ଚାଷୀଙ୍କୁ ଦଲାଲ ମୁକ୍ତ କରାଯିବ: ମୁଖ୍ୟମନ୍ତ୍ରୀ

ଚମ୍ପୁଆ/ଝୁମ୍ପୁରା,୨୫।୬ (ମହେଶ୍ୱର ଦାସ/ଶଶିଭୂଷଣ ସାହୁ): ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜିଲା କେନ୍ଦୁଝରକୁ ମୋହନ ଚରଣ ମାଝୀ ୨ ଦିନିଆ ଗସ୍ତରେ ଆସିଛନ୍ତି। ସୋମବାର ଦ୍ୱିତୀୟ ଦିନରେ ନିଜ ଜନ୍ମମାଟି ରାଇକଳାକୁ ଯାଇଛନ୍ତି। ଏହି ଅବସରରେ ଝୁମ୍ପୁରା ବଜାରସ୍ଥିତ ଦୁର୍ଗାମନ୍ଦିର ପଡ଼ିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଛନ୍ତି, କେନ୍ଦୁଝର ଏକ ଲଢୁଆ ଜିଲା, ଏ ମାଟି ପବିତ୍ର ମାଟି, ଏ ମାଟି ଧରଣୀଧର ଭୁୟଁାଙ୍କ ଅନ୍ୟାୟ ଅନୀତି ବିରୋଧରେ ଲଢ଼େଇକୁ […] The post ଚାଷୀଙ୍କୁ ଦଲାଲ ମୁକ୍ତ କରାଯିବ: ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଚାଷୀଙ୍କୁ ଦଲାଲ ମୁକ୍ତ କରାଯିବ: ମୁଖ୍ୟମନ୍ତ୍ରୀ

ଚମ୍ପୁଆ/ଝୁମ୍ପୁରା,୨୫।୬ (ମହେଶ୍ୱର ଦାସ/ଶଶିଭୂଷଣ ସାହୁ): ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜିଲା କେନ୍ଦୁଝରକୁ ମୋହନ ଚରଣ ମାଝୀ ୨ ଦିନିଆ ଗସ୍ତରେ ଆସିଛନ୍ତି। ସୋମବାର ଦ୍ୱିତୀୟ ଦିନରେ ନିଜ ଜନ୍ମମାଟି ରାଇକଳାକୁ ଯାଇଛନ୍ତି। ଏହି ଅବସରରେ ଝୁମ୍ପୁରା ବଜାରସ୍ଥିତ ଦୁର୍ଗାମନ୍ଦିର ପଡ଼ିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଛନ୍ତି, କେନ୍ଦୁଝର ଏକ ଲଢୁଆ ଜିଲା, ଏ ମାଟି ପବିତ୍ର ମାଟି, ଏ ମାଟି ଧରଣୀଧର ଭୁୟଁାଙ୍କ ଅନ୍ୟାୟ ଅନୀତି ବିରୋଧରେ ଲଢ଼େଇକୁ ଆଜି ବି ମନେରଖିଛି। ରାଷ୍ଟ୍ରୀୟ ଚିନ୍ତାଧାରା ପ୍ରତ୍ୟେକ ନାଗରିକ ପାଖରେ ରହିବା ଉଚିତ, ଅତ୍ୟାଚାରର ଶିକାର ଓଡ଼ିଶାବାସୀ ପରିବର୍ତ୍ତନ ଆଶା କରିଥିଲେ। ଏହାର ପ୍ରତିଫଳନରେ ଆଜି ଓଡ଼ିଶାରେ ୨୪ବର୍ଷର ବିଜେଡି ସରକାରଙ୍କ ପତନ ଘଟିଛି ଏବଂ ଭାଜପାକୁ ରାଜ୍ୟ ଶାସନର ଦାୟିତ୍ୱ ମିଳିଛି।
ଏପରିକି ଚାଷୀଙ୍କୁ ଦଲାଲଙ୍କଠାରୁ ମୁକ୍ତ କରି ଧାନର ସହାୟକ ମୂଲ୍ୟ ୩୧ଶହ ଟଙ୍କା କରାଯିବାର ପ୍ରତିଶ୍ରୁତିକୁ ୧୦୦ଦିନ ଭିତରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମିଶନଶକ୍ତି ନଁାରେ ପୂର୍ବ ସରକାରର ବଡ଼ପଣ୍ଡାମାନେ ମହିଳାମାନଙ୍କୁ ଭୁଆଁ ବୁଲାଉଥିଲେ। ସରକାର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଖୁବ୍‌ଶୀଘ୍ର ପୂରଣ କରିବ ବୋଲି ସେ ସୂଚନା ଦେଇଛନ୍ତି। ଓଡ଼ିଶାର ବିକାଶ ପାଇଁ ସମସ୍ତେ ରାମ ସେତୁ ନିର୍ମାଣର ବାନର ସେନା ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଖଣିଜ ସମ୍ପଦଭରା କେନ୍ଦୁଝରର ବିକାଶ ପାଇଁ ଇଚ୍ଛାଶକ୍ତିର ଅଭାବ ରହିଛି। ଖଣିଜ ସମ୍ପଦ ବ୍ୟବହାର ଓ ଜିଲା ଖଣିଜ ପାଣ୍ଠିର ସୁବିନିଯୋଗରେ କେନ୍ଦୁଝରର ବିକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ପରିଚାଳନା କରିଥିବାବେଳେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଫକୀରମୋହନ ନାଏକ ଓ ଜିଲା ସମ୍ପାଦକ ଅନୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

The post ଚାଷୀଙ୍କୁ ଦଲାଲ ମୁକ୍ତ କରାଯିବ: ମୁଖ୍ୟମନ୍ତ୍ରୀ appeared first on Dharitri Odia News.