ବର୍ଷାରେ ବେହାଲ ମୁମ୍ବାଇ, ୨୭ ବିମାନର ରୁଟ୍‌ରେ ପରିବର୍ତ୍ତନ, ୫୧ ଉଡ଼ାଣ ବାତିଲ

ମୁମ୍ବାଇ: ବର୍ଷାରେ ବେହାଲ ହେଲା ମୁମ୍ବାଇ ସହର। ଗତକାଲି ଏଠାରେ ହୋଇଥିବା ଲଗାଣ ବର୍ଷାରେ ପରିସ୍ଥିତି ଉତ୍କଟ ହୋଇଛି। ରାସ୍ତା ଘାଟ, ରେଳଷ୍ଟେସନ ଏବଂ ଏୟାରପୋର୍ଟରେ ପାଣି ଜମିବା ଫଳରେ ଅନେକ ଅସୁବିଧାର ସାମ୍‌ନା କରିବାକୁ ପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ମୁମ୍ବାଇରେ ମାତ୍ର ୬ ଘଣ୍ଟାରେ ପ୍ରାୟ ୩୦୦ ମିମିରୁ ଅଧିକ ବର୍ଷା ରେଡର୍ଡ ହୋଇଛି। ଫଳରେ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି।ଏହାରି ମଧ୍ୟରେ, ପ୍ରବଳ ବର୍ଷା କାରଣରୁ ମୁମ୍ବାଇରୁ ପ୍ରାୟ ୨୭ଟି ବିମାନର ରୁଟ୍‌ରେ ପରିବର୍ତ୍ତନ କରାଯାଇଛି ଏବଂ ୫୧ ଉଡ଼ାଣ ରଦ୍ଦ ହୋଇଛି। ୨୭ଟି ବିମାନକୁ ଅହମଦାବାଦ, ହାଇଦ୍ରାବାଦ ଏବଂ ଇନ୍ଦୋର ପଠାଯାଇଛି। ବାତିଲ୍‌ ହୋଇ ହୋଇଥିବା ବିମାନ ଉଡ଼ାଣ ମଧ୍ୟରେ ଇଣ୍ଡିଗୋର କେବଳ ୪୨ଟି ବିମାନ ରହିଛି, ଏହା ପରେ ଏୟାର ଇଣ୍ଡିଆର ୬ଟି, ଆଲାଏନ୍ସ ଏୟାରର ୨ଟି ଏବଂ କତାର ଏୟାରଓ୍ବେଜର ଗୋଟିଏ ବିମାନ ରଦ୍ଦ ହୋଇଛି। 

ବର୍ଷାରେ ବେହାଲ ମୁମ୍ବାଇ, ୨୭ ବିମାନର ରୁଟ୍‌ରେ ପରିବର୍ତ୍ତନ, ୫୧ ଉଡ଼ାଣ ବାତିଲ

ମୁମ୍ବାଇ: ବର୍ଷାରେ ବେହାଲ ହେଲା ମୁମ୍ବାଇ ସହର। ଗତକାଲି ଏଠାରେ ହୋଇଥିବା ଲଗାଣ ବର୍ଷାରେ ପରିସ୍ଥିତି ଉତ୍କଟ ହୋଇଛି। ରାସ୍ତା ଘାଟ, ରେଳଷ୍ଟେସନ ଏବଂ ଏୟାରପୋର୍ଟରେ ପାଣି ଜମିବା ଫଳରେ ଅନେକ ଅସୁବିଧାର ସାମ୍‌ନା କରିବାକୁ ପଡ଼ିଛି। 

ସୂଚନା ଅନୁଯାୟୀ, ଗତକାଲି ମୁମ୍ବାଇରେ ମାତ୍ର ୬ ଘଣ୍ଟାରେ ପ୍ରାୟ ୩୦୦ ମିମିରୁ ଅଧିକ ବର୍ଷା ରେଡର୍ଡ ହୋଇଛି। ଫଳରେ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି।

ଏହାରି ମଧ୍ୟରେ, ପ୍ରବଳ ବର୍ଷା କାରଣରୁ ମୁମ୍ବାଇରୁ ପ୍ରାୟ ୨୭ଟି ବିମାନର ରୁଟ୍‌ରେ ପରିବର୍ତ୍ତନ କରାଯାଇଛି ଏବଂ ୫୧ ଉଡ଼ାଣ ରଦ୍ଦ ହୋଇଛି। ୨୭ଟି ବିମାନକୁ ଅହମଦାବାଦ, ହାଇଦ୍ରାବାଦ ଏବଂ ଇନ୍ଦୋର ପଠାଯାଇଛି। 

ବାତିଲ୍‌ ହୋଇ ହୋଇଥିବା ବିମାନ ଉଡ଼ାଣ ମଧ୍ୟରେ ଇଣ୍ଡିଗୋର କେବଳ ୪୨ଟି ବିମାନ ରହିଛି, ଏହା ପରେ ଏୟାର ଇଣ୍ଡିଆର ୬ଟି, ଆଲାଏନ୍ସ ଏୟାରର ୨ଟି ଏବଂ କତାର ଏୟାରଓ୍ବେଜର ଗୋଟିଏ ବିମାନ ରଦ୍ଦ ହୋଇଛି।