବ, ବିକ୍ରିକରି ଧରକରଜ ପରିଶୋଧ କରିଦେବ l ହେଲେ ବିଡମ୍ବନା ଚାଷୀର ଅମଳପ୍ରାୟ ଧାନ କାହାର ଖଳାରେ ପଡିଥିବାବେଳେ କାହାର କ୍ଷେତରେ ପେଟା ପଡିଛି l ବର୍ତ୍ତମାନ ବର୍ଷାରେ କେତେକଙ୍କ ଧାନ ସମ୍ପୂର୍ଣ୍ଣ ଭିଜି ଯାଇଥିବାବେଳେ, କେତେକ ପାଳ ଗୋଡ଼ାଇ ରଖିଛନ୍ତି l ତଥାପି ଆଦ୍ରତା ବୃଦ୍ଧି ଯୋଗୁଁ ଚାଷୀଙ୍କୁ କ୍ଷତି ସହିବାକୁ ପଡିବ, ଅପର ପକ୍ଷରେ ମିଲର୍ସ ମାଲାମାଲ ହେବ l ସବୁଠୁ ବଡ଼ କଥା ଯେ ଦିନେ ଦୁଇଦିନ ମଧ୍ୟରେ ଖରା ନହେଲେ ଅନେକ ଚାଷୀଙ୍କ ଅମଳ ଧାନ ଗଜା ହୋଇଯିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ l ଏଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର କ୍ଷୟକ୍ଷତି ଉପରେ ନଜର ରଖି ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି l

The post ଚାଷୀଙ୍କ ନିଦ ହଜାଇଦେଲା ପ୍ରାକ ମୌସମୀ ବର୍ଷା, ଚିନ୍ତାରେ ଚାଷୀ appeared first on Odisha.News.