ଚିଟଫଣ୍ଡ ଠକେଇ: ୫ ଲକ୍ଷ ଛୋଟ ନିବେଶକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨ା୭: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ରାଜ୍ୟର ବିଭିନ୍ନ ଚିଟ୍ ଫଣ୍ଡ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ଅତିରିକ୍ତ ୫ ଲକ୍ଷ ଛୋଟ ନିବେଶକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ଜାରି ଏକ ବିବୃତି ଅନୁଯାୟୀ, ଏହି ନିବେଶକମାନେ ଆଗାମୀ ତିନିରୁ ଚାରି ମାସ ମଧ୍ୟରେ ନିଜର ଟଙ୍କା ଫେରସ୍ତ ପାଇବେ। ସିଏମଓ କହିଛି ଯେ, ନୂଆ ସରକାର ଗତ ଏକ ବର୍ଷ […] The post ଚିଟଫଣ୍ଡ ଠକେଇ: ୫ ଲକ୍ଷ ଛୋଟ ନିବେଶକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ appeared first on Dharitri Odia News.
ଭୁବନେଶ୍ୱର,୨ା୭: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ରାଜ୍ୟର ବିଭିନ୍ନ ଚିଟ୍ ଫଣ୍ଡ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ଅତିରିକ୍ତ ୫ ଲକ୍ଷ ଛୋଟ ନିବେଶକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ଜାରି ଏକ ବିବୃତି ଅନୁଯାୟୀ, ଏହି ନିବେଶକମାନେ ଆଗାମୀ ତିନିରୁ ଚାରି ମାସ ମଧ୍ୟରେ ନିଜର ଟଙ୍କା ଫେରସ୍ତ ପାଇବେ।
ସିଏମଓ କହିଛି ଯେ, ନୂଆ ସରକାର ଗତ ଏକ ବର୍ଷ ମଧ୍ୟରେ ୧,୨୬,୧୩୭ ଛୋଟ ନିବେଶକଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରିସାରିଛନ୍ତି। ଅନ୍ୟପକ୍ଷରେ, ଅଧିକାରୀମାନେ ଦାବି କରିଛନ୍ତି ଯେ, ୨୦୧୪ ରୁ ୨୦୨୪ ମଧ୍ୟରେ ପୂର୍ବତନ ବିଜେଡି ସରକାର ମାତ୍ର ୨,୭୯,୧୦୯ ଛୋଟ ନିବେଶକଙ୍କୁ ୧୧୯ କୋଟି ଟଙ୍କା ଫେରସ୍ତ କରିଥିଲେ।
ବିବୃତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳ ଓ ବିକେନ୍ଦ୍ରୀକରଣ କରିଛନ୍ତି। ଏହି ପଦକ୍ଷେପ ରାଜ୍ୟରେ ଚିଟ୍ ଫଣ୍ଡ ଠକେଇରେ କ୍ଷତିଗ୍ରସ୍ତ ହୋଇଥିବା ଲକ୍ଷ ଲକ୍ଷ ନିବେଶକଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
ଏହି ନିଷ୍ପତ୍ତି ରାଜ୍ୟରେ ଚିଟ୍ ଫଣ୍ଡ କମ୍ପାନୀ ଦ୍ୱାରା ପ୍ରତାରିତ ହୋଇଥିବା ଲୋକଙ୍କ ମଧ୍ୟରେ ଆଶାର ଆଲୋକ ସୃଷ୍ଟି କରିଛି। ସରକାରଙ୍କ ଏହି ପଦକ୍ଷେପ ନିବେଶକଙ୍କୁ ଆର୍ଥିକ ନ୍ୟାୟ ପ୍ରଦାନ କରିବା ସହ ଚିଟ୍ ଫଣ୍ଡ ଠକେଇ ପରି ଅପରାଧ ବିରୁଦ୍ଧରେ କଠୋର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି।
The post ଚିଟଫଣ୍ଡ ଠକେଇ: ୫ ଲକ୍ଷ ଛୋଟ ନିବେଶକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ appeared first on Dharitri Odia News.