ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟି
ପାଞ୍ଚ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୪ଶହ ୫୨ କୋଟି ୯୬ ଲକ୍ଷ ଟଙ୍କା।
ଭିକେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟିରୁ ଅଧିକ ଟଙ୍କା । ବିଜ୍ଞାପନରେ ଭିକେ ପାଣ୍ଡିଆନଙ୍କ ଫଟୋ ଲାଗିବା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା । ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଲିଖିତ ଉତ୍ତର ଦେଇଛନ୍ତି ।
ସେହିପରି ପାଞ୍ଚ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୪ଶହ ୫୨ କୋଟି ୯୬ ଲକ୍ଷ ଟଙ୍କା । ବିଧାନସଭାରେ BJP ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଖାଲି ଫଟୋ ପାଇଁ ନୁହେଁ ବରଂ ପାଣ୍ଡିଆନ୍ଙ୍କ ହେଲିପ୍ୟାଡ୍ ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ବାଉଁଶ ବ୍ୟାରିକେଡ୍ ଓ ସଭାସ୍ଥଳ ଖର୍ଚ୍ଚର ତ ହିସାବ ନାହିଁ । ଗୋଟିଏ ଗୋଟିଏ କାମକୁ ଦି-ତିନି ଜଣ ଠିକାଦାର, ତିନି ତିନି ଥର ଖର୍ଚ୍ଚ । କେଉଁଠି ହେଲିପ୍ୟାଡ୍ ପାଇଁ ବ୍ୟାରିକେଡ୍ ବନ୍ଧା ତ କେଉଁଠି ସଭାସ୍ଥଳ ନିର୍ମାଣ, କୋଟି କୋଟି ଟଙ୍କାର କାମ ହୋଇଛି । ବାରମ୍ବାର ବିଲ୍ ହୋଇଛି, ଏକାଧିକ ଠିକାଦାର କାମ କରିଛନ୍ତି । ଚକିତ କଲାଭଳି ଏହ ତଥ୍ୟ ମିଳିଥିଲା ଆରଟିଆଇରୁ ।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ରାଜଧାନୀକୁ ଲାଗିଥିବା କଟକର ୩ଟି ନିର୍ବାଚନ ମଣ୍ଡଳୀରେ ୧୮ଟି ହେଲିପ୍ୟାଡ୍ ପାଇଁ କଟକ ପୂର୍ତ୍ତ ବିଭାଗ ଖର୍ଚ୍ଚ କରିଛି ପ୍ରାୟ ୭୫ ଲକ୍ଷ ଟଙ୍କା। ଗୋଟିଏ ଗୋଟିଏ ହେଲିପ୍ୟାଡ୍ ପାଇଁ ୩ରୁ ୪ ଲକ୍ଷ । ଯଦି ୩ଟି ନିର୍ବାଚନ ମଣ୍ଡଳୀରେ ୭୫ ଲକ୍ଷ ତାହା ପୁଣି ହେଲିପ୍ୟାଡ୍ ପାଇଁ ତାହେଲେ ୧୪୭ ନିର୍ବାଚନ ମଣ୍ଡଳୀ କଥା ଅନୁମାନ କରନ୍ତୁ।
#ପାଣ୍ଡିଆନଙ୍କ_ପ୍ରଚାରରେ_ଖର୍ଚ୍ଚ_୧୫_କୋଟି !
ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର । ୫ ବର୍ଷରେ ପ୍ରଚାର ପାଇଁ ଖର୍ଚ୍ଚ କରିଥିଲା ୪୫୨ କୋଟି ୯୬ ଲକ୍ଷ ଟଙ୍କା । ଗୃହରେ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ।#BJD #BJP #Odisha #OTV pic.twitter.com/lD9Mffqgz3 — ଓଟିଭି (@otvkhabar) August 29, 2024