ଭୋଗରାଇରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ବିଧାୟକ ଗୌତମବୁଦ୍ଧ ଦାସଙ୍କ ନେତୃତ୍ୱରେ ବୁଧବାର ଆୟୋଜିତ ଏହି ପଦଯାତ୍ରାରେ ୩୧ନମ୍ବର ଜୋନର ୮ଟି ପଞ୍ଚାୟତରୁ ହଜାର ହଜାର ଦଳୀୟ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। ମା’ ବିଜୟା ବାସୁଳୀ ମନ୍ଦିର ନିକଟରୁ ପଦଯାତ୍ରାରେ ଆସି ଭୋଗରାଇ ହାଟ ସ୍ଥିତ ସଭାମଞ୍ଚ ନିକଟରେ ପହଞ୍ଚିଥିଲେ ଦଳୀୟ ନେତା ଓ କର୍ମୀ। ସେଠାରେ ଆୟୋଜିତ ସଭାରେ ଭୋଗରାଇ ବିଜେଡିର ବ୍ଲକ ସଭାପତି ରମାକାନ୍ତ କରଣ ସଭାପତିତ୍ୱ […]

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ବିଧାୟକ ଗୌତମବୁଦ୍ଧ ଦାସଙ୍କ ନେତୃତ୍ୱରେ ବୁଧବାର ଆୟୋଜିତ ଏହି ପଦଯାତ୍ରାରେ ୩୧ନମ୍ବର ଜୋନର ୮ଟି ପଞ୍ଚାୟତରୁ ହଜାର ହଜାର ଦଳୀୟ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। ମା’ ବିଜୟା ବାସୁଳୀ ମନ୍ଦିର ନିକଟରୁ ପଦଯାତ୍ରାରେ ଆସି ଭୋଗରାଇ ହାଟ ସ୍ଥିତ ସଭାମଞ୍ଚ ନିକଟରେ ପହଞ୍ଚିଥିଲେ ଦଳୀୟ ନେତା ଓ କର୍ମୀ। ସେଠାରେ ଆୟୋଜିତ ସଭାରେ ଭୋଗରାଇ ବିଜେଡିର ବ୍ଲକ ସଭାପତି ରମାକାନ୍ତ କରଣ ସଭାପତିତ୍ୱ କରିଥିଲେ। ବିଧାୟକ ଗୌତମବୁଦ୍ଧ ଦଳୀୟ ନେତା ଓ କର୍ମୀଙ୍କୁ ଏକଜୁଟ ହୋଇ ବିଜେପି ସରକାର ବିରୋଧରେ ପ୍ରତିବାଦର ସ୍ୱରକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ। ବିଜେଡି ସରକାର ଅମଳରେ ହୋଇଥିବା ଜନହିତକର ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କରି ବିଜେପି ସରକାର ବାହା ବାହ ନେବା କରି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ ଦଳୀୟ ନେତା ଓ କର୍ମୀ।