୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ, ଏବେ ୧୭୦ କୋଟିର ମାଲିକ

ନୂଆଦିଲ୍ଲୀ ୨୧।୦୭: ଆଇସିସିର ନମ୍ବର ୧ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ । ବାସ୍ତବରେ ହାର୍ଦ୍ଦିକ ଏବଂ ନତାଶା ନେଇଛନ୍ତି ଛାଡପତ୍ର । ଏନେଇ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ଉଭୟ । ଏହାରି ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜୀବନଶୈଳୀକୁ ନେଇ ଖୁବ୍‌ ଆଲୋଚନା । କାରଣ ଛାଡପତ୍ର ପରେ ପାଣ୍ଡ୍ୟାକୁ ଦେବାକୁ ପଡିବ ଆଲୁମନି ।  ଆଜିକା ଦିନରେ କୋଟିକୋଟିର ମାଲିକ ହୋଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା କିନ୍ତୁ ଦିନ ଥିଲା ସେ ମାତ୍ର ୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ । ଭାରତୀୟ କ୍ରିକେଟର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଗଣାଯାଆନ୍ତି ପାଣ୍ଡ୍ୟା । ତାଙ୍କର ମୋଟ ସମ୍ପତ୍ତି ୯୧ କୋଟି ଟଙ୍କା ବୋଲି କୁହାଯାଉଛି । ତାଙ୍କର ଫଟୋକୁ ଦେଖିଲେ ଯେ କେହି ଜାଣିପାରିବେ ତାଙ୍କ ଲଗଜୁରୀ ଲାଇଫ୍‌ ଷ୍ଟାଇଲ୍‌ ବିଷୟରେ । ଲଗଜୁରୀ ଘରଠାରୁ ଆରମ୍ଭ କରି କୋଟିକୋଟିର କାର ପର୍ଯ୍ୟନ୍ତ ପାଣ୍ଡ୍ୟାଙ୍କର ସବୁ ଜିନିଷ ଲଗଜୁରୀ । କେବଳ କାର୍ ନୁହେଁ ତାଙ୍କର ଘଣ୍ଟା କଲେକ୍ସନ୍‌ ମଧ୍ୟ କାହାଠାରୁ କମ୍‌ ନୁହେଁ । ଯଦି ବି ପାଣ୍ଡ୍ୟା ଆଜି କୋଟିକୋଟି ଟଙ୍କାର ଘଣ୍ଟା ପିନ୍ଧନ୍ତି ଏବଂ ମହଙ୍ଗା କାରରେ ଯାଆନ୍ତି କିନ୍ତୁ ତାଙ୍କ ପିଲାଦିନ ବହୁତ ଗରିବରେ କଟିଛି । ୧୯୯୩ରେ ଗୁଜରାଟର ସୁରଟରେ ଜନ୍ମିତ । କିନ୍ତୁ ଦିନ ଥିଲା ହାର୍ଦ୍ଦିକ ୨୦୦ଟଙ୍କାରେ ଖେଳୁଥିଲେ ଟେନିସ୍‌ କ୍ରିକେଟ୍ । ବାସ୍ତବରେ ହାର୍ଦ୍ଦିକଙ୍କ ପିତା ତାଙ୍କ

୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ, ଏବେ ୧୭୦ କୋଟିର ମାଲିକ

ନୂଆଦିଲ୍ଲୀ ୨୧।୦୭: ଆଇସିସିର ନମ୍ବର ୧ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ । ବାସ୍ତବରେ ହାର୍ଦ୍ଦିକ ଏବଂ ନତାଶା ନେଇଛନ୍ତି ଛାଡପତ୍ର । ଏନେଇ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ଉଭୟ । ଏହାରି ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜୀବନଶୈଳୀକୁ ନେଇ ଖୁବ୍‌ ଆଲୋଚନା । କାରଣ ଛାଡପତ୍ର ପରେ ପାଣ୍ଡ୍ୟାକୁ ଦେବାକୁ ପଡିବ ଆଲୁମନି ।  

ଆଜିକା ଦିନରେ କୋଟିକୋଟିର ମାଲିକ ହୋଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା କିନ୍ତୁ ଦିନ ଥିଲା ସେ ମାତ୍ର ୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ । ଭାରତୀୟ କ୍ରିକେଟର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଗଣାଯାଆନ୍ତି ପାଣ୍ଡ୍ୟା । ତାଙ୍କର ମୋଟ ସମ୍ପତ୍ତି ୯୧ କୋଟି ଟଙ୍କା ବୋଲି କୁହାଯାଉଛି । ତାଙ୍କର ଫଟୋକୁ ଦେଖିଲେ ଯେ କେହି ଜାଣିପାରିବେ ତାଙ୍କ ଲଗଜୁରୀ ଲାଇଫ୍‌ ଷ୍ଟାଇଲ୍‌ ବିଷୟରେ । 

