‘ସବୁ ଟ୍ରେନରେ ଲାଗିବ କ୍ୟାମେରା’, ଟ୍ରେନ ଚାଇନଚ୍ୟୁତ କରିବା ଷଡ଼ଯନ୍ତ୍ର ଭିତରେ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଟ୍ରାକ୍ ଏବଂ ଆଖପାଖ କ୍ଷେତ୍ରରେ କ୍ୟାମେରା ଲଗାଯିବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏଥିପାଇଁ ଟ୍ରେନର ଇଞ୍ଜିନ ଏବଂ ବଗିରେ ମଧ୍ୟ କ୍ୟାମେରା ଲଗାଯିବ ।ଅଶ୍ୱିନୀ ବୈଷ୍ଣବଙ୍କ ଏହି ଘୋଷଣା ଏପରି ସମୟରେ ହୋଇଛି, ଯେତେବେଳେ ନିକଟରେ କିଛି ଟ୍ରେନକୁ ଲାଇନଚ୍ୟୁତ୍ କରିବା ନେଇ ଷଡ଼ଯନ୍ତ୍ରର ଖୁଲାସା ହୋଇଛି । ସେହିପରି ଅନେକ ମାମଲା ସାମନାକୁ ଆସିଛି, ଯେଉଁଠି ଟ୍ରେନ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ରର ସନ୍ଦେହ କରାଯାଉଛି ।କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଟ୍ରେନର ଇଞ୍ଜିନ ଏବଂ ଗାର୍ଡ କୋଚ୍‌ର ଆଗ-ପଛ ଏବଂ ଉଭୟ କୋଣରେ କ୍ୟାମେରା ଲଗାଯିବ । ବଗି ଏବଂ ଇଞ୍ଜିନର ସମ୍ମୁଖରେ ଜୀବଜନ୍ତୁଙ୍କଠାରୁ ସୁରକ୍ଷା ପାଇଁ କ୍ୟାଟଲ ଗାର୍ଡ ଉପରେ ମଧ୍ୟ କ୍ୟାମେରା ଲଗାଯିବ । ରେଳ ମନ୍ତ୍ରୀ କହିଛନ୍ତି ଯେ କ୍ୟାମେରା ଲଗାଯିବା ପାଇଁ ତିନି ମାସ ଭିତରେ କନଟ୍ରାକ୍ଟ ଜାରି କରାଯିବ । ସେ କହିଛନ୍ତି ଯେ ସବୁ ଟ୍ରେନରେ କ୍ୟାମେରା ଲଗାଯିବ । ଏକ ମିଳିତ ଡାଟା ସେଣ୍ଟର ମଧ୍ୟ ସ୍ଥାପନ କରାଯିବ, ଯେଉଁଠାରେ କ୍ୟାମେରାରେ ରେକର୍ଡ ଭିଡିଓ ଫୁଟେଜ ରହିବ ।ଟ୍ରେନକୁ ଚାଇନଚ୍ୟୁତ୍ କରିବା ଷଡଯନ୍ତ୍ରକୁ ଅତ୍ୟନ୍ତ ଗମ୍ଭୀର କହିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରେଲୱେ ପ୍ରଶାସନ ଅଲଗା ଅଲଗା ରାଜ୍ୟର ପୁଲିସ ମୁଖ୍ୟଙ୍କ ସହ ଯୋଗାଯୋଗ କରି ସୁରକ୍ଷା

‘ସବୁ ଟ୍ରେନରେ ଲାଗିବ କ୍ୟାମେରା’, ଟ୍ରେନ ଚାଇନଚ୍ୟୁତ କରିବା ଷଡ଼ଯନ୍ତ୍ର ଭିତରେ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଟ୍ରାକ୍ ଏବଂ ଆଖପାଖ କ୍ଷେତ୍ରରେ କ୍ୟାମେରା ଲଗାଯିବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏଥିପାଇଁ ଟ୍ରେନର ଇଞ୍ଜିନ ଏବଂ ବଗିରେ ମଧ୍ୟ କ୍ୟାମେରା ଲଗାଯିବ ।

ଅଶ୍ୱିନୀ ବୈଷ୍ଣବଙ୍କ ଏହି ଘୋଷଣା ଏପରି ସମୟରେ ହୋଇଛି, ଯେତେବେଳେ ନିକଟରେ କିଛି ଟ୍ରେନକୁ ଲାଇନଚ୍ୟୁତ୍ କରିବା ନେଇ ଷଡ଼ଯନ୍ତ୍ରର ଖୁଲାସା ହୋଇଛି । ସେହିପରି ଅନେକ ମାମଲା ସାମନାକୁ ଆସିଛି, ଯେଉଁଠି ଟ୍ରେନ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ରର ସନ୍ଦେହ କରାଯାଉଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଟ୍ରେନର ଇଞ୍ଜିନ ଏବଂ ଗାର୍ଡ କୋଚ୍‌ର ଆଗ-ପଛ ଏବଂ ଉଭୟ କୋଣରେ କ୍ୟାମେରା ଲଗାଯିବ । ବଗି ଏବଂ ଇଞ୍ଜିନର ସମ୍ମୁଖରେ ଜୀବଜନ୍ତୁଙ୍କଠାରୁ ସୁରକ୍ଷା ପାଇଁ କ୍ୟାଟଲ ଗାର୍ଡ ଉପରେ ମଧ୍ୟ କ୍ୟାମେରା ଲଗାଯିବ । ରେଳ ମନ୍ତ୍ରୀ କହିଛନ୍ତି ଯେ କ୍ୟାମେରା ଲଗାଯିବା ପାଇଁ ତିନି ମାସ ଭିତରେ କନଟ୍ରାକ୍ଟ ଜାରି କରାଯିବ । ସେ କହିଛନ୍ତି ଯେ ସବୁ ଟ୍ରେନରେ କ୍ୟାମେରା ଲଗାଯିବ । ଏକ ମିଳିତ ଡାଟା ସେଣ୍ଟର ମଧ୍ୟ ସ୍ଥାପନ କରାଯିବ, ଯେଉଁଠାରେ କ୍ୟାମେରାରେ ରେକର୍ଡ ଭିଡିଓ ଫୁଟେଜ ରହିବ ।

ଟ୍ରେନକୁ ଚାଇନଚ୍ୟୁତ୍ କରିବା ଷଡଯନ୍ତ୍ରକୁ ଅତ୍ୟନ୍ତ ଗମ୍ଭୀର କହିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରେଲୱେ ପ୍ରଶାସନ ଅଲଗା ଅଲଗା ରାଜ୍ୟର ପୁଲିସ ମୁଖ୍ୟଙ୍କ ସହ ଯୋଗାଯୋଗ କରି ସୁରକ୍ଷା ବଢାଇବା ପାଇଁ ଅପିଲ୍ କରିଛି ।