ଚାଷୀଙ୍କୁ ଘାରିଛି ଅଦିନିଆ ବର୍ଷା, ବିଲରେ ଲୋଟିଛି ପାଚିଲା ଧାନ
ଭୁବନେଶ୍ୱର,୨୫ା୧୨(ଅନିଲ ଦାସ): ଗତ କିଛିଦିନ ଧରି ରାଜ୍ୟରେ ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାରେ ପାଚିଲା ଧାନ ପାଣି ବିଲରେ ଲୋଟିଛି। ଧାନର ମାନ ଖରାପ ହେଲେ ବିକ୍ରିଯୋଗ୍ୟ ହେବ ନାହିଁ। ଧାନ ଗଜା ହୋଇଯିବାର ସମ୍ଭାବନା ରହିଛି। ପରିଶ୍ରମର ମୂଲ ମିଳିବ କି ନାହିଁ ଏଭଳି ଅନେକ ପ୍ରଶ୍ନ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ଆଶ୍ୱାସନା ଚାଷୀଙ୍କୁ ଆଶ୍ୱସ୍ତି ଦେଇଛି। ଧାନର ମାନ ଖରାପ […] The post ଚାଷୀଙ୍କୁ ଘାରିଛି ଅଦିନିଆ ବର୍ଷା, ବିଲରେ ଲୋଟିଛି ପାଚିଲା ଧାନ appeared first on Dharitri Odia News.
ଭୁବନେଶ୍ୱର,୨୫ା୧୨(ଅନିଲ ଦାସ): ଗତ କିଛିଦିନ ଧରି ରାଜ୍ୟରେ ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାରେ ପାଚିଲା ଧାନ ପାଣି ବିଲରେ ଲୋଟିଛି। ଧାନର ମାନ ଖରାପ ହେଲେ ବିକ୍ରିଯୋଗ୍ୟ ହେବ ନାହିଁ। ଧାନ ଗଜା ହୋଇଯିବାର ସମ୍ଭାବନା ରହିଛି। ପରିଶ୍ରମର ମୂଲ ମିଳିବ କି ନାହିଁ ଏଭଳି ଅନେକ ପ୍ରଶ୍ନ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ଆଶ୍ୱାସନା ଚାଷୀଙ୍କୁ ଆଶ୍ୱସ୍ତି ଦେଇଛି।
ଧାନର ମାନ ଖରାପ ଥିଲେ ମଧ୍ୟ ରାଜ୍ୟ ସରକାର କିଣିବେ। ଏଥିପାଇଁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି,ଟୋକନ ଅବଧି ଶେଷ ହୋଇ ଯାଇଥିଲେ ମଧ୍ୟ ଚାଷୀଙ୍କୁ ଆହୁରି ୧୫ ଦିନ ମହଲତ ଦିଆଯିବ। ଓଦା ଧାନ ଶୁଖାଇ ମଣ୍ଡିରେ ବିକ୍ରି ପାଇଁ ଅଧିକ ସମୟ ଦିଆଯିବ। ପାଗ ଖରାପ ଯୋଗୁ କିଛି ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି। କିନ୍ତୁ ବର୍ଷା ପାଇଁ ଆଗୁଆ ମଣ୍ଡି ଖୋଲିବ ନାହିଁ। ବର୍ଷାରେ ଯେଉଁ ଚାଷୀଙ୍କର ଧାନ କ୍ଷତି ହୋଇଛି ଆକଳନ କରି ଉଚିତ ମୂଲ୍ୟ ଦିଆଯିବ। ଏବେ ସୁଦ୍ଧା ମଣ୍ଡିରେ ୭.୫ ଲକ୍ଷ କୁଇଣ୍ଟାଲ ଧାନ ବିକ୍ରି ହୋଇଛି। ପ୍ରାୟ ଦେଢ଼ ଲକ୍ଷ କୃଷକଙ୍କ ଆକାଉଣ୍ଟଙ୍କୁ ୨୧ ଶହ କୋଟି ଟଙ୍କା ଦିଆଯାଇଛି। ଏପର୍ଯ୍ୟନ୍ତ ଗୋଟିଏ ଅଭିଯୋଗ ଆସିନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ ଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, ଯାହା ନିୟମ ଅଛି ସେହି ଅନୁସାରେ କ୍ଷତିପୂରଣ ଦିଆଯିବ। ସରକାର ଓ ଚାଷୀଙ୍କ ଭିତରେ ସହାଭାଗିତା ଦରକାର। ଜିଲା ପ୍ରଶାସନ ମଧ୍ୟ ସହାୟତା କରିବ। ଚାଷୀ ଆଦୌ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ସରକାର ଲୋକଙ୍କ ସାଙ୍ଗରେ ଅଛନ୍ତି ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷା ଅଦିନିଆ ବର୍ଷା ଯୋଗୁ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ଆସନ୍ତା ୩ ଦିନ ଭିତରେ କ୍ଷୟକ୍ଷତି ଆକଳନ କରି ଜିଲାପାଳ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। କ୍ଷୟକ୍ଷତିର ଠିକ୍ ଆକଳନ ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ନ ଥିଲେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯିବ। ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ଏବଂ ବିକ୍ରିଯୋଗ୍ୟ ହୋଇ ନ ଥିଲେ ତା’ର ସମ୍ପୂର୍ଣ୍ଣ କ୍ଷତିପୂରଣ ଚାଷୀଙ୍କୁ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି।
The post ଚାଷୀଙ୍କୁ ଘାରିଛି ଅଦିନିଆ ବର୍ଷା, ବିଲରେ ଲୋଟିଛି ପାଚିଲା ଧାନ appeared first on Dharitri Odia News.