ଚିକିଟି ବିଷାକ୍ତ ମଦରେ ଆଖି ବୁଜିଲେ ଆଉ ଜଣେ

ଚିକିଟି,୧।୯(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ରବିବାର ମଧ୍ୟାହ୍ନରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ କରବାଲୁଆ ଗ୍ରାମର ବାୟା ସେଠୀ। ସେ ଦୀର୍ଘ ଦିନ ଧରି ବ୍ରହ୍ମପୁର ସ୍ଥିତ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ଚିକିଟିରେ ଶୋକର ଛାୟା ଖେଳି ଯାଇଛି। ଏହାକୁ ମିଶାଇ ଚିକିଟି ମଦ […] The post ଚିକିଟି ବିଷାକ୍ତ ମଦରେ ଆଖି ବୁଜିଲେ ଆଉ ଜଣେ appeared first on Dharitri Odia News.

ଚିକିଟି ବିଷାକ୍ତ ମଦରେ ଆଖି ବୁଜିଲେ ଆଉ ଜଣେ

ଚିକିଟି,୧।୯(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ରବିବାର ମଧ୍ୟାହ୍ନରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ କରବାଲୁଆ ଗ୍ରାମର ବାୟା ସେଠୀ। ସେ ଦୀର୍ଘ ଦିନ ଧରି ବ୍ରହ୍ମପୁର ସ୍ଥିତ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ଚିକିଟିରେ ଶୋକର ଛାୟା ଖେଳି ଯାଇଛି। ଏହାକୁ ମିଶାଇ ଚିକିଟି ମଦ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ଏବେ ସୁଦ୍ଧା ୩ଜଣ ବ୍ରହ୍ମପୁରସ୍ଥିତ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗତ ୨୦ତାରିଖରେ ଜେନାପୁର ଗ୍ରାମର ଯୁର୍‌ ବେହେରା, ୨୧ ତାରିଖରେ ଲୋକନାଥ ବେହେରା ଏବଂ ୩୦ତାରିଖରେ ଲକ୍ଷ୍ମଣ ବେହେରାଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ମୃତ୍ୟୁକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଛି। ସ୍ଥାନୀୟ ବିଜେଡି ଓ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଚିକିଟି ବ୍ଲକ ଅନ୍ତର୍ଗତ ମାଉଁଦପୂର ଗ୍ରାମରେ ଅଗଷ୍ଟ ୧୯ରେ ବିଷାକ୍ତ ମଦ ପିଇ ୨୩ଜଣ ଲୋକ ଗୁରୁତର ହୋଇପଡିଥିଲେ। ଉକ୍ତ ଘଟଣାରେ ଆଜି ସୁଦ୍ଧା କେ. ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୬ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

The post ଚିକିଟି ବିଷାକ୍ତ ମଦରେ ଆଖି ବୁଜିଲେ ଆଉ ଜଣେ appeared first on Dharitri Odia News.