ଚିଡିଆଖାନାରେ ମଣିଷଖିଆ କଲରାପତରିଆ ବାଘ ଦେଖିବେ ପର୍ଯ୍ୟଟକ
ସମ୍ବଲପୁର,୧ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ମୋତିଝରଣସ୍ଥିତ ଚିଡ଼ିଆଖାନା(ଡିଅରପାର୍କ)ରେ ପର୍ଯ୍ୟଟକମାନେ ଏକ ମଣିଷଖିଆ କଲରାପତରିଆ ଦେଖିପାରିବେ। ଚିଡ଼ିଆଖାନାରେ ସ୍ବତନ୍ତ୍ର ଭାବେ କାଚରେ ନିର୍ମିତ ଆବଦ୍ଧ କୋଠରିରେ ବାଘକୁ ଛଡ଼ାଯାଇଛି। ଏଠାରେ ପୂର୍ବରୁ ରହିଥିବା ଏକ ବାଘୁଣି ସହିତ ପୃଥକ କୋଠରିରେ ରଖାଯାଇଛି। ନୂତନ ଭାବେ ଉକ୍ତ କୋଠରିରେ ରଖାଯାଇଥିବା ପୁରୁଷ ବାଘର ବୟସ ୮ ବର୍ଷ ଓ ପୂର୍ବରୁ ରହିଥିବା ବାଘୁଣୀର ବୟସ ୬ ବର୍ଷ। ବର୍ତ୍ତମାନ ପାଇଁ ଉଭୟଙ୍କ ମଧ୍ୟରେ ବନ୍ଧୁତା ନ ହେବା ପର୍ଯ୍ୟନ୍ତ ଗୋଟିଏ କୋଠରିରେ […] The post ଚିଡିଆଖାନାରେ ମଣିଷଖିଆ କଲରାପତରିଆ ବାଘ ଦେଖିବେ ପର୍ଯ୍ୟଟକ appeared first on Dharitri Odia News.
ସମ୍ବଲପୁର,୧ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ମୋତିଝରଣସ୍ଥିତ ଚିଡ଼ିଆଖାନା(ଡିଅରପାର୍କ)ରେ ପର୍ଯ୍ୟଟକମାନେ ଏକ ମଣିଷଖିଆ କଲରାପତରିଆ ଦେଖିପାରିବେ। ଚିଡ଼ିଆଖାନାରେ ସ୍ବତନ୍ତ୍ର ଭାବେ କାଚରେ ନିର୍ମିତ ଆବଦ୍ଧ କୋଠରିରେ ବାଘକୁ ଛଡ଼ାଯାଇଛି। ଏଠାରେ ପୂର୍ବରୁ ରହିଥିବା ଏକ ବାଘୁଣି ସହିତ ପୃଥକ କୋଠରିରେ ରଖାଯାଇଛି। ନୂତନ ଭାବେ ଉକ୍ତ କୋଠରିରେ ରଖାଯାଇଥିବା ପୁରୁଷ ବାଘର ବୟସ ୮ ବର୍ଷ ଓ ପୂର୍ବରୁ ରହିଥିବା ବାଘୁଣୀର ବୟସ ୬ ବର୍ଷ। ବର୍ତ୍ତମାନ ପାଇଁ ଉଭୟଙ୍କ ମଧ୍ୟରେ ବନ୍ଧୁତା ନ ହେବା ପର୍ଯ୍ୟନ୍ତ ଗୋଟିଏ କୋଠରିରେ ରଖାଯିବ ନାହିଁ ବୋଲି ବନ୍ୟପ୍ରାଣୀ ଉପଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି।
ସୂଚନାଯୋଗ୍ୟ, ନୂଆପଡ଼ାରେ ଏହି କଳରାପତରିଆ ଆକ୍ରମଣରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ଏନେଇ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ବନ୍ୟପ୍ରାଣୀ ବିଭାଗ କଲରାପତରିଆ ବାଘକୁ ବହୁ କଷ୍ଟରେ କାବୁ କରିବାରେ ସକ୍ଷମ ହୋଇଥିଲା। ୨୦୨୩ ନଭେମ୍ବର ୮ ତାରିଖରେ ସମ୍ବଲପୁର ଉଦ୍ଧାର କେନ୍ଦ୍ରକୁ ଅଣାଯାଇ କିଛି ଦିନ ପାଇଁ ସଙ୍ଗରୋଧରେ ରଖାଯାଇଥିଲା। ସିସିଟିଭି କ୍ୟାମେରା ମାଧ୍ୟମରେ ବାଘର ସ୍ବାସ୍ଥ୍ୟ ଓ ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିଲା।
ସେପ୍ଟେମ୍ବର ୯ରେ ବାଘକୁ ସଙ୍ଗରୋଧରୁ ମୁକ୍ତ କରାଯାଇଥିଲା। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ଅନୁମିତ ପୂର୍ବକ ବାଘକୁ ଆଣି ଏଠାରେ ସ୍ବତନ୍ତ୍ର ପଞ୍ଜୁରୀରେ ରଖାଯାଇଛି। ବାଘର ଆଚରଣ ଓ ମାଈ ବାଘ ପ୍ରତି ତା’ର ବ୍ୟବହାର ଉପରେ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ମାଈ ବାଘ ପ୍ରତି ତା’ର ଆଚରଣ ଉତ୍ତମ ହେଲେ ଉଭୟଙ୍କୁ ଏକାଠି ରହିବାକୁ ଦିଆଯିବ ଓ ସାଧାରଣ ଜନତା ଏବଂ ପର୍ଯ୍ୟଟକ ମଧ୍ୟ ଉଭୟଙ୍କୁ ଏକାଠି ଦେଖିପାରିବେ ବୋଲି ବନଖଣ୍ଡ ଅଧିକାରୀ ଦାଶ କହିଛନ୍ତି।
The post ଚିଡିଆଖାନାରେ ମଣିଷଖିଆ କଲରାପତରିଆ ବାଘ ଦେଖିବେ ପର୍ଯ୍ୟଟକ appeared first on Dharitri Odia News.