ଚିକିତ୍ସା ବିଜ୍ଞାନରେ ବିରଳ: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର ମାଆଙ୍କ କିଡନୀ, ଭାବୁକ କରିବ…
ଇଂଲଣ୍ଡ,୧୯।୧: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର କିଡନୀ। ଶୁଣି ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ଏପରି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ। ଇଂରାଜୀ ୱେବସାଇଟ ଡେଲି ମେଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଇଂଲଣ୍ଡରେ ରହୁଥିବା ସୁ ୱେଷ୍ଟହେଡଙ୍କ ଠାରେ ଏପରି ଘଟଣା ଦେଖିବାକୁ ମିଳିଛି। ଏପରି ବିରଳ ଘଟଣା ଦେଖି ଡାକ୍ତରମାନେ ମଧ୍ୟ ତାଜୁବ ହୋଇଛନ୍ତି। ସୂଚନାଥାଉ କି, ସୁ ଯେତେବେଳେ ୧୨-୧୩ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ଠାରେ କିଡନୀ […] The post ଚିକିତ୍ସା ବିଜ୍ଞାନରେ ବିରଳ: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର ମାଆଙ୍କ କିଡନୀ, ଭାବୁକ କରିବ… appeared first on Dharitri Odia News.
ଇଂଲଣ୍ଡ,୧୯।୧: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର କିଡନୀ। ଶୁଣି ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ଏପରି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ। ଇଂରାଜୀ ୱେବସାଇଟ ଡେଲି ମେଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଇଂଲଣ୍ଡରେ ରହୁଥିବା ସୁ ୱେଷ୍ଟହେଡଙ୍କ ଠାରେ ଏପରି ଘଟଣା ଦେଖିବାକୁ ମିଳିଛି। ଏପରି ବିରଳ ଘଟଣା ଦେଖି ଡାକ୍ତରମାନେ ମଧ୍ୟ ତାଜୁବ ହୋଇଛନ୍ତି।
ସୂଚନାଥାଉ କି, ସୁ ଯେତେବେଳେ ୧୨-୧୩ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ଠାରେ କିଡନୀ ଜନିତ ସମସ୍ୟା ଆରମ୍ଭ ହୋଇଥିଲା। କମ୍ ବୟସରେ ତାଙ୍କର ଡାଏଲିସିସ ଆରମ୍ଭ ହୋଇ ଯାଇଥିଲା। ପରେ ଯେତେବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା ତାଙ୍କ କିଡନୀ ସମ୍ପର୍ଣ୍ଣ ଖରାପ ହୋଇଯାଇଥିଲା। ସେତେବେଳେ ଡାକ୍ତର ସୁ’ଙ୍କ ଠାରେ ତାଙ୍କ ମା’ଙ୍କ କିଡନୀ ପ୍ରତିରୋପଣ କରିଥିଲେ। ୧୯୭୩ ଜୁଲାଇରେ ରୟାଲ ଭିକ୍ଟୋରିଆ ଇନଫର୍ମାରିରେ ଏହି ଅସ୍ତ୍ରୋପଚାର ହୋଇଥିଲା। କହିରଖୁଛୁ କି,୧୯୮୫ରେ ଏକ ସଡ଼କ ଦୁର୍ଘଟଣାରେ ୬୯ବର୍ଷ ବୟସରେ ସୁ’ଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ଯଦି ମାଆ ଆଜି ବଞ୍ଚିଥାନ୍ତେ ତେବେ ତାଙ୍କୁ ୧୦୮ ବର୍ଷ ହୋଇଥାନ୍ତା, ଏପରି କହି ଭାବୁକ ହୋଇଛନ୍ତି ଝିଅ ସୁ।
ବର୍ତ୍ତମାନ ଏହି ଅପରେଶନକୁ ପଚାଶ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଅସୁବିଧା ହୋଇନାହିଁ। ଆଜି ବି ତାଙ୍କ ଶରୀରରେ ତାଙ୍କ ମାଆଙ୍କ ୧୦୮ ବର୍ଷର କିଡନୀ ଭଲ କାମ କରୁଛି। ଏହି ମାମଲା ବିଷୟରେ ଜାଣିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ କିଡନୀ ଟ୍ରାନ୍ସପ୍ଲାଣ୍ଟ କେବଳ ୨୦ ବର୍ଷ ପର୍ଯ୍ୟନ୍ତ କାମ କରିଥାଏ।
ସୁ କହିଛନ୍ତି, ମୋ ମାଆ ନ ଥିଲେ ମୁଁ ବଞ୍ଚିପାରି ନ ଥାନ୍ତି। ସେ ମୋତେ ଏକ ନୂଆ ଜୀବନ ଦେଇଛି। ଏବେ ବି ସେ ମୋ ସହ ଅଛି। ବଞ୍ଚିଥିଲେ ତାଙ୍କୁ ୧୦୮ବର୍ଷ ହୋଇଥାନ୍ତା।
ଏକ ସାମାଜିକ ବାର୍ତ୍ତା ମଧ୍ୟ ଦେଇ ସେ ଆହୁରି କହିଛନ୍ତି, ଯଦି କେହି ନିଜ ପ୍ରିୟଜନଙ୍କୁ କିଡନୀ ଦାନ କରିବାକୁ ଚିନ୍ତା କରୁଛନ୍ତି, ତେବେ ନିଶ୍ଚିତ ଭାବରେ କରନ୍ତୁ। ଆପଣ ସେହି ବ୍ୟକ୍ତି ଏବଂ ତାଙ୍କ ପରିବାରକୁ କେତେ ଖୁସି ଆଣିଦେବ ଯିଏ ଡାଏଲିସିସ ସହିତ ବନ୍ଧା ହୋଇ ଏକ ଦୁଖଦ ଜୀବନ ଅତିବାହିତ କରୁଛି।
The post ଚିକିତ୍ସା ବିଜ୍ଞାନରେ ବିରଳ: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର ମାଆଙ୍କ କିଡନୀ, ଭାବୁକ କରିବ… appeared first on Dharitri Odia News.