ଚାଷୀଙ୍କୁ ଠକିଲେ ସରକାର । ବୋନସ ଟଙ୍କା ଦେବାରେ କଲେ ପାତରଅନ୍ତର
ନନ୍ଦିଘୋଷ ବ୍ୟୁରୋ : ରାଜ୍ୟ ସରକାର ଚାଷୀଙ୍କୁ ଠକି ଦେଇଛନ୍ତି। ଚାଷୀଙ୍କୁ ଘୋଷଣା କରିଥିବା ବୋନସ ଦେଇନଥିବାରୁ ନବରଙ୍ଗପୁର ଚାଷୀ... The post ଚାଷୀଙ୍କୁ ଠକିଲେ ସରକାର । ବୋନସ ଟଙ୍କା ଦେବାରେ କଲେ ପାତରଅନ୍ତର appeared first on .
ନନ୍ଦିଘୋଷ ବ୍ୟୁରୋ : ରାଜ୍ୟ ସରକାର ଚାଷୀଙ୍କୁ ଠକି ଦେଇଛନ୍ତି। ଚାଷୀଙ୍କୁ ଘୋଷଣା କରିଥିବା ବୋନସ ଦେଇନଥିବାରୁ ନବରଙ୍ଗପୁର ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି। ଭୁବନେଶ୍ୱରରେ ନବରଙ୍ଗପୁର ରାଇଘର ବ୍ଲକ ଚାଷୀଙ୍କ ଆନ୍ଦୋଳନକୁ ସାମୂହିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି । ମଣ୍ଡିରେ ଧାନ ଉଠୁନି, ଚାଷୀମାନଙ୍କୁ ପ୍ରତାରଣା ଦେଇ ସରକାର ଚାଷୀ ସମାବେଶ କରୁଛନ୍ତି ବୋଲି କଂଗ୍ରେସ କହିଛି । ଯାହାର ଜବାବ ରଖିଛି ବିଜେପି ।
ଚାଷୀଙ୍କୁ ଠକିଲେ ସରକାର । ବୋନସ ଟଙ୍କା ଦେବାରେ କଲେ ପାତରଅନ୍ତର । କାହାକୁ ଦେଲେ, ପୁଣି କାହାକୁ ଦେଲେନି । ବିଜେପି ସରକାର ଚାଷୀ ସମାବେଶ କରୁଛନ୍ତି । ହେଲେ ଧାନ ଟଙ୍କା ପ୍ରାପ୍ୟ ପାଇବାକୁ ରାଜଧାନୀରେ ୧୨ ଦିନ ଅହୋରାତ୍ର ଧାରଣା ପରେ ନବରଙ୍ଗପୁର ଚାଷୀଙ୍କୁ ମିଳିଛି ପ୍ରତିଶ୍ରୁତି । ଚାଷୀ ସ୍ବାର୍ଥ ପାଇଁ ଆନ୍ଦୋଳନ କରିବାକୁ ବିଜେଡି କଲା ଦାବି । ସେପଟେ ବର୍ଷିଲା କଂଗ୍ରେସ । ରାଜ୍ୟର ଅଧିକାଂଶ ଚାଷୀ ୮୦୦ ଟଙ୍କା ଲେଖାଏଁ ଇନପୁଟ୍ ସହାୟତା ପାଇନାହାନ୍ତି । ମାତ୍ର ହାତଗଣତି ଚାଷୀଙ୍କୁ ଇନପୁଟ ସହାୟତା ଦେଇ ବାହାବା ସାଉଁଟୁଛନ୍ତି ରାଜ୍ୟ ସରକାର । ଏବେ ଚାଷୀ ସମାବେଶ କରି ପିଟୁଛନ୍ତି ଡିଣ୍ଡିମ ।
ବିରୋଧୀଙ୍କ ଅଭିଯୋଗ ନବରଙ୍ଗପୁର ରାଇଘର ୩୪୪ ଜଣ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇବା ପାଇଁ ରାଜଧାନୀରେ ଖରାବର୍ଷାରେ ହନ୍ତସନ୍ତ ହେଲେ । ଟଙ୍କା ପ୍ରଦାନ ନେଇ ପ୍ରତିଶ୍ରୁତି ମିଳିବା ପରେ ଏବେ ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଛନ୍ତି ଚାଷୀ । ହେଲେ ଧାନ ଏମଏସ୍ପି ସହିତ ଇନପୁଟ ସହାୟତା ମିଳିବ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନି । ଯଦି ଏକାସଙ୍ଗେ ଇନ୍ପୁଟ ସହାୟତା ନ ମିଳେ ତାହେଲେ ନବରଙ୍ଗପୁରରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସେପଟେ କଂଗ୍ରେସ ଅଭିଯୋଗ କରିଛି ମଣ୍ଡିରେ ଚାଷୀଙ୍କ ଧାନ ପଡ଼ିରହିଛି । ୭୫ ପ୍ରତିଶତ ଚାଷୀ ସରକାର ଘୋଷଣା କରିଥିଲା ଇନପୁଟ ସହାୟତା ପାଇନାହାନ୍ତି । ରାଜ୍ୟରେ ଚାଷୀ ହତାଶରେ ଥିବାବେଲେ ସରକାରଙ୍କ ଚାଷୀ ସମାବେଶ ହାସ୍ୟାସ୍ପଦ । ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।
ନବରଙ୍ଗପୁର ରାଇଘର ଚାଷୀ ୪ମାସ ହେଲା ଧାନ ବିକି ଟଙ୍କା ପାଇଲେନି । ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରି ଫେଲ ମାରିଲେ । ଶେଷରେ ରାଜଧାନୀରେ ଚାଷୀଙ୍କୁ ଅହୋରାତ୍ର ଧାରଣା ଦେବାକୁ ପଡ଼ିଲା । ଆଜି ଆନ୍ଦୋଳନ କରିଥିବା ଚାଷୀଙ୍କ ସହ ସାମିଲ ହୋଇଥିଲେ ବିଜେଡି ଓ ଆପ୍ ନେତା। ଗତକାଲି ସରକାର ମାତ୍ର ୧୫ ଜଣ ଚାଷୀଙ୍କୁ ଟଙ୍କା ଦେଇଥିବା ପ୍ରକ୍ରିୟା ଆରମ୍ଭ କରିଥିବାରୁ ଚାଷୀ ସାମୟିକ ଭାବେ ସେମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ୫ଦିନ ଭିତରେ ସମସ୍ତ ଚାଷୀଙ୍କୁ ଯଦି ସେମାନଙ୍କ ପ୍ରାପ୍ୟ ନମିଳିବ । ତାହେଲେ ପୁଣି ଥରେ ଚାଷୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଚାଷୀ ହନ୍ତସନ୍ତ ଓ ହତାଶ । ସେପଟେ ସରକାର କରୁଛନ୍ତି ଚାଷୀ ସମାବେଶ । ନିର୍ବାଚନ ପ୍ରତିଶୃତିକୁ ମଧ୍ୟ ଠିକଭାବେ ପାଳନ କରୁନାହାନ୍ତି । କଟନି ଛଟନି ଏବେ ବି ଜାରି ରହିଛି । ଟାର୍ଗେଟ ଅନୁସାରେ ଧାନ ଉଠୁନଥିବାରୁ ଚାଷୀଙ୍କ ସହ ବିରୋଧୀ ମଧ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।
The post ଚାଷୀଙ୍କୁ ଠକିଲେ ସରକାର । ବୋନସ ଟଙ୍କା ଦେବାରେ କଲେ ପାତରଅନ୍ତର appeared first on .