ଆମେରିକାରେ ପାଳନ ହେବ ଓଡ଼ିଶା ଦିବସ
ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ପାଳନ ହେବ ଓଡ଼ିଶା ଦିବସ। ଏପ୍ରିଲ ପହିଲାକୁ ଓଡ଼ିଶା ଦିବସ ଭାବେ ପାଳନ ଲାଗି ସରକାରୀ... The post ଆମେରିକାରେ ପାଳନ ହେବ ଓଡ଼ିଶା ଦିବସ appeared first on .
ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ପାଳନ ହେବ ଓଡ଼ିଶା ଦିବସ। ଏପ୍ରିଲ ପହିଲାକୁ ଓଡ଼ିଶା ଦିବସ ଭାବେ ପାଳନ ଲାଗି ସରକାରୀ ଘୋଷଣାପତ୍ର ଜାରି କରାଯାଇଛି। ଆମେରିକାରେ କିଙ୍ଗ୍ କାଉଣ୍ଟି ପକ୍ଷରୁ ଏପ୍ରିଲ ପହିଲାକୁ ଓଡ଼ିଶା ଦିବସ ଭାବେ ପାଳନ କରିବାକୁ ସରକାରୀ ଘୋଷଣାପତ୍ର ଜାରି କରାଯାଇଛି। କିଙ୍ଗ କାଉଣ୍ଟିର ଏକଜିକ୍ଯୁଟିଭ ଡୋ କନଷ୍ଟାଇନ୍ ଏକ ଘୋଷଣାପତ୍ରରେ ଓଡ଼ିଶାର ଉତ୍କର୍ଷ କଳା, ଓଡି଼ଆ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ମାଧ୍ଯମରେ ଦୁଇ ପ୍ରଦେଶ ମଧ୍ୟରେ ସଂହତି ସ୍ଥାପନରେ ଏହା ଅଧିକ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି। ଆମେରିକାର ବେଲଭ୍ଯୁ ଓ ସିଆଟେଲ ସହରରେ ଅଢେଇ ହଜାରରୁ ଅଧିକ ଓଡ଼ିଆ ଭାଷାଭାଷୀ ବସବାସ କରୁଛନ୍ତି। ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ସେମାନେ ଏକତ୍ରିତ ହୋଇ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମିତ୍ତ ବଳିଷ୍ଠ ଭୂମିକା ଗ୍ରହଣ କରି ଆସୁଛନ୍ତି। ଗତବର୍ଷ ଜୁଲାଇ ମାସରେ କିଙ୍ଗ କାଉଣ୍ଟି ପକ୍ଷରୁ ସରକାରୀ ଭାବେ ଶ୍ରୀଗୁରୁ ଭାଗବତ ଦିବସ ପାଳନ କରାଯାଇଥିଲା। ଆମେରିକାରେ ସରକାରୀ ସ୍ତରରେ ଓଡ଼ିଆ ଭାଷା, ସଂସ୍କୃତିର ଏପରି ଆଦର ଓ ସ୍ଵୀକୃତିକୁ ପ୍ରବାସୀ ଓଡ଼ିଆମାନେ ଉଚ୍ଚ ପ୍ରସଂସା କରି କିଙ୍ଗ କାଉଣ୍ଟି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
The post ଆମେରିକାରେ ପାଳନ ହେବ ଓଡ଼ିଶା ଦିବସ appeared first on .