ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମନ୍ବୟ ରହିଲେ କଲେଜର ହେବ ବିକାଶ
ପୁରୁଷୋତ୍ତମପୁର,୧୩।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ୪୬ତମ ପ୍ରତିଷ୍ଟା ଦିବସ ପରିଚାଳନା କମିଟିର ସଭାପତି ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଯେନା ଯୋଗଦେଇ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ଆହ୍ବାନ ଦେଇ ଛାତ୍ରୀଛାତ୍ରମାନେ ପାଠପଢିବା ସହିତ ନୈତିକତା,ଚରିତ୍ରବାନ ସହ ଶୃଙ୍ଖଳାଗତ ପ୍ରତି ଗୁରୁତ୍ୱଦେଲେ ଭବିଷ୍ୟତରେ ନିଜକୁ ଜଣେ ବିଦ୍ୱାନ ବ୍ୟକ୍ତି ଭାବରେ ଗଢି ଉଠିପାରିବେ ବୋଲି କହି ଛାତ୍ରୀଛାତ୍ରମାନଙ୍କୁ […] The post ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମନ୍ବୟ ରହିଲେ କଲେଜର ହେବ ବିକାଶ appeared first on Dharitri Odia News.
ପୁରୁଷୋତ୍ତମପୁର,୧୩।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ୪୬ତମ ପ୍ରତିଷ୍ଟା ଦିବସ ପରିଚାଳନା କମିଟିର ସଭାପତି ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଯେନା ଯୋଗଦେଇ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ଆହ୍ବାନ ଦେଇ ଛାତ୍ରୀଛାତ୍ରମାନେ ପାଠପଢିବା ସହିତ ନୈତିକତା,ଚରିତ୍ରବାନ ସହ ଶୃଙ୍ଖଳାଗତ ପ୍ରତି ଗୁରୁତ୍ୱଦେଲେ ଭବିଷ୍ୟତରେ ନିଜକୁ ଜଣେ ବିଦ୍ୱାନ ବ୍ୟକ୍ତି ଭାବରେ ଗଢି ଉଠିପାରିବେ ବୋଲି କହି ଛାତ୍ରୀଛାତ୍ରମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିବା ସହ ଅଧ୍ୟାପକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମନ୍ବୟ ରହିଲେ କଲେଜର ବିକାଶ ହୋଇପାରିବ ବୋଲି କହିଥିଲେ।
ମୁଖ୍ୟବକ୍ତାଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ ଏହି ସର୍ବପୁରାତନ କଲେଜରେ ଓଡିଆ, ରାଜନୀତି ବିଜ୍ଞାନ ଓ ଇତିହାସରେ ସ୍ନାତୋକତର (ପିଜି) ଶ୍ରେଣୀ ଖୋଲିବା ସହ ଗଣିତରେ ଅନର୍ସ ଖୋଲିବାର ଆବଶ୍ୟକତା ରହିଛି। ଏଥିଲାଗି ପଦକ୍ଷେପ ନେବାକୁ କଲେଜ ପ୍ରଶାସନକୁ ପରାମର୍ଶ ଦେବାସହ ନିଜେ ମଧ୍ୟ ପଦକ୍ଷେପ ନେବକୁ ପ୍ରତିଶ୍ରୁତି ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ ଯୋଗଦେଇ କଲେଜର ଭିତ୍ତିଭୂମି ଓ କ୍ରୀଡାର ବିକାଶ ଲାଗି ପଦକ୍ଷେପନେବାର କହି ଛାତ୍ରୀଛାତ୍ରଙ୍କୁ ଭବ୍ଯଯତଗଠନ ଲାଗି ପରାମର୍ଶ ଦେଇଥିଲେ ଅନ୍ୟତମ ଅତିଥି ଭାବେ କଲେଜ ପ୍ରତିଷ୍ଟାତା ସଂପାଦକ ସୂର୍ଯ୍ୟନାରାୟଣ ସାମନ୍ତରା ଯୋଗଦେଇଥିବା ବେଳେ କଲେଜର ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ରନାଥ ପଣ୍ଡା ବିବରଣୀ ପାଠ କରିଥିଲେ।
ଏହି ଅବସରରେ ଅଞ୍ଚଳର ବଦାନ୍ୟବ୍ୟକ୍ତିମାନଙ୍କ ପକ୍ଷରୁ ପ୍ରଦତ ପୁରସ୍କାରକୁ ଅତିଥିମାନେ କୃତି ଛାତ୍ରୀଛାତ୍ରମାନଙ୍କୁ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡା. ରମେଶଚନ୍ଦ୍ର ସେନାପତି, ଡା. ପ୍ରଦୀପକୁମାର ସାହୁ, ଡା. ଶ୍ରୀରାମ ମିଶ୍ର, ଡା. ଅଜିତକୁମାର ମିଶ୍ର, ରାମନାଥ ପାତ୍ର ଅଧ୍ୟାପକ ଡା. ସନ୍ଧ୍ୟାରାଣୀ ପାତ୍ର, ଶ୍ରାବଣୀ ଖଟେଇ ପ୍ରମୁଖ ପରିଚାଳନା କରିଥିଲେ।
The post ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମନ୍ବୟ ରହିଲେ କଲେଜର ହେବ ବିକାଶ appeared first on Dharitri Odia News.