ପୁତୁରା ହାତରେ ପୁଣି ବଡ଼ ଦାୟିତ୍ବ, ଆକାଶ ଆନନ୍ଦ ହେଲେ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ
ନୂଆଦିଲ୍ଲୀ: ବିଏସପି ମୁଖ୍ୟ ମାୟାବତୀ ପୁଣି ଥରେ ପୁତୁରା ଆକାଶ ଆନନ୍ଦଙ୍କୁ ଦେଇଛନ୍ତି ବଡ଼ ଦାୟିତ୍ବ । ମାୟାବତୀ ଆକାଶ ଆନନ୍ଦଙ୍କୁ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ କରିଛନ୍ତି।ରବିବାର ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ବୈଠକରେ ଏହି ଘୋଷଣା କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ଅନ୍ୟ ତିନି ରାଷ୍ଟ୍ରୀୟ ସଂଯୋଜକ ମଧ୍ୟ ଆକାଶ ଆନନ୍ଦଙ୍କୁ ରିପୋର୍ଟ କରିବେ। ଆକାଶ ଆନନ୍ଦ ଆଗାମୀ ନିର୍ବାଚନରେ ପ୍ରଚାର- ପ୍ରସାର ଦାୟିତ୍ବ ମଧ୍ୟ ସମ୍ଭାଳିବେ। ମାୟାବତୀ କହିଛନ୍ତି, ଆକାଶଙ୍କ ଫେରିବା ଦ୍ବାରା ବିଏସପିରେ ନୂଆ ଶକ୍ତିର ସଞ୍ଚାର ହେବ। ମାୟାବତୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ ବର୍ତ୍ତମାନ କାହାକୁ ଉତ୍ତରାଧିକାରୀ କରିବେନି। ସୂଚନାଥାଉକି, ବିଏସପିରେ ତିନି ନ୍ୟାସନାଲ କୋଅର୍ଡିନେଟର ନିଯୁକ୍ତ କରାଯାଇଛି।ଏଥିରେ ରାଜ୍ୟସଭା ସାଂସଦ ରାମଜୀ ଗୌତମ, ରଣଧୀର ବେନୀଓ୍ବାଲ ଏବଂ ରାଜାରାମ ସାମିଲ ଅଛନ୍ତି। ରାମଜୀ ଗୌତମ ବିହାର ପ୍ରଦେଶର ପ୍ରଭାରୀ ମଧ୍ୟ ଅଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରବିବାର ହୋଇଥିବା ଏହି ବୈଠକରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ଚର୍ଚ୍ଚା ହେବ।ମାର୍ଚ୍ଚରେ ଦଳରୁ ବିଦା ହୋଇଥିଲେ ଆକାଶ ଆନନ୍ଦଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ମାୟାବତୀ ପୁତୁରା ଆକାଶ ଆନନ୍ଦଙ୍କୁ ପାର୍ଟୀରୁ ବାହାର କରିଥିଲେ। ଏହା ସହ ତାଙ୍କୁ ନାସନାଲ କୋଅର୍ଡିନେଟର ସମେତ ସବୁ ଦାୟିତ୍ବରୁ ମୁକ୍ତ
ନୂଆଦିଲ୍ଲୀ: ବିଏସପି ମୁଖ୍ୟ ମାୟାବତୀ ପୁଣି ଥରେ ପୁତୁରା ଆକାଶ ଆନନ୍ଦଙ୍କୁ ଦେଇଛନ୍ତି ବଡ଼ ଦାୟିତ୍ବ । ମାୟାବତୀ ଆକାଶ ଆନନ୍ଦଙ୍କୁ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ କରିଛନ୍ତି।ରବିବାର ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ବୈଠକରେ ଏହି ଘୋଷଣା କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ଅନ୍ୟ ତିନି ରାଷ୍ଟ୍ରୀୟ ସଂଯୋଜକ ମଧ୍ୟ ଆକାଶ ଆନନ୍ଦଙ୍କୁ ରିପୋର୍ଟ କରିବେ।
ଆକାଶ ଆନନ୍ଦ ଆଗାମୀ ନିର୍ବାଚନରେ ପ୍ରଚାର- ପ୍ରସାର ଦାୟିତ୍ବ ମଧ୍ୟ ସମ୍ଭାଳିବେ। ମାୟାବତୀ କହିଛନ୍ତି, ଆକାଶଙ୍କ ଫେରିବା ଦ୍ବାରା ବିଏସପିରେ ନୂଆ ଶକ୍ତିର ସଞ୍ଚାର ହେବ। ମାୟାବତୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ ବର୍ତ୍ତମାନ କାହାକୁ ଉତ୍ତରାଧିକାରୀ କରିବେନି।
ସୂଚନାଥାଉକି, ବିଏସପିରେ ତିନି ନ୍ୟାସନାଲ କୋଅର୍ଡିନେଟର ନିଯୁକ୍ତ କରାଯାଇଛି।ଏଥିରେ ରାଜ୍ୟସଭା ସାଂସଦ ରାମଜୀ ଗୌତମ, ରଣଧୀର ବେନୀଓ୍ବାଲ ଏବଂ ରାଜାରାମ ସାମିଲ ଅଛନ୍ତି। ରାମଜୀ ଗୌତମ ବିହାର ପ୍ରଦେଶର ପ୍ରଭାରୀ ମଧ୍ୟ ଅଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରବିବାର ହୋଇଥିବା ଏହି ବୈଠକରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ଚର୍ଚ୍ଚା ହେବ।
ମାର୍ଚ୍ଚରେ ଦଳରୁ ବିଦା ହୋଇଥିଲେ ଆକାଶ ଆନନ୍ଦ
ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ମାୟାବତୀ ପୁତୁରା ଆକାଶ ଆନନ୍ଦଙ୍କୁ ପାର୍ଟୀରୁ ବାହାର କରିଥିଲେ। ଏହା ସହ ତାଙ୍କୁ ନାସନାଲ କୋଅର୍ଡିନେଟର ସମେତ ସବୁ ଦାୟିତ୍ବରୁ ମୁକ୍ତ କରିଥିଲେ। ମାୟାବତୀ କହିଥିଲେ ସେ ବଞ୍ଚିଥିବା ଯାଏ କୌଣସି ଉତ୍ତରାଧିକାରୀ ହେବେ ନାହିଁ। ମାୟାବତୀ ଆକାଶ ଆନନ୍ଦଙ୍କୁ ବସପାରୁ ବାହାର କରାଯିବା ନେଇ ସୂଚନା ସୋସିଆଲ ମିଡିଆରେ ଦେଇଥିଲେ। ହେଲେ ପୁତୁରା ଆକାଶ ଆନନ୍ଦ, ମାୟାବତୀଙ୍କୁ କ୍ଷମା ମାଗିବା ପରେ ଏବେ ତାଙ୍କୁ ପୁଣି ପାର୍ଟିକୁ ସ୍ବାଗତ କରାଯାଇଛି।
ତେବେ ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ନେଇ ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି। ୨୦୨୪ରେ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଆକାଶ ଆନନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଜନସଭାରେ ବିବାଦୀୟ ବୟାନବାଜିକୁ ନେଇ ଆନନ୍ଦଙ୍କୁ ବିଏସପିରେ ତାଙ୍କ ଦାୟିତ୍ବରୁ ମୁକ୍ତ କରାଯାଇଥିଲା। ହେଲେ କିଛି ଦିନ ପରେ ହିଁ ତାଙ୍କୁ ପୁଣି ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ୨୦୨୫ରେ ପୁଣି ଥରେ ଆକ୍ସନ ଆଉ ଦଳକୁ ଫେରାଇନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।