ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ) ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୪ ଜାନୁୟାରୀ ୧୫ରୁ ଆରମ୍ଭ ହେବ। ଏହି ମହୋତ୍ସବ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କ୍ରମରେ ପରମ୍ପରା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ସନ୍ଧ୍ୟା ୫ଟା ୩୦ମିନିଟରେ ସ୍ଥାନୀୟ ତଳିପଡ଼ାସ୍ଥିତ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀ ଅଭିମୁଖେ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ପହଞ୍ଚତ୍ବା ପରେ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀରେ ପୂଜାର୍ଚ୍ଚନା […] The post ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ appeared first on Dharitri Odia News.
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ) ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୪ ଜାନୁୟାରୀ ୧୫ରୁ ଆରମ୍ଭ ହେବ। ଏହି ମହୋତ୍ସବ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କ୍ରମରେ ପରମ୍ପରା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ସନ୍ଧ୍ୟା ୫ଟା ୩୦ମିନିଟରେ ସ୍ଥାନୀୟ ତଳିପଡ଼ାସ୍ଥିତ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀ ଅଭିମୁଖେ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ପହଞ୍ଚତ୍ବା ପରେ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀରେ ପୂଜାର୍ଚ୍ଚନା କରାଯାଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ଶୁଭସ୍ତମ୍ଭ ସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, ରାଜ ଦରବାର ମଞ୍ଚ କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝି, ଧନୁଯାତ୍ରାର କଂସ ଅଭିନେତା ହୃଷୀକେଶ ଭୋଇଙ୍କ ସମେତ ଅନ୍ୟ କଳାକାର ଏବଂ ବିଭିନ୍ନ କମିଟିର ଆବାହକ ଓ ସଭ୍ୟମାନେ ଉପସ୍ଥିତ ଥିଲେ।
The post ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ appeared first on Dharitri Odia News.