ଚିନ୍ତା ବଢ଼ାଇଲା ମରାଠୀ ବାଘ, ଝାଡ଼ଖଣ୍ଡରୁ ପଳାଇଲା ପଶ୍ଚିମବଙ୍ଗ

ପଶ୍ଚିମବଙ୍ଗ ପଲାଇଲା ଜିନତ୍ । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନତ ଶିମିଳିପାଳ ଫେରିବା ପରିବର୍ତ୍ତେ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଛି । ଗତକାଲି ସକାଳେ ପଶ୍ଚିମବଙ୍ଗର ଝାଡଗ୍ରାମର ବେଲପାହାଡି ରେଞ୍ଜରେ ତାକୁ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ସେ ପଶ୍ଚିମବଙ୍ଗର ଶିମୁଲପାଲ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି। ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି। ତେବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୁପକ୍ଷ ଏନେଇ କୌଣସି ସୂଚନା ଦେଇନାହାଁନ୍ତି । ସୂଚନାଯୋଗ୍ୟ ଡିସେମ୍ବର ୧୦ ତାରିଖରୁ ଶିମିଳିପାଳ […] The post ଚିନ୍ତା ବଢ଼ାଇଲା ମରାଠୀ ବାଘ, ଝାଡ଼ଖଣ୍ଡରୁ ପଳାଇଲା ପଶ୍ଚିମବଙ୍ଗ appeared first on KNews Odisha.

ଚିନ୍ତା ବଢ଼ାଇଲା ମରାଠୀ ବାଘ, ଝାଡ଼ଖଣ୍ଡରୁ ପଳାଇଲା ପଶ୍ଚିମବଙ୍ଗ
tiger

ପଶ୍ଚିମବଙ୍ଗ ପଲାଇଲା ଜିନତ୍ । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନତ ଶିମିଳିପାଳ ଫେରିବା ପରିବର୍ତ୍ତେ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଛି । ଗତକାଲି ସକାଳେ ପଶ୍ଚିମବଙ୍ଗର ଝାଡଗ୍ରାମର ବେଲପାହାଡି ରେଞ୍ଜରେ ତାକୁ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ସେ ପଶ୍ଚିମବଙ୍ଗର ଶିମୁଲପାଲ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି। ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି। ତେବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୁପକ୍ଷ ଏନେଇ କୌଣସି ସୂଚନା ଦେଇନାହାଁନ୍ତି ।

ସୂଚନାଯୋଗ୍ୟ ଡିସେମ୍ବର ୧୦ ତାରିଖରୁ ଶିମିଳିପାଳ ଛାଡି ଝାଡ଼ଖଣ୍ଡ ପଳାଇଥିଲା ଜିନତ। ୧୭ ତାରିଖରେ ଚାକୁଳିଆ ନିକଟ ରାଜାବସା ଜଙ୍ଗଲରେ ଏକ ମଇଁଷି ଶିକାର କରି ଖାଇଥିଲା। ପଶ୍ଚିମବଙ୍ଗ ପଳାଇଆସିଥିବ ସୂଚନା ମିଲିବା ପରେ ପଶ୍ଚିମବଙ୍ଗ ବନବିଭାଗର କୁଇକ୍ ରେସପନ୍ସ ଟିମ୍ ବାଘୁଣୀକୁ ପିଛା କରୁଛନ୍ତି। ଜିନତ ଜନବସତି ଆଡ଼କୁ ମାଡିଗଲେ ଟ୍ରାଙ୍କୁଲାଇଜ୍ କରିବାକୁ ଏକ୍ସପର୍ଟ ଟିମ୍ ସଜାଗ ଅଛନ୍ତି। ପୁରା ଝାଡଗ୍ରାମ ଜିଲ୍ଲାକୁ ହାଇଆଲର୍ଟରେ ରଖାଯାଇଛି। ଗତ ନଭେମ୍ବର ୧୫ ତାରିଖରେ ଶିମିଳିପାଳରେ ଜିନତକୁ ଛଡାଯାଇଥିଲା।

The post ଚିନ୍ତା ବଢ଼ାଇଲା ମରାଠୀ ବାଘ, ଝାଡ଼ଖଣ୍ଡରୁ ପଳାଇଲା ପଶ୍ଚିମବଙ୍ଗ appeared first on KNews Odisha.