ଚିକିଟିରେ ବିଷାକ୍ତ ମଦ୍ୟପାନ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ବ୍ରହ୍ମପୁର ୨୧।୦୮: ବ୍ରହ୍ମପୁର ଚିକିଟିରେ ବିଷାକ୍ତ ମଦ ପିଇ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଜୁର ବେହେରାଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ବିଷାକ୍ତ ମଦ ପିଇ ୧୭ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ । ଅସୁସ୍ଥଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ସେମାନଙ୍କୁ ଏମକେସିଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।ସୂଚନାନୁଯାୟୀ ମଙ୍ଗଳବାର ବିଷାକ୍ତ ମଦ ପିଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କେ.ନୂଆଗାଁ ଥାନା ଅନ୍ତର୍ଗତ ଜେନାପୁର ଓ କରବାଲୁଆ ଗାଁର ୧୭ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏବେବି ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଏହି ଘଟଣା ପରେ ଆକ୍ସନ୍ ମୁଡ୍ରେ ଆସିଥିଲା ଜିଲ୍ଲା ପ୍ରଶାସନ । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅବକାରୀ ବିଭାଗ ଓ ପୁଲିସ ୭ ଜଣଙ୍କୁ ଗିରଫ କରିଛି ।
ବ୍ରହ୍ମପୁର ୨୧।୦୮: ବ୍ରହ୍ମପୁର ଚିକିଟିରେ ବିଷାକ୍ତ ମଦ ପିଇ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଜୁର ବେହେରାଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ବିଷାକ୍ତ ମଦ ପିଇ ୧୭ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ । ଅସୁସ୍ଥଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ସେମାନଙ୍କୁ ଏମକେସିଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
ସୂଚନାନୁଯାୟୀ ମଙ୍ଗଳବାର ବିଷାକ୍ତ ମଦ ପିଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କେ.ନୂଆଗାଁ ଥାନା ଅନ୍ତର୍ଗତ ଜେନାପୁର ଓ କରବାଲୁଆ ଗାଁର ୧୭ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏବେବି ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି ।
ତେବେ ଏହି ଘଟଣା ପରେ ଆକ୍ସନ୍ ମୁଡ୍ରେ ଆସିଥିଲା ଜିଲ୍ଲା ପ୍ରଶାସନ । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅବକାରୀ ବିଭାଗ ଓ ପୁଲିସ ୭ ଜଣଙ୍କୁ ଗିରଫ କରିଛି ।