ଚାଷୀଙ୍କ ପାଇଁ ବଡ଼ ଖବର: ପୁଣି ବଢ଼ିପାରେ MSP
ଭୁବନେଶ୍ୱର,୭।୨: ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଧାନ ସହ ଡାଲି ଏବଂ ତୈଳଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି ସରକାର। ଶୁକ୍ରବାର ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟଗୁଡ଼ିକର ପ୍ରତିନିଧି ମଣ୍ଡଳୀ । ରାଜ୍ୟ ଅତିଥି ଭବନରେ ବସିଥିବା ବୈଠକରେ ସିଏସିପିର ଅଧ୍ୟକ୍ଷ ପ୍ରଫେସର ବିଜୟ ପଲ ଶର୍ମା ଯୋଗଦେଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡର ପ୍ରତିନିଧି […] The post ଚାଷୀଙ୍କ ପାଇଁ ବଡ଼ ଖବର: ପୁଣି ବଢ଼ିପାରେ MSP appeared first on Dharitri Odia News.
ଭୁବନେଶ୍ୱର,୭।୨: ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଧାନ ସହ ଡାଲି ଏବଂ ତୈଳଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି ସରକାର। ଶୁକ୍ରବାର ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟଗୁଡ଼ିକର ପ୍ରତିନିଧି ମଣ୍ଡଳୀ ।
ରାଜ୍ୟ ଅତିଥି ଭବନରେ ବସିଥିବା ବୈଠକରେ ସିଏସିପିର ଅଧ୍ୟକ୍ଷ ପ୍ରଫେସର ବିଜୟ ପଲ ଶର୍ମା ଯୋଗଦେଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡର ପ୍ରତିନିଧି ମଣ୍ଡଳ ଯୋଗ ଦେଇଛନ୍ତି।
ଧାନ, ଗହମ, ଡାଲି ଓ ତୈଳ ଜାତୀୟ ଶସ୍ୟ କେଉଁ ରାଜ୍ୟରେ ଉତ୍ପାଦନ ଦର କେତେ ରହୁଛି ସେନେଇ ଏକ ତଥ୍ୟ କେନ୍ଦ୍ର ଆଗରେ ଉପସ୍ଥାପନା କରାଯାଇଛି। ଏହି ଅନୁପାତରେ ଏମ୍ଏସପିର ମୂଲ୍ୟ କେତେ ବୃଦ୍ଧି କରାଗଲେ ଚାଷୀ ଉପକୃତ ହୋଇପାରିବେ ସେନେଇ ଆଲୋଚନା ହୋଇଛି। ତେବେ ଖୁବ ଶୀଘ୍ର ରାଜ୍ୟଗୁଡ଼ିକ ଲିଖିତ ଆକାରରେ ପ୍ରସ୍ତାବ କେନ୍ଦ୍ରକୁ ପଠାଇବେ ବୋଲି ସୂଚନା ମିଳିଛି।
The post ଚାଷୀଙ୍କ ପାଇଁ ବଡ଼ ଖବର: ପୁଣି ବଢ଼ିପାରେ MSP appeared first on Dharitri Odia News.