ବିଦ୍ୟୁତ ଖୁଣ୍ଟରେ ପିଟି ହେଲା କାର୍‌, ଡ୍ରାଇଭର ଗୁରୁତର

ବାଲିପାଟଣା ୨୩।୦୩ : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ରାସ୍ତାରେ ଦୁର୍ଘଟଣା । ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଦ୍ରୁତଗାମୀ କାର୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟଟି ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଶନିବାର ସକାଳ ସମୟରେ କାର୍‌ଟି ରାଜସ ପଟୁ ଚଣାହଟ୍ଟା ଅଭିମୁଖେ ଆସୁଥିଲା ।  ଦ୍ରୁତ ଗତିରେ ଆସୁଥିବା କାର୍‌ଟି ହଠାତ୍‌ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ବିଦ୍ୟୁତ ଖୁଣ୍ଟଟି ଉପୁଡି ପଡିଥିଲା । ଏପିରିକି କାର୍‌ ଉପରେ ପଡିଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଚାଳକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ ବାଲିପାଟଣା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି | ଗାଡ଼ି ମାଲିକଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବା ସ୍ଥଳେ ତାଙ୍କ ପରିଚୟ ମିଳିନାହିଁ |

ବିଦ୍ୟୁତ ଖୁଣ୍ଟରେ ପିଟି ହେଲା କାର୍‌, ଡ୍ରାଇଭର ଗୁରୁତର

ବାଲିପାଟଣା ୨୩।୦୩ : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ରାସ୍ତାରେ ଦୁର୍ଘଟଣା । ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଦ୍ରୁତଗାମୀ କାର୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟଟି ଉପୁଡି ପଡିଥିବା ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ କାର୍‌ଟି ରାଜସ ପଟୁ ଚଣାହଟ୍ଟା ଅଭିମୁଖେ ଆସୁଥିଲା ।  ଦ୍ରୁତ ଗତିରେ ଆସୁଥିବା କାର୍‌ଟି ହଠାତ୍‌ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ବିଦ୍ୟୁତ ଖୁଣ୍ଟଟି ଉପୁଡି ପଡିଥିଲା । ଏପିରିକି କାର୍‌ ଉପରେ ପଡିଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଚାଳକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ ବାଲିପାଟଣା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି | ଗାଡ଼ି ମାଲିକଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବା ସ୍ଥଳେ ତାଙ୍କ ପରିଚୟ ମିଳିନାହିଁ |