ଚାଷୀଙ୍କୁ ପ୍ରତାରଣା କଲେ କେନ୍ଦ୍ର ସରକାର

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କୁ ପ୍ରତାରଣା କଲେ କେନ୍ଦ୍ର ସରକାର। ରବି ଋତୁ ଲାଗି ବଢିଲାନି ଧାନର ସର୍ବନିମ୍ନ ସହାୟକ ମୂଲ୍ଯ।... The post ଚାଷୀଙ୍କୁ ପ୍ରତାରଣା କଲେ କେନ୍ଦ୍ର ସରକାର appeared first on .

ଚାଷୀଙ୍କୁ ପ୍ରତାରଣା କଲେ କେନ୍ଦ୍ର ସରକାର

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କୁ ପ୍ରତାରଣା କଲେ କେନ୍ଦ୍ର ସରକାର। ରବି ଋତୁ ଲାଗି ବଢିଲାନି ଧାନର ସର୍ବନିମ୍ନ ସହାୟକ ମୂଲ୍ଯ। ଧାନଚାଷ କୃଷକଙ୍କ ଆର୍ଥିକ ମେରୁଦଣ୍ଡ ହୋଇଥିବା ସତ୍ତ୍ବେ କେନ୍ଦ୍ର କ୍ଯାବିନେଟରେ ଧାନର ଏମଏସପି ବୃଦ୍ଧି ନେଇ ହେଲାନି କୌଣସି ନିଷ୍ପତ୍ତି। ଧାନର  ଏମଏସପି ବଢାଇବା ଲାଗି ବାହସ୍ଫୋଟ ମାରୁଥିଲେ ସରକାର। ହେଲେ ସରକାର ଶେଷ କରିଛନ୍ତି ପ୍ରତାରଣା। ସେପଟେ କେନ୍ଦ୍ର ସରକାର ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବି ବୃଦ୍ଧି କରିଛନ୍ତି। ଗହମର ଏମଏସପି କ୍ବିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବରୁ ଗହମ କ୍ବିଣ୍ଟାଲ ପିଛା ଦର ୨ ହଜାର ୨୭୫ ଥିବାବେଳେ ବର୍ତ୍ତମାନ ଏହା ହେବ  ୨ ହଜାର ୪୨୫ ଟଙ୍କ। ସେହିପରି ସୋରିଷର ଏମଏସପି ୩୦୦ ଟଙ୍କା ବଢାଯାଇଛି। ଆଗରୁ ଥିଲା ୫୬୫୦ ଟଙ୍କା ଥିଲା। ଏବେ ହେଲା ୫୯୫୦। ସେହିପରି ଚଣାର ଏମଏସପି ୨୧୦ ଟଙ୍କା ବୃଦ୍ଧି ହୋଇଛି।

The post ଚାଷୀଙ୍କୁ ପ୍ରତାରଣା କଲେ କେନ୍ଦ୍ର ସରକାର appeared first on .