ଲଗଜୁରୀ ଘରଠାରୁ ଆରମ୍ଭ କରି କୋଟିକୋଟିର କାର ପର୍ଯ୍ୟନ୍ତ ପାଣ୍ଡ୍ୟାଙ୍କର ସବୁ ଜିନିଷ ଲଗଜୁରୀ । କେବଳ କାର୍ ନୁହେଁ ତାଙ୍କର ଘଣ୍ଟା କଲେକ୍ସନ୍‌ ମଧ୍ୟ କାହାଠାରୁ କମ୍‌ ନୁହେଁ । ଯଦି ବି ପାଣ୍ଡ୍ୟା ଆଜି କୋଟିକୋଟି ଟଙ୍କାର ଘଣ୍ଟା ପିନ୍ଧନ୍ତି ଏବଂ ମହଙ୍ଗା କାରରେ ଯାଆନ୍ତି କିନ୍ତୁ ତାଙ୍କ ପିଲାଦିନ ବହୁତ ଗରିବରେ କଟିଛି । ୧୯୯୩ରେ ଗୁଜରାଟର ସୁରଟରେ ଜନ୍ମିତ ।

 କିନ୍ତୁ ଦିନ ଥିଲା ହାର୍ଦ୍ଦିକ ୨୦୦ଟଙ୍କାରେ ଖେଳୁଥିଲେ ଟେନିସ୍‌ କ୍ରିକେଟ୍ । ବାସ୍ତବରେ ହାର୍ଦ୍ଦିକଙ୍କ ପିତା ତାଙ୍କ ପୁଅମାନଙ୍କ କ୍ୟାରିଅର୍ କରିବାକୁ ସୁରଟରୁ ବଡୋଦରାକୁ ସିଫ୍ଟ ହୋଇଥିଲେ । ଏହାପରେ ଏପରି ସମୟ ଆସିଥିଲା ତାଙ୍କ ପାଖରେ କ୍ରିକେଟ୍ ଜିନିଷ କିଣିବା ପାଇଁ ମଧ୍ୟ ଟଙ୍କା ନଥିଲା । ତେଣୁ ହାର୍ଦ୍ଦିକ ଏବଂ ତାଙ୍କ ଭାଇ କ୍ରୁନାଲ୍‌ ଗୁଜୁରାଟର ଅନେକ ଗାଁକୁ ଟ୍ରକ୍‌ରେ ଯାଉଥିଲେ । ମାତ୍ର ୨୦୦ ଟଙ୍କା ପାଇଁ ଖେଳୁଥିଲେ ସ୍ଥାନୀୟ ଟେନିସ୍ ଟୁର୍ନାମେଣ୍ଟ । ଏହି ଟଙ୍କାରେ ସେମାନେ କ୍ରିକେଟ ଜିନିଷ କିଣୁଥିଲେ । ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟା ୧୭୦ କୋଟି ସମ୍ପତ୍ତିର ମାଲିକ । 

ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ହାର୍ଦ୍ଦିକ ବିସିସିଆଇରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଏବଂ ଟି-୨୦ ମ୍ୟାଚ୍ ଖେଳିବା ପାଇଁ ୧୫ ଲକ୍ଷ ଟଙ୍କା ପାଇଥାନ୍ତି । ସେ ଆଇପିଏଲରୁ ବାର୍ଷିକ ପ୍ରାୟ ୧୫ କୋଟି ଟଙ୍କା ରୋଜଗାର କରନ୍ତି। ଏହାବ୍ୟତୀତ ହାର୍ଦ୍ଦିକ ଅନେକ ବଡ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମୋଟା ଅଙ୍କର ରୋଜଗାର କରିଥାନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଦାମୀ ଘଣ୍ଟାର ଖୁବ୍‌ ସୌକିନ୍‌ ।

 ତାଙ୍କର ଗୋଟେ ଗୋଟେ ଘଣ୍ଟାର ଦାମ୍‌ ୩କୋଟି ପାଖାପାଖି । ଏହି ଘଣ୍ଟାଗୁଡିକରେ ଦାମୀ ହୀରା ସବୁ ଲାଗିଛି । ଘଣ୍ଟା ବ୍ୟତୀତ ଲଗଜୁରୀ କାରର ଖୁବ୍‌ ସୌକିନ୍‌ ଅଟନ୍ତି ହାର୍ଦ୍ଦିକ । ତାଙ୍କ ଗ୍ୟାରେଜରେ ଲମ୍ବୋର୍ଗିନି, ମର୍ସେଡିଜ୍‌, ଅଡି, ରୋଲ୍ସ-ରଏସ୍‌ ପରି ଲଗ୍‌ଜୁରୀ କାର୍‌ ରହିଛି । ଯାହାର ଦାମ୍‌ ୧୦ କୋଟିରୁ ଅଧିକ ଟଙ୍କା । ତେବେ ଏହି ସମ୍ପତ୍ତିରୁ ନତାଶା ଆଲୁମନି ଭାବେ ନେବେ କି ନାହିଁ ସେ କଥା ତ ସମୟ କହିବ ।