ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଖଣ୍ଡନ କଲେ ମେଡିକାଲ କର୍ତ୍ତୃପକ୍ଷ
ଭଦ୍ରକ ୦୨।୦୭ : ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ । ଭଦ୍ରକ ସହର ମୋଟେଲ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଯାହାକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଖବର ଅନୁଯାୟୀ, ଭଦ୍ରକ ସହରର ମୋଟେଲ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ରୋଗୀଙ୍କ ମୃତ୍ୟୁ ପରେ ଘରୋଇ ମେଡିକାଲରେ ବିଳମ୍ବିତ ରାତି ଯାଏଁ ଉତ୍ତେଜନା ଦେଖାଦେଇଥିଲେ । ଏପିରିକି ଭଦ୍ରକ ସହରାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଥିଲା । ଅନ୍ୟପଟେ ମୃତକଙ୍କ ସଂପର୍କୀୟ ଅଭିଯୋଗ ଅନୁଯାୟୀ, ମୃତ୍ୟୁ ନେଇ ଅଭିଯୋଗ ପାଇ କେତେକ ସ୍ଥାନୀୟ ଲୋକ ଧମକ ଚମକ ଦେଇଥିଲେ । ଏହାସହିତ ମେଡିକାଲ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଭଦ୍ରକ ୦୨।୦୭ : ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ । ଭଦ୍ରକ ସହର ମୋଟେଲ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଯାହାକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଖବର ଅନୁଯାୟୀ, ଭଦ୍ରକ ସହରର ମୋଟେଲ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ରୋଗୀଙ୍କ ମୃତ୍ୟୁ ପରେ ଘରୋଇ ମେଡିକାଲରେ ବିଳମ୍ବିତ ରାତି ଯାଏଁ ଉତ୍ତେଜନା ଦେଖାଦେଇଥିଲେ । ଏପିରିକି ଭଦ୍ରକ ସହରାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଥିଲା । ଅନ୍ୟପଟେ ମୃତକଙ୍କ ସଂପର୍କୀୟ ଅଭିଯୋଗ ଅନୁଯାୟୀ, ମୃତ୍ୟୁ ନେଇ ଅଭିଯୋଗ ପାଇ କେତେକ ସ୍ଥାନୀୟ ଲୋକ ଧମକ ଚମକ ଦେଇଥିଲେ । ଏହାସହିତ ମେଡିକାଲ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।