ଚିକେନ, ମାଛ, କବାବରେ ରଙ୍ଗ ମିଶାଇଲେ ହେବ ଜେଲ ଦଣ୍ଡ, ୧୦ଲକ୍ଷର ଜରିମାନା

ବେଙ୍ଗାଲୁରୁ,୨୫।୬: ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣକୁ ରୋକିବା ପାଇଁ କର୍ନାଟକ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କର୍ନାଟକ ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗ ଭେଜ ଏବଂ ନନ ଭେଜ କବାବରେ କୃତ୍ରିମ ରଙ୍ଗର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ନିୟମ ସମଗ୍ର କର୍ନାଟକରେ ପ୍ରଯୁଜ୍ୟ ହେବ। ଅନେକ କବାବ ନମୁନାରେ ବ୍ୟବହୃତ କୃତ୍ରିମ ରଙ୍ଗର ଅସୁରକ୍ଷିତ ସ୍ତର, ବିଶେଷତଃ ସନସେଟ ୟେଲୋ ଏବଂ କାର୍ମୋଇସିନ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଖାଦ୍ୟ ନିରାପତ୍ତା ବିଭାଗ […] The post ଚିକେନ, ମାଛ, କବାବରେ ରଙ୍ଗ ମିଶାଇଲେ ହେବ ଜେଲ ଦଣ୍ଡ, ୧୦ଲକ୍ଷର ଜରିମାନା appeared first on Dharitri Odia News.

ଚିକେନ, ମାଛ, କବାବରେ ରଙ୍ଗ ମିଶାଇଲେ ହେବ ଜେଲ ଦଣ୍ଡ, ୧୦ଲକ୍ଷର ଜରିମାନା

ବେଙ୍ଗାଲୁରୁ,୨୫।୬: ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣକୁ ରୋକିବା ପାଇଁ କର୍ନାଟକ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କର୍ନାଟକ ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗ ଭେଜ ଏବଂ ନନ ଭେଜ କବାବରେ କୃତ୍ରିମ ରଙ୍ଗର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ନିୟମ ସମଗ୍ର କର୍ନାଟକରେ ପ୍ରଯୁଜ୍ୟ ହେବ।

ଅନେକ କବାବ ନମୁନାରେ ବ୍ୟବହୃତ କୃତ୍ରିମ ରଙ୍ଗର ଅସୁରକ୍ଷିତ ସ୍ତର, ବିଶେଷତଃ ସନସେଟ ୟେଲୋ ଏବଂ କାର୍ମୋଇସିନ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଅନୁସନ୍ଧାନରୁ ଜଣାପଡିଛି ଯେ ବିଭିନ୍ନ ସ୍ଥାନରୁ କବାବର ୩୯ ଟି ନମୁନା ମଧ୍ୟରୁ ୭ଟିରେ ସନସେଟ ୟେଲୋ ଏବଂ ଗୋଟିଏରେ ସନସେଟ ୟେଲୋ ଏବଂ କାର୍ମୋଇସିନ ମିଳିଛି।
ଏହା ପରେ ବିଭାଗ ୨୧ ଜୁନ ରେ ଏକ ଆଦେଶ ପାସ କରି କହିଛି ଯେ ଖାଦ୍ୟ ନିରାପତ୍ତା ଏବଂ ମାନକ ଆଇନ, ୨୦୦୬ ଏବଂ ଖାଦ୍ୟ ନିରାପତ୍ତା ଏବଂ ମାନକ (ଖାଦ୍ୟ ପଦାର୍ଥ, ମାନକ ଏବଂ ଖାଦ୍ୟ ଯୋଗାଣ) ନିୟମାବଳୀ, ୨୦୧୧ଅନୁଯାୟୀ, ଏହଭଳି ଆଡିଟିଭ୍ସ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ।
ଏହି ନିୟମ ଉଲ୍ଲଂଘନ କଲେ ଗୁରୁତର ଦଣ୍ଡ ହୋଇପାରେ, ଯେଉଁଥିରେ ସର୍ବନିମ୍ନ ୭ ବର୍ଷରୁ ଆଜୀବନ କାରାଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଅନ୍ତର୍ଭୁକ୍ତ ହେବ। ଏହାପୂର୍ବରୁ ମାର୍ଚ୍ଚରେ କର୍ନାଟକ ସରକାର କୋବି ମଞ୍ଚୁରିଆନ ଏବଂ କଟନ କ୍ୟାଣ୍ଡି ପରି ଅନ୍ୟ ଖାଦ୍ୟ ସାମଗ୍ରୀରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଗୁଡ଼ିକରେ ବ୍ୟବହୃତ କୃତ୍ରିମ ରଙ୍ଗରେକ୍ୟାନସରକାରୀ ରାସାୟନିକ ପଦାର୍ଥ ମିଳିଥିଲା।

The post ଚିକେନ, ମାଛ, କବାବରେ ରଙ୍ଗ ମିଶାଇଲେ ହେବ ଜେଲ ଦଣ୍ଡ, ୧୦ଲକ୍ଷର ଜରିମାନା appeared first on Dharitri Odia News.