ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନୱାଡିି କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୬ ନଂ ୱାର୍ଡ ନିମନ୍ତେ ନିଯୁକ୍ତ ଅଙ୍ଗନୱାଡିି କର୍ମୀ ଟିକିନା ମେକାପଙ୍କ ଅକାଳ ଦେହାନ୍ତ ହୋଇଛି। ଦିଗପହଣ୍ଡିର ବଡ଼ବ୍ରାହ୍ମଣସାହି ବାସିନ୍ଦା ଟିକିନା ଦୀର୍ଘବର୍ଷ ହେଲା ଅଙ୍ଗନୱାଡିିକର୍ମୀ ଭାବେ କାର୍ଯ୍ୟକରି ସମସ୍ତଙ୍କ ପ୍ରୀୟଭାଜନ ହୋଇପାରିଥିଲେ। ଗତ କିଛି ବର୍ଷ ହେଲା ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମତ୍ୟୁଖବର ପାଇ ୱାର୍ଡ କାଉନସିଲର ତଥା ଏନଏସି ଉପାଧ୍ୟକ୍ଷା କେ.ପୂଜା,ସାମାଜିକ କର୍ମୀ କେ.କୁନାଙ୍କ ସମେତ ସହରର […] The post ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନୱାଡିି କର୍ମୀଙ୍କ ପରଲୋକ appeared first on Dharitri Odia News.

ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନୱାଡିି କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୬ ନଂ ୱାର୍ଡ ନିମନ୍ତେ ନିଯୁକ୍ତ ଅଙ୍ଗନୱାଡିି କର୍ମୀ ଟିକିନା ମେକାପଙ୍କ ଅକାଳ ଦେହାନ୍ତ ହୋଇଛି। ଦିଗପହଣ୍ଡିର ବଡ଼ବ୍ରାହ୍ମଣସାହି ବାସିନ୍ଦା ଟିକିନା ଦୀର୍ଘବର୍ଷ ହେଲା ଅଙ୍ଗନୱାଡିିକର୍ମୀ ଭାବେ କାର୍ଯ୍ୟକରି ସମସ୍ତଙ୍କ ପ୍ରୀୟଭାଜନ ହୋଇପାରିଥିଲେ। ଗତ କିଛି ବର୍ଷ ହେଲା ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମତ୍ୟୁଖବର ପାଇ ୱାର୍ଡ କାଉନସିଲର ତଥା ଏନଏସି ଉପାଧ୍ୟକ୍ଷା କେ.ପୂଜା,ସାମାଜିକ କର୍ମୀ କେ.କୁନାଙ୍କ ସମେତ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଅଙ୍ଗନୱାଡିି କର୍ମୀ ତଥା ସାଧନା ମହିଳା ସଂଘ ସଭାନେତ୍ରୀ ପି.ବିଜୟ ଲକ୍ଷ୍ମୀଙ୍କ ସମେତ ବହୁ ସଂଖ୍ୟକ ଅଙ୍ଗନୱାଡିି କର୍ମୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

The post ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନୱାଡିି କର୍ମୀଙ୍କ ପରଲୋକ appeared first on Dharitri Odia News.